Posted inଜାତୀୟ

ବିଦେଶୀ ପାଣ୍ଠି: ଏନ୍‌ଜିଓକୁ ଖବର ପ୍ରକାଶନ ମନା, ଏଫ୍‌ସିଆର୍‌ଏକୁ କଡ଼ାକଡ଼ି କଲା କେନ୍ଦ୍ର

ନୂଆଦିଲ୍ଲୀ,୨୮ା୫(ପି.ଟି.):ଦେଶର ଏନ୍‌ଜିଓଗୁଡ଼ିକ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ତଦନୁସାରେ ଏଫ୍‌ସିଆର୍‌ଏ ଅଧୀନରେ ପଞ୍ଜୀକରଣ ଆବେଦନ କରିବାକୁ ଚାହୁଁଥିବା ଏନ୍‌ଜିଓଗୁଡ଼ିକୁ ନୂଆ ନିୟମାବଳୀ ମାନି ଚଳିବାକୁ ପଡ଼ିବ। ଉକ୍ତ ନୋଟିଫିକେଶନ୍‌ରେ ଉଲ୍ଲେଖ କରାଯାଇଛି ଯେ ଏଫ୍‌ସିଆର୍‌ଏ ନିୟମରେ ଅଣାଯାଇଥିବା ସଂଶୋଧନ ଅନୁଯାୟୀ ବିଦେଶୀ ପାଣ୍ଠି ହାସଲ ଲାଗି ଅନୁମତି ଚାହୁଁଥିବା ଏନ୍‌ଜିଓଗୁଡ଼ିକୁ ଟେରର ଫଣ୍ଡିଂ ଏବଂ ମନିଲଣ୍ଡରିଂ ସମ୍ପର୍କିତ ଜଗୁଆଳି ସଂସ୍ଥା ଏଫ୍‌ଏଟିଏଫ୍‌ର ଗୁଡ୍‌ ପ୍ରାକ୍ଟିସ୍‌ ଗାଇଡ୍‌ଲାଇନ୍ସ ମାନି ଚଳିବା ନେଇ ଲିଖିତ ଭାବେ ଏକ ଅଙ୍ଗୀକାରପତ୍ର ଦାଖଲ କରିବାକୁ ପଡ଼ିବ। ଯେଉଁ ସଂସ୍ଥା ବା ଏନ୍‌ଜିଓ ପଞ୍ଜୀକରଣ ପାଇଁ ଆବେଦନ କରିବେ, ସେଗୁଡ଼ିକ ନିଜ ଆବେଦନପତ୍ରରେ ଅନୂ୍ୟନ ୩ ବର୍ଷର ଫାଇନାନ୍ସିଆଲ ଷ୍ଟେଟ୍‌ମେଣ୍ଟ ଓ ଅଡିଟ୍‌ ରିପୋର୍ଟ ଦାଖଲ କରିବେ। ସେଥିରେ ସମ୍ପୃକ୍ତ ଏନ୍‌ଜିଓର ସମ୍ପତ୍ତି, ଋଣ, ଗ୍ରହଣ କରିଥିବା ପାଣ୍ଠିର ରସିଦ, ଦେୟ ବିବରଣୀ ଏବଂ ଆୟବ୍ୟୟ ଆକାଉଣ୍ଟ ତଥ୍ୟ ମଧ୍ୟ ରହିବ। ଅଡିଟ୍‌ ରିପୋର୍ଟ ଓ ଫାଇନାନ୍ସିଆଲ ଷ୍ଟେଟ୍‌ମେଣ୍ଟରେ କାର୍ଯ୍ୟକଳାପ ଅନୁସାରେ ଗତ ୩ ବର୍ଷର ଏକ୍ସପେଣ୍ଡିଚର ରହି ନ ଥିଲେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କଠାରୁ ପ୍ରମାଣପତ୍ର ଆଣିବାକୁ ପଡ଼ିବ। ସମ୍ପୃକ୍ତ ସଂସ୍ଥା ଦ୍ୱାରା ଖର୍ଚ୍ଚ କରାଯାଇଥିବା ଅର୍ଥ ଏହାର ଆୟବ୍ୟୟ ଅନୁରୂପ ବୋଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସେଥିରେ ଉଲ୍ଲେଖ କରିବେ।
କୌଣସି ସଂଘ କିମ୍ବା ଏନ୍‌ଜିଓ ପ୍ରକାଶନ ସମ୍ପର୍କିତ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ଅଥବା ଏହାର ମେମୋରାଣ୍ଡମ୍‌ ଅଫ୍‌ ଆସୋସିଏଶନ୍‌/ଟ୍ରଷ୍ଟ ଡିଡ୍‌ରେ ଖବର ପ୍ରକାଶ କରିବା ନେଇ ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲେ ସମ୍ପୃକ୍ତ ସଂସ୍ଥାର ମୁଖ୍ୟଙ୍କୁ ଏଫ୍‌ସିଆର୍‌ଏ-୨୦୧୦ର ଅନୁପାଳନ କରାଯିବା ନେଇ ଅଣ୍ଡରଟେକିଂ ଦେବାକୁ ପଡ଼ିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆହୁରି କହିଛି ଯେ, ଯଦି ସମ୍ପୃକ୍ତ ସଂସ୍ଥା ଆର୍‌ଏନ୍‌ଆଇରେ ପଞ୍ଜୀକୃତ ହୋଇଛି ତେବେ ତାକୁ ଆର୍‌ଏନ୍‌ଆଇଠାରୁ ‘ନଟ୍‌ ଏ ନ୍ୟୁଜ୍‌ପେପର’ ସାର୍ଟିଫିକେଟ୍‌ ଆଣି ଦାଖଲ କରିବାକୁ ପଡ଼ିବ। ଯଦି ଏନ୍‌ଜିଓ ପୂର୍ବରୁ ଏଫ୍‌ସିଆର୍‌ଏ ଅଧୀନରେ ପଞ୍ଜୀକୃତ ହୋଇଥିଲା, ତେବେ ଏହାକୁ ରେଜିଷ୍ଟ୍ରେଶନ୍‌ ସାର୍ଟିଫିକେଟ୍‌ ଅବଧି ଶେଷ କିମ୍ବା ରଦ୍ଦ ହେବା ପରେ ମିଳିଥିବା ଓ ବିନିଯୋଗ କରାଯାଇଥିବା ବିଦେଶୀ ପାଣ୍ଠି ସମ୍ପର୍କିତ ବିବରଣୀ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଯଦି ଏନ୍‌ଜିଓର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ତମ୍ଭରେ ଗତ ୩ ବର୍ଷର ବ୍ୟୟ ୧୫ ଲକ୍ଷ ଟଙ୍କାରୁ କମ୍‌ ରହିଥିବ, ତେବେ ପୁଞ୍ଜି ଅନ୍ତର୍ଭୁକ୍ତୀକରଣ ଉପରେ ସତ୍ୟପାଠ ଦେବାକୁ ପଡ଼ିବ ବୋଲି ଉକ୍ତ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ସେହିପରି ଏନ୍‌ଜିଓର ପ୍ରଶାସନିକ ଖର୍ଚ୍ଚକୁ ମଧ୍ୟ ବିଦେଶୀ ପାଣ୍ଠିର ୨୦% ଭିତରେ ସୀମିତ ରଖିବାକୁ ପଡ଼ିବ। ବିଦେଶୀ ସଂସ୍ଥା ଓ ସରକାରଠାରୁ ଅନୁଦାନ ଲାଭ କରି ଭାରତରେ ଦେଶବିରୋଧୀ କାର୍ଯ୍ୟରେ ନିୟୋଜିତ ଏନ୍‌ଜିଓଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଫ୍‌ସିଆର୍‌ଏ ନିୟମରେ ଏପରି ସଂଶୋଧନ ଅଣାଯାଇଥିବା କୁହାଯାଉଛି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ପରେ ଏବେ ଶୁବମନ ଗିଲଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା: BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧: ଡିସେମ୍ବର ୨୪ ତାରିଖରେ ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ପାଇଁ ପଡ଼ିଆକୁ ଓହ୍ଲାଇବା ସମୟରେ, ପ୍ରଶଂସକମାନେ ବହୁତ ଆଶା ରଖିଥିଲେ। ପ୍ରଶଂସକମାନେ କୋହଲିଙ୍କୁ ଦେଖିବାକୁ...

ଚଢା ଦରରେ ବିକ୍ରି ହେଉଛି ବିଦେଶୀ ମଦ: ବୋତଲ ପିଛା…

ନୂଆପଡ଼ା/କୋମନା,୩ା୧(ମକାରୁ ବେମାଲ/ମହେଶ ବାଗ):ଇଂରାଜୀ ନବବର୍ଷକୁ ସ୍ବାଗତ ଜଣାଇ ଚାରିଆଡେ ଉତ୍ସାହର ମାହୋଲ ଦେଖାଦେଇଥିଲା। ଏହାର ସୁଯୋଗ ନେଇ କୋମନାଠାରେ ଥିବା ବିଦେଶୀ ମଦ ଦୋକାନ ଚଢାଦରରେ...

ଆଜିଠାରୁ ମାଘ ମେଳା ଆରମ୍ଭ: ପୁଣ୍ୟ ପାଇବା ସହ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଘରେ କରନ୍ତୁ ଏହି ୩ ଉପାୟ…

ମାଘ ମେଳାକୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପ୍ରତିବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜରେ...

ଧନୁଯାତ୍ରା ସମୟରେ ବରଗଡ଼ରେ ଚାଞ୍ଚଲ୍ୟ: ଗଳାକାଟି ଯୁବକଙ୍କୁ ହତ୍ୟା କଲେ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ଉତ୍ସବମୁଖର ହୋଇ ପଡିଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲିରେ ଜଣେ...

ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିଲେ ହୋମଗାର୍ଡ, ବାଟରେ ଘଟିଲା…

ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି।...

ପାରିବାରିକ ଉତ୍ତରଦାୟିତ୍ୱ

ମାନବର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଏବଂ ଅମାନବୀୟ ଚାରିତ୍ରିକ ସ୍ଖଳନ ସମାଜର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛି। କିଛି ପରିବାରରେ ଏହା ଆଭିଜାତ୍ୟର ରୂପ ନେଇସାରିଛି।...

ଡାଇଓଜିନୀଜଙ୍କ ଅନ୍ବିଷ୍ଟ ମଣିଷ

ସୁଦୂର ଅତୀତର (କାରଣ ଖ୍ରୀଷ୍ଟପୂର୍ବ) ଏଇ ବିସ୍ମୟକର ଅଥଚ ଆଧ୍ୟାତ୍ମିକ ଭାବସମ୍ପନ୍ନ ଅଲୌକିକ କ୍ରିୟା, ମାନବ ସଭ୍ୟତାର ଇତିହାସରେ ଏକ ମାଇଲ ଖୁଣ୍ଟ। ସୃଷ୍ଟିର ରାଜମୁକୁଟ...

ଚାପର ପରୀକ୍ଷା

ଜଟିଳ ସ୍ଥିତି ଦେଇ ଗତି କରୁଥିବା ଭାରତ-ବାଂଲାଦେଶ ସମ୍ପର୍କକୁ ସୁଧାରିବା ଲାଗି ଚେଷ୍ଟା କରାଯାଉଛି। ଉଭୟ ପକ୍ଷର ସଂସ୍ଥା, ସୁରକ୍ଷା ଏଜେନ୍ସି ଏବଂ ଦାୟିତ୍ୱରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri