ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି ସରିବାର ୬ ଦିନ ପୁର୍ୱରୁ ଦୋକାନକୁ ବନ୍ଦ କରିଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନରେ।
ରାଜ୍ୟ ସରକାର ଏବେ ରାଜ୍ୟରେ ବିଦେଶୀ ମଦ ଦୋକାନ ପାଇଁ ନୂତନ ଟେଣ୍ଡର ପ୍ରକ୍ରିୟା କରାଇଛନ୍ତି। ପୂର୍ୱରୁ ରହିଥିବା ମଦ ଦୋକାନ ଗୁଡିକ ଚଳିତ ଜୁନ ମାସର ଶେଷ ପର୍ଯ୍ୟନ୍ତ ବିକ୍ରିବଟା କରିବା ନିୟମ ରହିଥିବା ବେଳେ କିନ୍ତୁ ଦାରିଙ୍ଗବାଡିରେ ୬ ଦିନ ପୂର୍ୱରୁ ଅର୍ଥାତ ୨୪ ତାରିଖରୁ ଆଉ ବିଦେଶୀ ମଦ ମିଳୁନଥିବା ଦାରିଙ୍ଗବାଡି ଅଞ୍ଚଳର ର୍କିକା ପ୍ରଧାନଙ୍କ ସମେତ
ଉପେ ନାୟକ ଏବଂ ମନୋଜ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି ।

ମଦ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି କିନ୍ତୁ.ସେମାନେ ନିୟମିତ ବିଦେଶୀ ମଦ ବ୍ୟବହାର କରି ସୁସ୍ଥ ରହୁଥିବା ବେଳେ ଏବେ ଏହି ଦୋକାନ ବନ୍ଦ ଯୋଗୁଁ ଆମେ ଅସୁସ୍ଥ ଅନୁଭବ କରୁଛୁ ବୋଲି ଅଭିଯୋଗ କରିଛନ୍ତି । ଏହି ଠିପିବନ୍ଦ ମଦ ଦୋକାନ ବନ୍ଦ ଯୋଗୁଁ ଏବେ ଦାରିଙ୍ଗବାଡି ସମେତ ସିମନବାଡି, କିରିକୁଟି, ଶ୍ରାନିକେତା, ଗ୍ରୀନବାଡି, ଡବେରୀ ଆଦି ସମଗ୍ର ଅଞ୍ଚଳରେ ଚୋରା ରେ ବିଦେଶୀ ମଦ ଚଢା ଦରରେ ବିକ୍ରି ହେଉଛି ଗୋଟିଏ ସ୍କାଡ଼ ପିଛା ଶହେରୁ ଦେଢ଼ ଶହ ଟଙ୍କା ଉଚ୍ଚ ରେ କଳାବଜାର ହେଉଥିବା ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି। ସେପଟେ ନୂଆ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ସାଜ ସଜ୍ଜା ଚାଲିଥିବା ବେଳେ ପୂର୍ୱରୁ ଯେଉଁଠି ଏହି ବିଦେଶୀ ମଦ ଦୋକାନ ରହିଥିଲା ଉକ୍ତ ଦୋକାନକୁ ହିଁ ସାଜ ସଜ୍ଜା କରାଯାଉଛି ଯାହାକି ଉକ୍ତ ଦୋକାନ ମରାମତି କାର୍ଯ୍ୟ ଶେଷ ହେବା ପରେ ଆସନ୍ତା ୨ ରେ ଏହି ଦୋକାନ ଖୋଲାଯିବ ବୋଲି ଦୋକାନର ମ୍ୟାନେଜର ଉମା ରଞ୍ଜନ ଗୁରୁ ପ୍ରତିକ୍ରିୟାରେ କହିଛନ୍ତି।

ଅବଧି ପୁର୍ୱରୁ ବିଦେଶୀ ମଦ ଦୋକାନ କୁ କାହାର ଅନୁମତି ରେ ବନ୍ଦ କରିଦିଆଯାଇଛି ଏହାର ତଦନ୍ତ କରାଯିବା ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସ୍ଥାନୀୟ ବାସିନ୍ଦା ଏନେଇ କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକ ସୁଶାନ୍ତ ପାଢ଼ୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ବିଦେଶୀ ମଦ ଦୋକାନକୁ ବନ୍ଦ ରଖାଯାଇଥିବା ସମ୍ପର୍କରେ ସେ ସୋମବାର ଅଭିଯୋଗ ପାଇଲେ ସେ ଏହାର ତଦନ୍ତ କରିବେ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସୂଚନା ଯୋଗ୍ୟ ଯେ ଦାରିଙ୍ଗବାଡି ଅବକାରୀ ଥାନା ଠାରୁ ମାତ୍ର ୨ ଶହ ମିଟର ଦୂରତା ରେ ଏହି ଠିପିବନ୍ଦ ବିଦେଶୀ ମଦ ଦୋକାନ ରହିଥିବା ବେଳେ ଅବକାରୀ ବିଭାଗ କିଭଳି ଏହି ଦୋକାନ ଅବଧି ସାରିବା ପୁର୍ୱରୁ ଦୋକାନ କୁ ବନ୍ଦ କରିଦିଆଯାଇଛି ଜାଣିପାରିଲେ ନାହିଁ ନା ଜାଣିଶୁଣି ବିଭାଗ ଚଞ୍ଚକତା କରିଛି ତାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ଦରକାର ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri