Posted inଖେଳ

୮୭ ବର୍ଷରେ ପ୍ରଥମ ଥର ହେବନି ରଣଜୀ ଟ୍ରଫି

ନୂଆଦିଲ୍ଲୀ, ୩୧ା୧ (ପି.ଟି.)- କୋଭିଡ୍‌ କାରଣରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୮୭ ବର୍ଷରେ ପ୍ରଥମ ଥର ଏହାର ପ୍ରମୁଖ ପ୍ରଥମ ଶ୍ରେଣୀ ଘରୋଇ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ଆୟୋଜନ କରିବ ନାହିଁ। କାରଣ ଅଧିକାଂଶ ରାଜ୍ୟ ୟୁନିଟ୍‌ ବିଜୟ ହଜାରେ ଟ୍ରଫି ସପକ୍ଷରେ ମତ ଦେଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହା ରାଜ୍ୟ ୟୁନିଟ୍‌ଗୁଡ଼ିକ ନିକଟକୁ ପଠାଇଥିବା ଚିଠି ଅନୁସାରେ ବିସିସିଆଇ ଭିନୁ ମଙ୍କଡ ଟ୍ରଫି ପାଇଁ ୧୯ବର୍ଷରୁ କମ୍‌ ଜାତୀୟ ଦିନିକିଆ ଟୁର୍ନାମେଣ୍ଟ ଆୟୋଜନ କରିବ। ଜାତୀୟ ମହିଳା ଦିନିକିଆ ଟୁର୍ନାମେଣ୍ଟ ମଧ୍ୟ ଖେଳାଯିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଶାହା ରଣଜୀ ଟ୍ରଫି ସପକ୍ଷରେ ଥିଲେ। କାରଣ ଏଥିରେ ମ୍ୟାଚ୍‌ ଫି’ ଅଧିକ ମିଳିଥାଏ। ଜଣେ ଖେଳାଳି ମ୍ୟାଚ ପିଛା ହାରିହାରି ୧.୫ ଲକ୍ଷ ଟଙ୍କା ପାଇଥାଏ। କୋଭିଡ୍‌ ସମୟରେ ଦୁଇ ପର୍ଯ୍ୟାୟ ବିଶିଷ୍ଟ ରଣଜୀ ଟ୍ରଫି ଖେଳା ଗଲେ ଦୁଇ ମାସ ସମୟ ଲାଗିବ। ଏତେ ସମୟ ବାୟୋ-ବବଲରେ ରହିବା ସହଜ ନୁହେଁ। ବିଜୟ ହଜାରେ ଟ୍ରଫି ଆସନ୍ତା ମାସରେ ଖେଳାଯିବ। କୋଭିଡ୍‌ ସମୟରେ ଘରୋଇ କ୍ୟାଲେଣ୍ଡର ପ୍ରସ୍ତୁତ କରିବା କେତେ କଷ୍ଟକର ଶାହା ସେ ବିଷୟ ତାଙ୍କ ଚିଠିରେ ବର୍ଣ୍ଣନା କରିଛନ୍ତି। ପ୍ରଥମେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ପରେ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ ହୋଇ ପାରିଥିବାରୁ ଏଥିପାଇଁ ସେ ବିସିସିଆଇ ଷ୍ଟାଫ୍‌ ଏବଂ ରାଜ୍ୟ ଆସୋସିଏଶନଗୁଡ଼ିକ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଆଗେଇ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଚେନ୍ନାଇ-ଦିଲ୍ଲୀ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ମ୍ୟାଚ୍‌

ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିିମିୟମ ଲିଗ୍‌(ଆଇପିଏଲ୍‌)-୨୦୨୧। ଶନିବାର ଏହାର ଦ୍ୱିତୀୟ ମୁକାବିଲା ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯିବ। ତେବେ ଆସନ୍ତୁ...

ହରମନପ୍ରୀତ ଅଧିନାୟକ, ନିଲମ ସାମିଲ

ଭୁବନେଶ୍ୱର,୨୮।୨(କ୍ରୀଡ଼ା ପ୍ରତିନିଧି): ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଗୁଡ଼ିକ ପାଇଁ ସୋମବାର ୨୦ ଜଣିଆ...

ଦୂତୀଙ୍କୁ ସ୍ବର୍ଣ୍ଣ, ଅମିୟ ବ୍ରୋଞ୍ଜ୍‌

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି): କରୋନା ମହାମାରୀ ଜନିତ ଦୀର୍ଘ ଦିନର ବ୍ରେକ୍‌ ପରେ ଭାରତୀୟ ଆଥଲେଟ୍‌ମାନେ ପ୍ରଥମଥରପାଇଁ ଗୁରୁବାର ଟ୍ରାକ୍‌କୁ ଓହ୍ଲାଇଛନ୍ତି। ପଞ୍ଜାବର ପଟିଆଲାରେ ଅନୁଷ୍ଠିତ...

’ଧୋନୀଙ୍କୁ ୭ନଂରେ ଛାଡ଼ିବା ନିଷ୍ପତ୍ତି ଏକା ମୋର ନ ଥିଲା‘

ମୁମ୍ବାଇ,୨।୮- ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କୁ ୭ ନଂରେ ବ୍ୟାଟିଂ ପାଇଁ ଛାଡ଼ିବା ନେଇ ଚାଲିଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ଥମି ନାହିଁ।...

ଆଜି ଖେଳାଯିବ ଦ୍ୱିତୀୟ ଟି୨୦: ଜାଣନ୍ତୁ କେତେବେଳେ ଏବଂ କେଉଁଠି ଦେଖିବେ

ନୂଆଦିଲ୍ଲୀ,୧୩।୩: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଭାରତୀୟ ଅଧିନାୟକ ବିରାଟ...

ଆଇସିସି ନିୟମ ଉଲ୍ଲଂଘନ କରିଛନ୍ତି ଅମ୍ପାୟର ଯତୀନ

ଦୁବାଇ,୨୩।୫(ପି.ଟି.): ଭଟିଣ୍ଡାର ଜଣେ ଅମ୍ପାୟର ଯତୀନ କାଶ୍ୟପଙ୍କ ବିରୋଧରେ ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରିଛନ୍ତି। ୨୦୨୨ରେ କେତୋଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଉପରେ ତଦନ୍ତ ବେଳେ...

ଧୋନୀଙ୍କୁ ହାତଯୋଡି ନମସ୍କାର କଲେ ଏହି କ୍ରିକେଟର୍‌

ଶାରଜା,୨୩।୯: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଡେବ୍ୟୁ କରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସ...

୨-୧ରେ ସିରିଜ ଜିତିଲା ଭାରତ

ହାଇଦ୍ରାବାଦ,୨୫।୯: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି୨୦ ସିରିଜର ତୃତୀୟ ତଥା ଅନ୍ତିମ ମୁକାବିଲାରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ...

Advertisement
Archives

Model This Week