Posted inଜାତୀୟ

ଭାରତରେ ବିଦେଶୀ ଟିକାର ପରୀକ୍ଷା କରାଯିବ ନାହିଁ

ନୂଆଦିଲ୍ଲୀ,୨।୬: ବିଶ୍ୱସ୍ତରରେ ଉପଲବ୍ଧ ହେଉଥିବା କୋଭିଡ୍‌-୧୯ ଟିକା ଭାରତରେ ବିନା କ୍ଲିନିକାଲ ପରୀକ୍ଷା ଏବଂ ଅନୁମୋଦନରେ ବ୍ୟବହାର ହୋଇପାରିବ। ଭାରତର ଔଷଧ ମହାନିୟନ୍ତ୍ରକ (ଡିଜିଜିଆଇ) ପକ୍ଷରୁ ବୁଧବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଟିକାଗୁଡ଼ିକ ଆମେରିକାର ଏଫ୍‌ଡିଏ, ଏଏମ୍‌ଏ, ବ୍ରିଟେନ୍‌ର ଏମ୍‌ଏଚ୍‌ଆର୍‌ଏ, ଜାପାନର ପିଏମ୍‌ଡିଏ ଦ୍ୱାରା ବ୍ୟବହାର ପାଇଁ ଅନୁମତି ପାଇଛି। ଭାରତରେ ଏହି ସବୁ ଟିକାର ଆଉ ପରୀକ୍ଷା କରାଇବା କିମ୍ବା ପରୀକ୍ଷା ପରବର୍ତ୍ତୀ ଅନୁମୋଦନର ଆବଶ୍ୟକ ପଡ଼ିବ ନାହିଁ। ଫାଇଜର ଏବଂ ମଡର୍ନା ଟିକା କ୍ଷେତ୍ରରେ ଏହି ନିୟମ ଲାଗୁ ହେବାକୁ ଯାଉଛି। ପୂର୍ବରୁ ଆଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଏବଂ ରୁଷିଆର ସ୍ପୁଟ୍‌ନିକ୍‌ ଭି ଟିକାକୁ ମଞ୍ଜୁରୀ ମିଳିସାରିଛି। ତେବେ ଚାଇନା ଟିକା ଏହି ନିୟମ ପରିସରରେ ଆସିବ କି ନାହଁ ତାହା ସ୍ପଷ୍ଟ ହୋଇନାହିଁ। ଭାରତରେ କୋଭିଡ୍‌ ଟିକା ନିଅଣ୍ଟ ଭରଣା ପାଇଁ ତୁରନ୍ତ ବିଦେଶରୁ ଟିକା ଆଣିବା ଜରୁରୀ ହୋଇପଡ଼ିଥିବାରୁ ନିୟମରେ କୋହଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri