ଛଉ ମୋହରେ ବିଦେଶୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡ଼ିଶାର ଲୋକନୃତ୍ୟ ମୋହରେ ପଡ଼ିଛନ୍ତି ବିଦେଶୀ। ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଓଡ଼ିଶୀ ନୃତ୍ୟ ପରେ ଏବେ ଛଉନୃତ୍ୟ ପ୍ରେମରେ ପଡ଼ିଛନ୍ତି ବିଦେଶୀ। ସେଭଳି ଜଣେ ବିଦେଶୀ ହେଲେ କଲମ୍ବିଆର କାରୋଲିନା ପ୍ରାଦା। ବିଶ୍ୱର ବିଭିନ୍ନ ରାଷ୍ଟ୍ର ବୁଲି ସେଠାକାର କଳା, ସଂସ୍କୃତିକୁ ନିକଟରୁ ଦେଖିବା ପରେ ଓଡ଼ିଶାର ଛଉ ମୋହରେ ପଡ଼ିଛନ୍ତି। ପ୍ରସିଦ୍ଧ ମୟୂରଭଞ୍ଜ ଛଉକୁ ଭଲପାଇବା ସହ ଏହାକୁ ବିଦେଶ ମାଟିରେ ପରିବେଷଣ କରି ଅନ୍ତର୍ଜାତୀୟସ୍ତରରେ ପ୍ରଚାର ପ୍ରସାର କରିଛନ୍ତି। ନିଜେ ଜଣେ ଗୁରୁଭାବେ କଲମ୍ବିଆ ସହ ଅନ୍ୟାନ୍ୟ ରାଷ୍ଟ୍ରରେ ଛଉ ନୃତ୍ୟ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।

ଆଇକିଡୋ, କୁଙ୍ଗ୍‌ ଫୁ, କାପୋଏରା, ବେଲି ଡ୍ୟାନ୍ସ, ମେକ୍ସିକାନ ଆଜ୍‌ଟେକ୍‌ ଡ୍ୟାନ୍ସ ଓ କଲମ୍ବିଆନ୍‌ ସୋର୍ଡସ୍‌ ପ୍ଲେ ଭଳି ନୃତ୍ୟ ଓ ସମରକଳାରେ ପ୍ରଶିକ୍ଷଣ ନେଇଥିବା କାରୋଲିନା ଆଇସିସିଆର୍‌ ସ୍କଲାରଶିପ୍‌ ପାଇ ୨୦୦୮ ମସିହାରେ ଭାରତ ଆସିଥିଲେ। ନୂଆଦିଲ୍ଲୀରେ ସେ ପ୍ରଥମେ ଗୁରୁ ପ୍ରିୟମ୍ବଦା ପଟ୍ଟନାୟକଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ। ତେବେ ମୟୂରଭଞ୍ଜ ଛଉନୃତ୍ୟ ଓ ତା’ର ଇତିହାସ ସମ୍ପର୍କରେ ଅବଗତ ହେବା ପରେ ସେ ଛଉ ଶିଖିବାକୁ ମନ ବଳାଇଥିଲେ। ଛଉ ନୃତ୍ୟରେ ଥିବା ସମରକଳା ତାଙ୍କୁ ଏହି ନୃତ୍ୟକଳା ପ୍ରତି ଆକର୍ଷିତ କରିଥିଲା। ନୃତ୍ୟ ଓ ସମରକଳାର ଯୁଗଳବନ୍ଦୀକୁ ଭଲ ପାଉଥିବା କାରୋଲିନା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ନୃତ୍ୟ ଶିଳ୍ପୀ ଜନ୍ମେଜୟ ସାଇବାବୁଙ୍କଠାରୁ ଛଉନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଗୁରୁଜୀଙ୍କର ବରିଷ୍ଠ ଛାତ୍ରୀ ହୋଇଥିବାବେଳେ ଜଣେ ବିଦେଶିନୀ ନୁହେଁ, ବରଂ ପୋଖତ ଛଉ ନୃତ୍ୟଶିଳ୍ପୀ ଭଳି ନୃତ୍ୟ ପରିବେଷଣ କରୁଛନ୍ତି। ଛଉ ଏକ ପୁରୁଷକୈନ୍ଦ୍ରିକ ନୃତ୍ୟଶୈଳୀ ନୁହେଁ, ଏହାକୁ ସେ ପ୍ରମାଣିତ କରିପାରିଛନ୍ତି। କଲମ୍ବିଆରେ ରହୁଥିବା କାରୋଲିନା ଅଧିକାଂଶ ସମୟରେ ଭାରତ ଆସିଥାନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀ ଓ ମୟୂରଭଞ୍ଜରେ ରହିଥାନ୍ତି। କରୋନା ଯୋଗୁ ଭାରତରେ ଲକ୍‌ଡାଉନ ହୋଇଥିବାବେଳେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ଏହି ସମୟରେ କାରୋଲିନା କଲମ୍ବିଆରେ ରହିଥିଲେ। ଏବେ ସେ ବାରିପଦା ଆସିଛନ୍ତି। ସେଠାରେ ଛଉ ନୃତ୍ୟର ଶୁଟିଂ କରିବା ସହ ସ୍ବତନ୍ତ୍ର ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରୁଛନ୍ତି। ବେଲଗାଡ଼ିଆ ରାଜପ୍ରାସାଦ ସମେତ ଏହାର ଆଖପାଖ ଅଞ୍ଚଳରେ ଶୁଟିଂ ଚାଲିଛି। ନଟରାଜ ନୃତ୍ୟରେ କାରୋଲିନାଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ ଓ ପ୍ରଭାବଶାଳୀ ହୋଇପାରିଛି। ଗତ ୩ ତାରିଖରୁ ୬ଦିନ ଧରି ବାରିପଦାରେ ଚାଲିଥିବା ଛଉନୃତ୍ୟ କର୍ମଶାଳାରେ କାରୋଲିନା ଶାସ୍ତ୍ରୀୟ ଅଙ୍ଗଭଙ୍ଗୀ ଏବଂ ଅଭିନୟ ଉପରେ ଶିକ୍ଷା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?