Posted inଜାତୀୟ

ଏହି କାରଣରୁ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା ହେଲା

ପୁନେ, ୧୮।୮: ପୁନେ ଜନସନରେ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା। ପ୍ଲାଟ୍‌ଫର୍ମ ଟିକେଟ୍‌ର ଏଭଳି ମୂଲ୍ୟକୁ ନେଇ ଇଣ୍ଡିଆନ୍‌ ରେଲ୍‌ଓ୍ବେ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟୀକରଣ ରଖାଯାଇଛି। ଇଣ୍ଡିଆନ ରେଲ୍‌ଓ୍ବେ ପକ୍ଷରୁ କୁହାଯାଇଛି, କରୋନା ମହାମାରୀ ସମୟରେ ଷ୍ଟେସନରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ବୃଦ୍ଧି କରାଯାଇଛି। ଅନାବଶ୍ୟକ ଭାବେ ବହୁ ଲୋକ ଷ୍ଟେସନ ଆସୁଥିବାରୁ ଏଥିରେ ରୋକ୍‌ ଲଗାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ଆରମ୍ଭରୁ ଟିକେଟ୍‌ ମୂଲ୍ୟ ବୃଦ୍ଧି କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ ନିକଟରେ ଏକ ଟୁଇଟ୍‌ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, କଂଗ୍ରେସ ଶାସନ ସମୟରେ ପ୍ଲାଟ୍‌ ଫର୍ମ ଟିକେଟ୍‌ ମୂଲ୍ୟ ୩ ଟଙ୍କା ରହିଥିବାବେଳେ ବର୍ତ୍ତମାନ ବିଜେପି ସରକାର ଏହାକୁ ୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଦିଗ୍‌ବିଜୟଙ୍କ ଏହି ଟୁଇଟ୍‌ ପରେ ଇଣ୍ଡିଆନ୍‌ ରେଲ୍‌ଓ୍ବେ ପକ୍ଷରୁ ପ୍ଲାଟ୍‌ ଫର୍ମ ଟିକେଟ୍‌ ମୂଲ୍ୟ ବୃଦ୍ଧିର ସ୍ପଷ୍ଟୀକରଣ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀଙ୍କୁ ପଛରେ ପକାଇଲେ ଅଦାନୀ

ନୂଆଦିଲ୍ଲୀ,୮।୨: ଭାରତୀୟ ବିଲିୟନେୟାର ଗୌତମ ଅଦାନୀ ଏସିଆର ସବୁଠୁ ଧନ୍ୟ ବ୍ୟକ୍ତି ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି। ୫୯ ବର୍ଷୀୟ ଅଦାନିଙ୍କ ସମ୍ପତ୍ତି...

କରୋନା ସଙ୍କଟ: ୪୦,୦୦୦ କଏଦୀଙ୍କୁ ମିଳିଛି ଅସ୍ଥାୟୀ ଜାମିନ

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଦେଶରେ ଲକ୍‌ଡାଉନ୍‌...

ଭାଜପାରେ ମିଶିବେ ଅମରିନ୍ଦର ସିଂ

ଚଣ୍ଡିଗଡ଼,୨।୭: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂ ଖୁବ୍‌ଶୀଘ୍ର ଭାଜପାରେ ଯୋଗଦେବେ। ୮ ମାସ ତଳେ ସେ କଂଗ୍ରେସ ଛାଡ଼ି ଗଢ଼ିଥିବା ପଞ୍ଜାବ ଲୋକ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା କରୋନା ସଂକ୍ରମିତ

ସିରସା,୩ ।୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ୍ ନ୍ୟାଶନାଲ ଲୋକଦଳର ମୁଖ୍ୟ ଓମ ପ୍ରକାଶ ଚୌତାଲା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ବୁଧବାର...

ଦୃଶ୍ୟମାନ ହେଲା ବର୍ଷର ଶେଷ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଛି। ଏହି ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଦେଶର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି। ବିଭିନ୍ନ ପ୍ଲାନେଟୋରିୟମରେ ଏହି...

ତିନି ତଲାକ୍‌ ନେଇ ପୋଲିସରେ ଅଭିଯୋଗ କରିବାରୁ ମହିଳାଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ

ଲକ୍ଷ୍ନୌ,୧୬।୮: ଉତ୍ତର ପ୍ରଦେଶ ଶ୍ରାବସ୍ତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ତିନି ତଲାକ୍‌ ନେଇ ପୋଲିସରେ ଅଭିଯୋଗ କରିବାରୁ ମହିଳାଙ୍କ ଜୀବନ୍ତ ଜାଳିଦେଇଛନ୍ତି ସ୍ବାମୀ।...

ଭାରତୀୟମାନେ ଗିନି ପିଗ୍‌ ନୁହନ୍ତି

ନୂଆଦିଲ୍ଲୀ,୧୪ା୧: ମହାମାରୀ କରୋନାରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଭାକ୍ସିନ ଆମଦାନୀ କରି ବିଭିନ୍ନ ସହରକୁ ପଠାଉଥିବାବେଳେ ଏହାର ରିଲିଜ୍‌କୁ ନେଇ ବିବାଦ ଆରମ୍ଭ ହୋଇଛି।...

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୧୪ ଜୀବନ

ଲକ୍ଷ୍ନୌ,୨୦।୧୧: ଉତ୍ତର ପ୍ରଦେଶର ପ୍ରତାପଗଢରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ୧୪ ଜଣଙ୍କ ଜୀବନ ଯାଇଛି।...

Advertisement
Archives

Model This Week