ଦେଶୀ ମାଟିରେ ହସୁଛି ବିଦେଶୀ ଫଳ

ସାରସକଣା,୧୦ା୧(ସ୍ମୃତି ଶୋଭନ ପାଲ୍‌): ଧାନଚାଷ କରି ଚଳି ଆସୁଥିଲେ। ମାତ୍ର ଏଥିରେ ବେଶୀ ଲାଭ ହେଲାନି। କିଛି ନୂଆ ଚାଷ କରି ସ୍ବାବଲମ୍ବୀ ହେବାକୁ ମନ ବଳାଇଲେ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଭୂରୁଷାଣି ପଞ୍ଚାୟତ ଅନ୍ତର୍ଗତ ଖଡ଼ିଆଶୋଳ ଗ୍ରାମର ସୁବ୍ରତ କୁମାର ରାଉତ। ୟୁଟ୍ୟୁବ ଦେଖି ସେ ବିଦେଶୀ ଫଳ ବେରୀ ଚାଷ ପ୍ରତି ଆଗ୍ରହୀ ହେଲେ। ଖୁବ୍‌ କମ୍‌ ସମୟରେ ସାରସକଣା ବ୍ଲକ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହସୁଛି ଏହି ବିଦେଶୀ ଫଳ।
ଦିନରୁ ସୁବ୍ରତଙ୍କ ଚାଷ ପ୍ରତି ଦୁର୍ବଳତା ଥିଲା। ମାଟ୍ରିକ୍‌ ପାସ୍‌ ପରେ ଆଉ ପାଠ ନ ପଢ଼ି ଚାଷ କାମରେ ଲାଗି ପଡ଼ିଥିଲେ। ତେବେ ଧାନଚାଷରୁ ସେତେଟା ଲାଭ ନ ମିଳିବାରୁ ସେ ନୂଆ କିଛି ଚାଷ କରିବେ ବୋଲି ମନସ୍ଥ କଲେ। କମ ଖର୍ଚ୍ଚରେ ଅଧିକ ଲାଭ ପାଇବା ଆଶାରେ ୟୁଟ୍ୟୁବ୍‌ ଦେଖି ବେରୀ ଚାଷ କରିବା ପାଇଁ ସ୍ଥିର କଲେ। ଶ୍ୱଶୁର ଘର ପଶ୍ଚିମବଙ୍ଗ କୋଲକାତା ନିକଟରେ ଜଣେ ଚାଷୀ ବେରୀ ଚାଷ କରିଥିବା ଦେଖିଥିଲେ। ସେଠାରୁ ଫେରି ବାଂଲାଦେଶ ସୀମା ନିକଟ ଏକ ନର୍ସରୀରୁ ୧୧୫୦ ଖଣ୍ଡ ଚାରା (ଗୋଟାକ ୧୦୦ରୁ ୧୨୦ଟଙ୍କା) ଆଣି ୨୦୨୨ ଫେବୃୟାରୀରେ ରୋପଣ କରିଥିଲେ। ଦୁଇ ଏକର ବିଶିଷ୍ଟ ଜମିକୁ ଲିଜ ସୂତ୍ରରେ ନେଇ ସେଥିରେ ୬ କିସମର ବେରୀ ଗଛ ଲଗାଇଛନ୍ତି;ଯେଉଁଥିରେ ରହିଛି ରେଡ୍‌ କଶ୍ମିରୀ, ସିଡ୍‌ଲେସ, ଥାଇ ଗ୍ରୀନ୍‌, ମିସ୍‌ ଇଣ୍ଡିଆ, ତାଇୱାନ ଓ ବଲ ସୁନ୍ଦରୀ କିସମ। ମିସ୍‌ ଇଣ୍ଡିଆ ଓ ରେଡ୍‌ କଶ୍ମିରୀ କିସମ ସର୍ବାଧିକ ଗଛ ଲାଗିଛି।
ଚାରା ଲାଗିବା ପରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗଛ ମୂଳରେ ପାଣି ଜମିରହି ଗଛଗୁଡ଼ିକ ରୋଗଗ୍ରସ୍ତ ହୋଇପଡ଼ିଥିଲା। ଏହା ଦେଖି ସେ ଭାଙ୍ଗି ପଡ଼ିଥିଲେ। ଗ୍ରାମବାସୀଙ୍କ ସହ ପରିବାର ଲୋକଙ୍କ ଟାହିଟାପରା ତାଙ୍କୁ ବ୍ୟଥିତ କରିଥିଲା। ତଥାପି ସେ ଧୈର୍ଯ୍ୟ ଧରି ମନୋବଳ ଦୃଢ଼ କରିଥିଲେ। ଚାରା ଆଣିଥିବା ନର୍ସରୀ ସହିତ ଯୋଗାଯୋଗ ରଖି ଆସୁଥିଲେ। ବର୍ଷା ପରେ ପାଣିପାଗ ବଦଳିବା ସହିତ ଗଛଗୁଡ଼ିକ ମଧ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଥିଲା, ଯାହାକୁ ଦେଖି ସେ ଖୁସି ଅନୁଭବ କରିଥିଲେ। ଗତ ଅକ୍ଟୋବର ମାସରେ ଗଛରେ ଫୁଲ ଆସିବା ସହିତ ଡିସେମ୍ବର ୨୦ରେ ଅମଳ ଆରମ୍ଭ ହୋଇଥିଲା। ଏହି ଚାଷରେ ସେ ପ୍ରାୟ ସାଢେ ୩ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଗୋଟିଏ ଗଛ ପ୍ରତି ଏବେ ସର୍ବନିମ୍ନ ୧୫ରୁ ୨୦ କେଜି ବେରୀ ଉତ୍ପାଦନ ହେଉଛି। ଏହି ଫଳ ଭୁବନେଶ୍ୱର, ବ୍ରହ୍ମପୁରର ବ୍ୟବସାୟୀମାନେ କେଜି ପ୍ରତି ୭୫ଟଙ୍କାରେ କିଣୁଛନ୍ତି। ଏହି ଫଳର ଚାହିଦା ଏତେ ବଢ଼ିଯାଇଛି ଯେ, ଯୋଗାଣ ପାଇଁ ସମସ୍ୟା ସୃଷ୍ଟି ହେଉଛି। ତେବେ ସରକାରୀସ୍ତରରେ ଯଦି ତାଙ୍କୁ ସହାୟତା ମିଳନ୍ତା, ତେବେ ସେ ଚାଷ କରି ପାରନ୍ତେ ବୋଲି ସୁବ୍ରତ କହିଛନ୍ତି। ଯୁବଗୋଷ୍ଠୀ ଏହି ଚାଷକୁ ଆପଣାଇ ସ୍ବାବଲମ୍ବୀ ହୋଇପାରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସାରସକଣାସ୍ଥିତ ଉଦ୍ୟାନ ବିଭାଗ ଅଧିକାରୀ ଛତିଶ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ ନିଶ୍ଚିତ ଭାବେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri