ପଞ୍ଚଲିଙ୍ଗେଶ୍ୱର, କୁଲଡ଼ିହାରେ ବିଦେଶୀ ପର୍ଯ୍ୟଟକ

ନୀଳଗିରି,୨୮ା୧(ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଓ କୁଲଡିହା ଅଭୟାରଣ୍ୟର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ। ଚଳିତବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।
କୁଲଡିହା ଅଭୟାରଣ୍ୟରେ ଚଳିତବର୍ଷ ପ୍ରଥମ ବିଦେଶୀ ପର୍ଯ୍ୟଟକ ଭାବେ ହଲାଣ୍ଡରୁ ବ୍ରାମ ଦୁଇଟ୍ସ ଓ ତାଙ୍କ ସ୍ତ୍ରୀ ଲାରାଭାନ ରୋଏସେଲ ନୀଳଗିରି କୁଲଡିହା ଅଭୟାରଣ୍ୟ ଆସିଥିଲେ। ଗୋହିରାଭୋଳଠାରେ ‘ରିଷିଆ ପ୍ରକୃତି ନିବାସ’ରେ ସେମାନେ ରାତ୍ରିଯାପନ କରି ଫେରିଛନ୍ତି। ଇଣ୍ଟରନେଟରୁ କୁଲଡିହା ସମ୍ପର୍କରେ ଜାଣିବା ପରେ ସେ ଗତ ୨୫ ତାରିଖ ଅପରାହ୍ନରେ ଭୁବନେଶ୍ୱରରୁ ବୁଲେଟରେ ଏଠାକୁ ଆଗମନ କରି କୁଲଡିହା ଅଭୟାରଣ୍ୟର ରିଷିଆ ବିଭିନ୍ନ ଅଞ୍ଚଳରେ ବୁଲି ରମଣୀୟ ଦୃଶ୍ୟ ଦେଖି ବିଭୋର ହୋଇଥିଲେ। ନେଚର୍ସ କ୍ୟାମ୍ପରେ ରହିବା ସହ ତମ୍ବୁ ଘରେ ଶୌଚାଳୟ, ଆଲୋକ ବ୍ୟବସ୍ଥା ଓ ରୁଚିକର ଦେଶୀ ଖାଦ୍ୟ ଖାଇ ସନ୍ତୋଷ ପ୍ରକାଶ କରିଥିଲେ। ୨୬ତାରିଖ ପୂର୍ବାହ୍ନରେ ଟିଫିନ କରି ଫେରିଯାଇଥିଲେ। ସେହିପରି ଇଟାଲୀରୁ ଏକ ଦମ୍ପତି ଭାରତ ଭ୍ରମଣରେ ଆସି ଇଣ୍ଟରନେଟରୁ ପଞ୍ଚଲିଙ୍ଗେଶ୍ୱର ବିଷୟ ଜାଣିବା ପରେ ସେ କୋଲକାତାରୁ ବୁଲେଟରେ ବାହାରି ନୀଳଗିରି ନିକଟ ପଞ୍ଚଲିଙ୍ଗେଶ୍ୱରସ୍ଥିତ ଏକ ଘରୋଇ ସାଇ ହିଲ ଭ୍ୟୁ ରିସର୍ଟକୁ ଗତ ୧୪ତାରିଖରେ ଆଗମନ କରିଥିଲେ। ଜେନ ଫ୍ରାନକୋଜ ଖ୍ରୀଷ୍ଟଫେ ରେନେ ଓ ସ୍ତ୍ରୀ ମାର୍ଗେରିଟା ଇଭାସେଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦୁଇ ଦିନର ରହଣିରେ ସେମାନେ ପଞ୍ଚଲିଙ୍ଗେଶ୍ୱର ପ୍ରାକୃତିକ ସୌନ୍ଦର୍ଯ୍ୟ, ଖୁମକୁଟ, ବିଶେଶ୍ବର, ବଉଳଗଡ଼ିଆର ପଥର ମୂର୍ତ୍ତି, ଚିନ୍ତାମଣିପୁରର ଟେରାକୋଟା କାମ ଆଦି ବୁଲି ଦେଖିଥିଲେ। ସେମାନେ ଖାଦ୍ୟରେ ଡାଲମା, ରୁଟି, ଦହି, ପଖାଳ, ବାଇଗଣ ବଡି ଚୁରା ଖାଦ୍ୟ ଖାଇ ଆନନ୍ଦ ଅନୁଭବ କରିଥିଲେ। ରହଣି ମଧ୍ୟରେ ଏଠାକାର ମନଲୋଭା ପରିବେଶ ହୃଦୟସ୍ପର୍ଶୀ ଥିଲା ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାଲିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri