Posted inଖେଳ

୮୭ ବର୍ଷରେ ପ୍ରଥମ ଥର ହେବନି ରଣଜୀ ଟ୍ରଫି

ନୂଆଦିଲ୍ଲୀ, ୩୧ା୧ (ପି.ଟି.)- କୋଭିଡ୍‌ କାରଣରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୮୭ ବର୍ଷରେ ପ୍ରଥମ ଥର ଏହାର ପ୍ରମୁଖ ପ୍ରଥମ ଶ୍ରେଣୀ ଘରୋଇ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ଆୟୋଜନ କରିବ ନାହିଁ। କାରଣ ଅଧିକାଂଶ ରାଜ୍ୟ ୟୁନିଟ୍‌ ବିଜୟ ହଜାରେ ଟ୍ରଫି ସପକ୍ଷରେ ମତ ଦେଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହା ରାଜ୍ୟ ୟୁନିଟ୍‌ଗୁଡ଼ିକ ନିକଟକୁ ପଠାଇଥିବା ଚିଠି ଅନୁସାରେ ବିସିସିଆଇ ଭିନୁ ମଙ୍କଡ ଟ୍ରଫି ପାଇଁ ୧୯ବର୍ଷରୁ କମ୍‌ ଜାତୀୟ ଦିନିକିଆ ଟୁର୍ନାମେଣ୍ଟ ଆୟୋଜନ କରିବ। ଜାତୀୟ ମହିଳା ଦିନିକିଆ ଟୁର୍ନାମେଣ୍ଟ ମଧ୍ୟ ଖେଳାଯିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଶାହା ରଣଜୀ ଟ୍ରଫି ସପକ୍ଷରେ ଥିଲେ। କାରଣ ଏଥିରେ ମ୍ୟାଚ୍‌ ଫି’ ଅଧିକ ମିଳିଥାଏ। ଜଣେ ଖେଳାଳି ମ୍ୟାଚ ପିଛା ହାରିହାରି ୧.୫ ଲକ୍ଷ ଟଙ୍କା ପାଇଥାଏ। କୋଭିଡ୍‌ ସମୟରେ ଦୁଇ ପର୍ଯ୍ୟାୟ ବିଶିଷ୍ଟ ରଣଜୀ ଟ୍ରଫି ଖେଳା ଗଲେ ଦୁଇ ମାସ ସମୟ ଲାଗିବ। ଏତେ ସମୟ ବାୟୋ-ବବଲରେ ରହିବା ସହଜ ନୁହେଁ। ବିଜୟ ହଜାରେ ଟ୍ରଫି ଆସନ୍ତା ମାସରେ ଖେଳାଯିବ। କୋଭିଡ୍‌ ସମୟରେ ଘରୋଇ କ୍ୟାଲେଣ୍ଡର ପ୍ରସ୍ତୁତ କରିବା କେତେ କଷ୍ଟକର ଶାହା ସେ ବିଷୟ ତାଙ୍କ ଚିଠିରେ ବର୍ଣ୍ଣନା କରିଛନ୍ତି। ପ୍ରଥମେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ପରେ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ ହୋଇ ପାରିଥିବାରୁ ଏଥିପାଇଁ ସେ ବିସିସିଆଇ ଷ୍ଟାଫ୍‌ ଏବଂ ରାଜ୍ୟ ଆସୋସିଏଶନଗୁଡ଼ିକ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଆଗେଇ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri