କୋଣାର୍କରେ ପ୍ରଥମଥର ୪ ପଜିଟିଭ୍‌

କୋଣାର୍କ,୨୫ା୬(ଡି.ଏନ୍‌.ଏ): କୋଣାର୍କରେ ପ୍ରଥମଥର ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। କୋଣାର୍କ ଏନଏସିରେ ୩ଜଣ ଓ ଏହି ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ମାଙ୍କରଗୋରଡି ଗ୍ରାମର ୧ଜଣ ପ୍ରବାସୀ ବୋଲି ଜଣାପଡ଼ିଛି। ୧୩ନଂ ୱାର୍ଡ ବେରୁହଁ ଗ୍ରାମର ୨ଜଣ ଏବଂ ଅନ୍ୟ ଜଣେ ୨୬ବର୍ଷର ଯୁବକ(ସିକ୍ୟୁରିଟ ଗାର୍ଡ)ପଜିଟିଭ ରିପୋର୍ଟ ଆସିବା ପରେ ସେମାନଙ୍କୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲ ପଠାଯାଇଥିବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସ କହିଛନ୍ତି। ନିକଟରେ ମହାରାଷ୍ଟ୍ରରୁ ବେରୁହଁ ଗ୍ରାମର ବାପା, ମା ଓ ଦୁଇ ବର୍ଷର ଝିଅ ଫେରି ୧୭ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ସ୍ବାବ ଟେଷ୍ଟ ପରେ ବାପା ଓ ଝିଅର ପଜିଟିଭ ରିପୋର୍ଟ ଆସିଥିଲା। ସେହିଭଳି ମୁମ୍ବାଇରୁ ଆସିଥିବା ଯୁବକ ରିଂରୋଡରେ ଏକ ଘରୋଇ ଲଜ୍‌ରେ ପେଡ କ୍ୱାରାଣ୍ଟାଇନରେ ରହିଥିଲେ ା ଯୁବକ ଜଣକ ଆଇଓଏଫର ସିକ୍ୟୁରିଟ ଗାର୍ଡ ଭାବେ କାଯର୍‌ୟରତ ଥିବା ଜଣାପଡିଛି। ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ବାହାରିବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଏହି ଯୁବକଙ୍କ ସଂସ୍ପର୍ଶରେ ଆଇଓଏଫ୍‌ର କର୍ମଚାରୀ ଓ ଲଜର କର୍ମଚାରୀ ଅଛନ୍ତି କି ନାହଁି ତାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ପଜିଟିଭ ଚିହ୍ନଟଙ୍କୁ ଭୁବନେଶ୍ୱର ପଠାଯିବା ପରେ ତୁରନ୍ତ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ପକ୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଘରୋଇ ଲଜ ପରିସର ସାନିଟାଇଜ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri