ବାଇକ୍‌ରେ ଚାଲାଣ ହେଉଛି ବିଦେଶୀ ମଦ

ବଇଣ୍ଡା,୧୯।୧୦(ପରିକ୍ଷିତ ସାହୁ)ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନରୁ ବାଇକ୍‌ ଯୋଗେ ଗ୍ରାମାଞ୍ଚଳକୁ ପେଟି ପେଟି ମଦ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ଏହି କାରବାର ଚାଲୁଥିଲେ ମଧ୍ୟ ପୋଲିସ ପକ୍ଷରୁ ଚଢାଉ କରାଯାଉ ନାହିଁ। ଫଳରେ ଗ୍ରାମାଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି।
ଗ୍ରାମାଞ୍ଚଳର କେତେକ ଦୋକାନରେ ଚୋରା ମଦ ବ୍ୟବସାୟ କରାଯାଉଛି। ଏହି ଚୋରା ବ୍ୟବସାୟରେ ଅତ୍ୟଧିକ ଲାଭ ହେଉଥିବାରୁ କେତେଜଣ ଦୋକାନୀ ଏପରି ବେଆଇନ କାରବାର କରୁଛନ୍ତି। ବଇଣ୍ଡା ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ବ୍ୟବସାୟୀ ବ୍ୟବସାୟ ବୃଦ୍ଧି କରିବା ପାଇଁ ବାଇକ୍‌ ମାଧ୍ୟମରେ ଗ୍ରାମାଞ୍ଚଳକୁ ମଦ ଚାଲାଣ କରୁଛନ୍ତି। ବିଶେଷକରି ପ୍ରତ୍ୟେକ ଦିନ ସକାଳେ ଓ ରାତି ସମୟରେ ଏହି ଚାଲାଣ କରାଯାଉଛି। ବଇଣ୍ଡା, ଗାଁ ବଇଣ୍ଡା, ଲୁହାମୁଣ୍ଡା, କଣ୍ଟେଇକୋଳିଆ, ମଧପୁର, ଜାମୁନାଳି, ଖଣ୍ଡବର, ଅଶୁ୍ରବାହାଳ, ବାଦିବାହଳ ଆଦି ସ୍ଥାନରେ ଚୋରା ବିଦେଶୀ ମଦ କାରବାର କରାଯାଉଛି। ସେହିପରି ଜାତୀୟ ରାଜପଥ କଡରେ ଥିବା କେତେକ ହୋଟେଲରେ ନିରାପଦରେ ଏହି କାରବାର କରାଯାଉଛି। ଅବକାରୀ ବିଭାଗର କେତେଜଣ କର୍ମଚାରୀଙ୍କ ସହ ସଲାସୁତରା କରି ଏହି ବ୍ୟବସାୟ କରୁଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରବିବାର ରାତିରେ ଉକ୍ତ ମଦ ଦୋକାନର ଜଣେ କର୍ମଚାରୀ ବାଇକ୍‌ରେ ମଦ ଚାଲାଣ କରୁଥିବାବେଳେ ଧରାପଡି ହଟହଟା ହୋଇଥିଲେ। ଏହି ମଦ ବ୍ୟବସାୟ ଯୋଗୁ ଅନେକ ସମୟରେ ଗ୍ରାମାଞ୍ଚଳରେ ଗଣ୍ଡଗୋଳ ପରିସ୍ଥିତ ସୃଷ୍ଟି ହେଉଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଏସ୍‌ପି ଦୃଷ୍ଟି ଦେଇ ଚୋରା ମଦ କାରବାର ଉପରେ ରୋକ ଲଗାଇବା ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ହଣ୍ଡପା ଥାନା ଆଇଆଇସି ନମିତା ନାୟକ କହିଛନ୍ତି, ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ପୂର୍ବରୁ ୨ ଥର ମଦ କାଉଣ୍ଟର କର୍ମଚାରୀଙ୍କୁ ଗିରଫ କରାଯାଇଛି। ପୁଣି ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri