ଦେଶୀ ମାଟିରେ ହସୁଛି ବିଦେଶୀ ଫଳ

ସାରସକଣା,୧୦ା୧(ସ୍ମୃତି ଶୋଭନ ପାଲ୍‌): ଧାନଚାଷ କରି ଚଳି ଆସୁଥିଲେ। ମାତ୍ର ଏଥିରେ ବେଶୀ ଲାଭ ହେଲାନି। କିଛି ନୂଆ ଚାଷ କରି ସ୍ବାବଲମ୍ବୀ ହେବାକୁ ମନ ବଳାଇଲେ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଭୂରୁଷାଣି ପଞ୍ଚାୟତ ଅନ୍ତର୍ଗତ ଖଡ଼ିଆଶୋଳ ଗ୍ରାମର ସୁବ୍ରତ କୁମାର ରାଉତ। ୟୁଟ୍ୟୁବ ଦେଖି ସେ ବିଦେଶୀ ଫଳ ବେରୀ ଚାଷ ପ୍ରତି ଆଗ୍ରହୀ ହେଲେ। ଖୁବ୍‌ କମ୍‌ ସମୟରେ ସାରସକଣା ବ୍ଲକ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହସୁଛି ଏହି ବିଦେଶୀ ଫଳ।
ଦିନରୁ ସୁବ୍ରତଙ୍କ ଚାଷ ପ୍ରତି ଦୁର୍ବଳତା ଥିଲା। ମାଟ୍ରିକ୍‌ ପାସ୍‌ ପରେ ଆଉ ପାଠ ନ ପଢ଼ି ଚାଷ କାମରେ ଲାଗି ପଡ଼ିଥିଲେ। ତେବେ ଧାନଚାଷରୁ ସେତେଟା ଲାଭ ନ ମିଳିବାରୁ ସେ ନୂଆ କିଛି ଚାଷ କରିବେ ବୋଲି ମନସ୍ଥ କଲେ। କମ ଖର୍ଚ୍ଚରେ ଅଧିକ ଲାଭ ପାଇବା ଆଶାରେ ୟୁଟ୍ୟୁବ୍‌ ଦେଖି ବେରୀ ଚାଷ କରିବା ପାଇଁ ସ୍ଥିର କଲେ। ଶ୍ୱଶୁର ଘର ପଶ୍ଚିମବଙ୍ଗ କୋଲକାତା ନିକଟରେ ଜଣେ ଚାଷୀ ବେରୀ ଚାଷ କରିଥିବା ଦେଖିଥିଲେ। ସେଠାରୁ ଫେରି ବାଂଲାଦେଶ ସୀମା ନିକଟ ଏକ ନର୍ସରୀରୁ ୧୧୫୦ ଖଣ୍ଡ ଚାରା (ଗୋଟାକ ୧୦୦ରୁ ୧୨୦ଟଙ୍କା) ଆଣି ୨୦୨୨ ଫେବୃୟାରୀରେ ରୋପଣ କରିଥିଲେ। ଦୁଇ ଏକର ବିଶିଷ୍ଟ ଜମିକୁ ଲିଜ ସୂତ୍ରରେ ନେଇ ସେଥିରେ ୬ କିସମର ବେରୀ ଗଛ ଲଗାଇଛନ୍ତି;ଯେଉଁଥିରେ ରହିଛି ରେଡ୍‌ କଶ୍ମିରୀ, ସିଡ୍‌ଲେସ, ଥାଇ ଗ୍ରୀନ୍‌, ମିସ୍‌ ଇଣ୍ଡିଆ, ତାଇୱାନ ଓ ବଲ ସୁନ୍ଦରୀ କିସମ। ମିସ୍‌ ଇଣ୍ଡିଆ ଓ ରେଡ୍‌ କଶ୍ମିରୀ କିସମ ସର୍ବାଧିକ ଗଛ ଲାଗିଛି।
ଚାରା ଲାଗିବା ପରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗଛ ମୂଳରେ ପାଣି ଜମିରହି ଗଛଗୁଡ଼ିକ ରୋଗଗ୍ରସ୍ତ ହୋଇପଡ଼ିଥିଲା। ଏହା ଦେଖି ସେ ଭାଙ୍ଗି ପଡ଼ିଥିଲେ। ଗ୍ରାମବାସୀଙ୍କ ସହ ପରିବାର ଲୋକଙ୍କ ଟାହିଟାପରା ତାଙ୍କୁ ବ୍ୟଥିତ କରିଥିଲା। ତଥାପି ସେ ଧୈର୍ଯ୍ୟ ଧରି ମନୋବଳ ଦୃଢ଼ କରିଥିଲେ। ଚାରା ଆଣିଥିବା ନର୍ସରୀ ସହିତ ଯୋଗାଯୋଗ ରଖି ଆସୁଥିଲେ। ବର୍ଷା ପରେ ପାଣିପାଗ ବଦଳିବା ସହିତ ଗଛଗୁଡ଼ିକ ମଧ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଥିଲା, ଯାହାକୁ ଦେଖି ସେ ଖୁସି ଅନୁଭବ କରିଥିଲେ। ଗତ ଅକ୍ଟୋବର ମାସରେ ଗଛରେ ଫୁଲ ଆସିବା ସହିତ ଡିସେମ୍ବର ୨୦ରେ ଅମଳ ଆରମ୍ଭ ହୋଇଥିଲା। ଏହି ଚାଷରେ ସେ ପ୍ରାୟ ସାଢେ ୩ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଗୋଟିଏ ଗଛ ପ୍ରତି ଏବେ ସର୍ବନିମ୍ନ ୧୫ରୁ ୨୦ କେଜି ବେରୀ ଉତ୍ପାଦନ ହେଉଛି। ଏହି ଫଳ ଭୁବନେଶ୍ୱର, ବ୍ରହ୍ମପୁରର ବ୍ୟବସାୟୀମାନେ କେଜି ପ୍ରତି ୭୫ଟଙ୍କାରେ କିଣୁଛନ୍ତି। ଏହି ଫଳର ଚାହିଦା ଏତେ ବଢ଼ିଯାଇଛି ଯେ, ଯୋଗାଣ ପାଇଁ ସମସ୍ୟା ସୃଷ୍ଟି ହେଉଛି। ତେବେ ସରକାରୀସ୍ତରରେ ଯଦି ତାଙ୍କୁ ସହାୟତା ମିଳନ୍ତା, ତେବେ ସେ ଚାଷ କରି ପାରନ୍ତେ ବୋଲି ସୁବ୍ରତ କହିଛନ୍ତି। ଯୁବଗୋଷ୍ଠୀ ଏହି ଚାଷକୁ ଆପଣାଇ ସ୍ବାବଲମ୍ବୀ ହୋଇପାରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସାରସକଣାସ୍ଥିତ ଉଦ୍ୟାନ ବିଭାଗ ଅଧିକାରୀ ଛତିଶ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ ନିଶ୍ଚିତ ଭାବେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri