ରାଜ୍ୟକୁ କମୁଛନ୍ତି ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,୧୯।୨(ବ୍ୟୁରୋ): କୋଭିଡ୍‌ ମହାମାରୀ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ବିଗାଡ଼ି ଦେଇଛି। କୋଭିଡ୍‌ ଭୟ ଯୋଗୁ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆଶାତୀତ ଭାବେ ହ୍ରାସପାଇଛି। ଏପରି କି ୨୦୨୧ରେ ରାଜ୍ୟକୁ ମାତ୍ର ୨୨୬୯ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୨ରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ୭୭ ପ୍ରତିଶତ ହ୍ରାସ ଘଟିଛି।
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଭାରତ ପର୍ଯ୍ୟଟକ ପରିସଂଖ୍ୟାନ-୨୦୨୨ ରିପୋର୍ଟ ଅନୁଯାୟୀ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୨୦୨୦ ଏବଂ ୨୦୨୧ରେ ୭୭.୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୨୨ରେ ଏହା ୭୭ ପ୍ରତିଶତରେ ରହିଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୯ ମସିହାରେ ଓଡ଼ିଶାକୁ ୧,୧୫,୧୨୮ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୦ରେ କୋଭିଡ୍‌ ଯୋଗୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୧୦,୨୦୬ରେ ସୀମିତ ଥିବାବେଳେ ୨୦୨୧ରେ ଏହା ୨୨୬୯କୁ ହ୍ରାସ ପାଇଥିଲା। ମନ୍ତ୍ରଣାଳୟର ଉକ୍ତ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ପର୍ଯ୍ୟଟକ ଆଗମନ ତାଲିକାରେ ଦେଶରେ ଓଡ଼ିଶା ଘରୋଇ ପର୍ଯ୍ୟଟକ କ୍ଷେତ୍ରରେ ୧୮ ତମ ସ୍ଥାନରେ ରହିଥିବା ବେଳେ ବିଦେଶୀ ପର୍ଯ୍ୟଟକ ଆଗମନ କ୍ଷେତ୍ରରେ ୨୦ ତମ ର଼୍ୟାଙ୍କ୍‌ରେ ରହିଛି। ଗତ କିଛି ବର୍ଷ ଧରି କୋଣାର୍କର ସୂର୍ଯ୍ୟମନ୍ଦିର ୫ ଶ୍ରେଷ୍ଠ ସେଣ୍ଟ୍ରାଲ ମନୁମେଣ୍ଟରେ ସ୍ଥାନ ପାଇ ନ ଥିଲା। ରାଜ୍ୟକୁ ପର୍ଯ୍ୟଟକ ହ୍ରାସ ଦିଗରେ ଏହା ଅନ୍ୟ ଏକ କାରଣ ଦର୍ଶାଯାଉଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ଓ ତାରକା ହୋଟେଲର ଅଭାବ ଯୋଗୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହ୍ରାସପାଉଥିବା କୁହାଯାଉଛି।
୨୦୨୦-୨୧ରେ କୋଣାର୍କକୁ ୫.୩ ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ମାତ୍ର ୧୪୨ ଜଣ ବିଦେଶୀ ପର୍ଯ୍ୟଟକ ପରିଦର୍ଶନ କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ରତ୍ନଗିରିକୁ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟିଛି। ୨୦୨୦ରୁ ୨୦୨୨ ମଧ୍ୟରେ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ୨୦.୨୯ ପ୍ରତିଶତ ହ୍ରାସ ହୋଇଥିବା ପରିସଂଖ୍ୟାନ ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ବିଦେଶୀ ପର୍ଯ୍ୟଟକମାନଙ୍କ ରହଣି ପାଇଁ ପର୍ଯ୍ୟାପ୍ତ ତାରକା ହୋଟେଲର ଅଭାବ ରହିଛି। ରାଜ୍ୟରେ ୨୨ଟି ତାରକା ହୋଟେଲରେ ମାତ୍ର ୧,୧୨୪ ରୁମ୍‌ ରହିଛି। ୨୦୧୯ରେ ଭାରତକୁ ୩.୧୪ କୋଟିରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ୨୦୨୦ରେ ଏହି ସଂଖ୍ୟା ୪.୪୬ ଲକ୍ଷକୁ ହ୍ରାସ ପାଇଥିବାବେଳେ ୨୦୨୧ରେ କରୋନା ପ୍ରଭାବ ଯୋଗୁ ଏହା ୩୫ ହଜାର ଟପିପାରି ନ ଥିଲା। ଅବସ୍ଥା ଏଭଳି ହୋଇଥିଲା ଯେ ୨୦୨୧ରେ ଲକ୍ଷାଦ୍ୱୀପକୁ ମାତ୍ର ୪ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ତ୍ରିପୁରାକୁ ୫ ଜଣ, ଛତିଶଗଡ଼କୁ ୮ଜଣ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା।
ତେବେ ୨୦୨୧ରେ କରୋନା ମହାମାରୀ ସତ୍ତ୍ୱେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ୨୭,୫୫୧ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ପଶ୍ଚିମବଙ୍ଗକୁ ୩୪,୮୨୮ ଜଣ ଆସିଥିଲେ। ତେବେ ଏହି ଦୁଇ ରାଜ୍ୟକୁ ସିଧାସଳଖ ଭାବେ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବାରୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସୁଥିବା କୁହାଯାଉଛି। ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୋଭିଡ୍‌ ପରେ ରାଜ୍ୟକୁ କିପରି ପର୍ଯ୍ୟଟକମାନଙ୍କର ଆଗମନ ବଢ଼ିବ ସେ ନେଇ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯାଇଥିବା ବେଳେ ପର୍ଯ୍ୟଟନର ପ୍ରଚାର ପ୍ରସାର ସହିତ ଇକୋ ରିଟ୍ରିଟ୍‌ର ମୂଲ୍ୟକୁ ହ୍ରାସ କରାଯାଇଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅନେକ ପୁଞ୍ଜିନିବେଶକାରୀ ଆଗ୍ରହ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri