ହିନ୍ଦୁଜା ପରିବାରରେ ସମ୍ପତ୍ତି ବିବାଦ; କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୫।୬ : ବ୍ରିଟେନର ହିନ୍ଦୁଜା ଗ୍ରୁପ୍‌ର ଜଡ଼ିତ ଭାଇଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଦେଖାଯାଇଛି। ଏହି ବିବାଦ ବର୍ତ୍ତମାନ ବ୍ରିଟେନର ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ପରିବାର ବ୍ରିଟେନର ବିଲିୟନେୟାରଙ୍କ ତାଲିକାରେ ରହିଛି। ପରିବାରର ସଂରକ୍ଷକ କୁହାଯାଉଥିବା ୮୪ ବର୍ଷୀୟ ଶ୍ରୀଚନ୍ଦ ପରମାନନ୍ଦ ହିନ୍ଦୁଜା ମାମଲାକୁ ଅଦାଲତ ଯାଏ ନେଇଥିବା କୁହାଯାଉଛି। ସେ ତାଙ୍କ ଭାଇ ଜି.ପି. ହିନ୍ଦୁଜା(୮୦), ପି.ପି. ହିନ୍ଦୁଜା(୭୫)ଏବଂ ଏ.ପି. ହିନ୍ଦୁଜା (୬୯)ଙ୍କ ବିରୋଧରେ ମକଦମା ଦାୟର କରିଛନ୍ତି। ଏହି ମାମଲା ୨୦୧୪ର ଏକ ଚିଠିକୁ ନେଇ ହୋଇଛି। ଚିଠିର ବୈଧତା ଏବଂ ପ୍ରଭାବ ଆଧାରରେ ଏହା ହୋଇଥିବା ଜଣାପଡିଛି। ଚିଠିରେ କୁହାଯାଇଛି ଯେ, ସବୁ ଭାଇ ଜଣେ ଅନ୍ୟ ଜଣକ ଲାଗି ନିର୍ବାହକ ନିଯୁକ୍ତ ହୋଇଛନ୍ତି। କୌଣସି ଜଣେ ଭାଇ ନାମରେ ରହିଥିବା ସମ୍ପତ୍ତି ଉପରେ ୪ ଜଣଙ୍କର ହକ୍‌ ରହିବ। ୨୦୧୪ର ଅନ୍ୟ ଏକ ଚିଠିର ଏହି ବିବାଦ ସହ ସମ୍ପର୍କ ରହିଛି। ଏହି ଦସ୍ତାବିଜଗୁଡିକୁ ଆଇନଗତ ଭାବେ ଅଣପ୍ରଭାବୀ ଘୋଷିତ କରିବା ଲାଗି ଶ୍ରୀଚନ୍ଦ ପରମାନନ୍ଦ ହିନ୍ଦୁଜା ଆବେଦନ କରିଛନ୍ତି। ଏହି ଦସ୍ତାବିଜ କୌଣସି ଇଚ୍ଛାପତ୍ର, ପାଓ୍ବାର ଅଫ୍‌ ଆଟର୍ନି କିମ୍ବା ଅନ୍ୟ ବାଧ୍ୟକାରୀ ଦସ୍ତାବିଜ ଭାବେ ବିଚାର କରା ନ ଯାଉ। ଚିଠିରେ ଉଲ୍ଲେଖ ପ୍ରସଙ୍ଗକୁ ଦସ୍ତାବିଜ ଭାବେ ବ୍ୟବହାର ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ କୁହାଯାଇଛି। ସୂଚନାଯୋଗ୍ୟ ଏହି ଗ୍ରୁପ୍‌ର ସମ୍ପତ୍ତି ୧୬ ବିଲିୟନ ପାଉଣ୍ଡ ରହିଛି। ଏହାର କାରବାର ସାମ୍ରାଜ୍ୟ ମୁମ୍ବାଇ ଏବଂ ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ରହିଛି। ଏହି ଗ୍ରୁପ୍‌ ବାହନ, ହୋଟେଲ, ବ୍ୟାଙ୍କିଙ୍ଗ୍‌ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ର ସହ ଜଡ଼ିତ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?