କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ଜିଲାର ବିଭିନ୍ନ ଲୋକନୃତ୍ୟ, ଲୋକସଂସ୍କୃତି, ଦେବୀପୀଠ ଓ ପ୍ରାକୃତିକ ସ୍ଥଳୀ ପରିଦର୍ଶନ କରି ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି।

ପ୍ରଥମେ ସେ ଜିଲାର ଲୋକକଳା ଗ୍ରାମ ଭାବେ ପରିଚିତ ଜୁନାଗଡ଼ ବ୍ଲକର ଛୋରିଆଗଡ଼ରେ ପହଞ୍ଚି ଘୁମୁରା ନୃତ୍ୟ ପରିବେଷଣ ଦେଖିଥିଲେ। ଏହାସହ ଘୁମୁରା କଳାକାରମାନଙ୍କୁ ଭେଟି ଏହି ପାରମ୍ପରିକ ନୃତ୍ୟର ଇତିହାସ, ପରମ୍ପରା ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।

ପରେ ସେ କାଠ କାରିଗରୀ ପାଇଁ ପ୍ରସିଦ୍ଧ ଧର୍ମଗଡ଼ ବ୍ଲକର ଖଏରପଦର ଗ୍ରାମରେ ପହଞ୍ଚିଥିଲେ। ସେଠାରେ କାଠରେ ନିର୍ମିତ ବିଭିନ୍ନ ମୂର୍ତ୍ତି ଓ କାଠ ଶିଳ୍ପକଳା ଦେଖିବା ସହ କାରିଗରମାନଙ୍କ ସହ ଆଲୋଚନା କରିଥିଲେ। କାଠ କାରିଗରୀର ପାରମ୍ପରିକ ଶୈଳୀ, କାରିଗରମାନଙ୍କ ଜୀବନଯାପନ ଓ ଏହି ଶିଳ୍ପର ବିଭିନ୍ନ ଦିଗ ସମ୍ପର୍କରେ ସେ ତଥ୍ୟ ନେଇଥିଲେ।

ଅପରାହ୍ନରେ ଲୁଇସ୍ ଲାଫ୍ରାନ୍ସ କେସିଙ୍ଗା ବ୍ଲକ୍‌ର ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟାଙ୍କ ପୀଠରେ ପହଞ୍ଚିଥିଲେ। ପୀଠ ନିକଟରେ ଥିବା ପ୍ରସିଦ୍ଧ ଦେବଗୁମ୍ଫା (ପ୍ରାକୃତିକ ଗୁମ୍ଫା)ରେ ଥିବା ବିଶାଳ ଶିବଲିଙ୍ଗ ଦର୍ଶନ କରିବା ସହ ବିରିପୁଡ଼ା ପାହାଡ଼ ଓ ଗୁମ୍ଫାର ଐତିହାସିକ ଓ ପ୍ରାକୃତିକ ବିଶେଷତା ସମ୍ପର୍କରେ ବୁଝିଥିଲେ।

ପରେ ସେ ଦେବୀ ଯୋଗମାୟା ଓ ପ୍ରଭୁ ପାତାଳେଶ୍ୱରଙ୍କ ଦର୍ଶନ କରିବା ସହ ମନ୍ଦିର ନିକଟରେ ଥିବା ଔଷଧୀୟ ବୃକ୍ଷ ଉଦ୍ୟାନ ପରିଭ୍ରମଣ କରିଥିଲେ। ଦେବୀ ଯୋଗମାୟା ଓ ପ୍ରଭୁ ପାତାଳେଶ୍ୱରଙ୍କ ଉତ୍ପତ୍ତି, ପୀଠର ଐତିହ୍ୟ ଏବଂ ପାରିପାର୍ଶ୍ୱିକ ପରିବେଶର ସଂରକ୍ଷଣ ଓ ପରିଚାଳନା ସମ୍ପର୍କରେ ସେ ମା’ ଯୋଗମାୟା ଦେବୀପୀଠ ଓ ଦେବଗୁମ୍ଫା ଚାରିଟେବଲ୍ ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ।

ପ୍ରକୃତିର କୋଳରେ ଦେବାଦେବୀଙ୍କ ଅବସ୍ଥିତି ଏବଂ ପୀଠର ଶାନ୍ତ, ମନୋରମ ପରିବେଶ ତାଙ୍କୁ ବେଶ୍ ଅଭିଭୂତ କରିଥିଲା। ନିଜର ଭ୍ରମଣ କାହାଣୀରେ ଯୋଗମାୟା ପୀଠ ଓ ଦେବଗୁମ୍ଫା ସମ୍ପର୍କରେ ପ୍ରମୁଖ ଭାବେ ଉଲ୍ଲେଖ କରିବେ ବୋଲି ଲୁଇସ୍ ଲାଫ୍ରାନ୍ସ କହିଥିବା ତାଙ୍କ ଗାଇଡ୍ ମନୋଜ ଭୋଇ ସୂଚନା ଦେଇଛନ୍ତି।

ସ୍ପେନର କାଟାଲୋନିଆ ଅଞ୍ଚଳର ବାର୍ସିଲୋନା ନିବାସୀ ଲୁଇସ୍ ଲାଫ୍ରାନ୍ସ ସମ୍ପ୍ରତି ପଶ୍ଚିମ ଓଡ଼ିଶା ଗସ୍ତରେ ଅଛନ୍ତି। କଳାହାଣ୍ଡିର ଲୋକକଳା, ଲୋକସଂସ୍କୃତି, ପାରମ୍ପରିକ ଶିଳ୍ପ ଓ ପ୍ରାକୃତିକ ଐତିହ୍ୟ ପ୍ରତି ତାଙ୍କ ଆଗ୍ରହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବେଲଜିୟମ ଓ ସ୍ୱିଜରଲାଣ୍ଡର ଜେନେଭାରୁ ଏକାଧିକ ପର୍ଯ୍ୟଟକ ଯୋଗମାୟା ପୀଠ ପରିଦର୍ଶନରେ ଆସିଥିଲେ। ନିକଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ପୀଠ ପରିଦର୍ଶନ କରି ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ନେଇ ଘୋଷଣା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri