କୋମଳ ତ୍ୱଚା ପାଇଁ…

ତ୍ୱଚାର ଯତ୍ନ ପ୍ରତି ଅନେକେ ସଚେତନ ନ ଥାନ୍ତି। କେତେଜଣ ଅଛନ୍ତି ତ୍ୱଚାର ଯତ୍ନ ତ ନେଇ ନ ଥାନ୍ତି ବରଂ ଅଜାଣତରେ ଏଭଳି କିଛି ଭୁଲ୍‌ କାମ କରିଥାନ୍ତି, ଯାହା ସେମାନଙ୍କ ତ୍ୱଚା ଉପରେ ବିପରୀତ ପ୍ରଭାବ ପକାଇଥାଏ। ତେଣୁ ତ୍ୱଚାର ଯତ୍ନ ସମ୍ବନ୍ଧୀୟ ଭୁଲ୍‌ ଆଦୌ କରନ୍ତୁ ନାହିଁ..

ଡିହାଇଡ୍ରେସନ୍‌:ଡିହାଇଡ୍ରେସନ୍‌ର ସିଧାସଳଖ ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ଗ୍ଲୋଇଂ ସ୍କିନ୍‌ ପାଇବା ପାଇଁ ପ୍ରଚୁର ପାଣି ପିଇବା ଆବଶ୍ୟକ। ସୁସ୍ଥ ତ୍ୱଚା ପାଇଁ ଅତି କମରେ ୮ ରୁ ୧୦ ଗ୍ଲାସ ପାଣି ପିଅନ୍ତୁ।
ସନ୍‌ସ୍କିନ୍‌ ଲୋସନ୍‌ : କେତେଜଣ ଅଛନ୍ତି ନିୟମିତ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରି ନ ଥାନ୍ତି। ଏପରି କରିବା ଆଦୌ ଠିକ୍‌ ନୁହେଁ। ବାହାରକୁ ବାହାରିବା ପୂର୍ବରୁ ସନ୍‌ସ୍କିନ୍‌ ଲୋସନ୍‌ ଓ କ୍ରିମ୍‌ ଆଦି ନିଶ୍ଚୟ ଲଗାନ୍ତୁ। ଫଳରେ ତ୍ୱଚାରେ କୁଞ୍ଚନ, ଶୁଷ୍କତା, ଦାଗ ଭଳି ସମସ୍ୟା ଦେଖା ଦେବ ନାହିଁ।
ଓଭର କ୍ଲିଜିଂ: କ୍ଲିଜିଂ କରିବା ତ୍ୱଚା ନିମନ୍ତେ ଆବଶ୍ୟକ କିନ୍ତୁ ଆବଶ୍ୟକତାଠାରୁ ଅଧିକ ଥର କ୍ଲିଜିଂ କରିବା ଫଳରେ ତ୍ୱଚାରେ ଥିବା କୋମଳତା ନଷ୍ଟ ହୋଇଯାଏ ଓ ତ୍ୱଚା ଅଧିକ ଶୁଷ୍କ ହୋଇଯାଏ। ତେଣୁ ସ୍କିନ୍‌କେୟାର ରୁଟିନ୍‌ ଅନୁସାରେ କ୍ଲିଜିଂ କରନ୍ତୁ ଏବଂ ସବୁବେଳେ ସଫ୍ଟ କ୍ଲିଜିଂ ବ୍ୟବହାର କରନ୍ତୁ।
ଅନିଦ୍ରା: ତ୍ୱଚାର ସୁନ୍ଦରତା ନିମନ୍ତେ ଠିକ୍‌ ପରିମାଣର ନିଦ ନିହାତି ଆବଶ୍ୟକ। ଶରୀରର ଅନ୍ୟ ସମସ୍ତ ଅଂଶ ପାଇଁ ନିଦ ଯେଉଁଭଳି ଆବଶ୍ୟକ ସେହି ଅନୁରୂପ ତ୍ୱଚା ପାଇଁ ମଧ୍ୟ ଆବଶ୍ୟକ। ତ୍ୱଚାରେ ବ୍ରଣ ଓ କୁଞ୍ଚନ ଭଳି ସମସ୍ୟାରୁ ମୁକ୍ତି ନିମନ୍ତେ ଠିକ୍‌ ପରିମାଣର ଶୁଅନ୍ତୁ।
ଫୋନ୍‌ କମ୍ପ୍ୟୁଟର ସ୍କ୍ରିନ୍‌ : ଆଜିକାଲି ଲାଇଫ୍‌ଷ୍ଟାଇଲ୍‌ରେ କେତେଜଣଙ୍କୁ ସାରାଦିନ ଫୋନ୍‌ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍‌ ଆଗରେ ବସି ରହିବାକୁ ପଡୁଛି। ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡ଼ିଥାଏ ଓ ତ୍ୱଚା ମଧ୍ୟ ଖରାପ ହୋଇଥାଏ। ତେଣୁ ସ୍କିନ୍‌ ଏଜିଂ ସମସ୍ୟାରୁ ଦୂରେଇବାକୁ ଚାହୁଁଥିଲେ ଯଥାସମ୍ଭବ କମ୍‌ ସମୟ ଏସବୁ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri