ଜାଣିରଖନ୍ତୁ

କମ୍‌ ହାଇଟ୍‌ ଥିଲେ ବି ଆପଣ ୱେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧିପାରିବେ। ତେବେ ଯେକୌଣସି ପ୍ରକାରର ଡ୍ରେସ ପିନ୍ଧିଲେ ଆପଣ ଭର୍ଟିକାଲ୍‌ ଷ୍ଟ୍ରାଇପ୍‌ ଥିବା ଡ୍ରେସ ପିନ୍ଧନ୍ତୁ। ଏହି ପ୍ରକାରର ଜିନ୍ସ ପ୍ଟାଣ୍ଟ, ଡ୍ରେସ୍‌, ସ୍କର୍ଟ, ଡ୍ରେସ୍‌ ଆଦି ପିନ୍ଧିପାରିବେ।
ଗୋଡ଼କୁ ଲମ୍ବା ଦେଖାଇବାକୁ ଚାହୁଁଥିଲେ ହାଇ ୱେଷ୍ଟ ବଟମ୍ସ ପିନ୍ଧନ୍ତୁ। ଏହା ସହିତ କ୍ରପ ଟପ୍‌ ସହିତ ପିନ୍ଧନ୍ତୁ।
ସ୍ଲିଭ୍‌ ଲେସ୍‌ ଡ୍ରେସ୍‌ ଅଧିକ ପିନ୍ଧନ୍ତୁ। ଏହା ଆପଣଙ୍କ ହାତକୁ ଅଧିକ ଲମ୍ବା ଦେଖାଇବାରେ ସାହାଯ୍ୟ କରିବ। ସେହିପରି ଫୁଲ ହାତ ଡ୍ରେସ ବଦଳରେ ସ୍ଲିଭ୍‌ ହାତ ଡ୍ରେସ ବ୍ୟବହାର କରନ୍ତୁ।
କମ୍‌ ହାଇଟ୍‌ ଥିଲେ ଟର୍ଟଲ ନେକ୍‌ ଓ ବୋଟ୍‌ ନେକ୍‌ ଡ୍ରେସ ପିନ୍ଧନ୍ତୁ ନାହିଁ। ନେକ୍‌ ଲାଇନ୍‌ ଥିବା ଡ୍ରେସ ପିନ୍ଧନ୍ତୁ।
କ୍ୟାପ୍ରି ପିନ୍ଧନ୍ତୁ ନାହିଁ। ସ୍ଲିମ୍‌ ଓ ଫିଟିଙ୍ଗ୍‌ ଡ୍ରେସ ପିନ୍ଧନ୍ତୁ।
ଡାର୍କ କଲର୍‌ ଯେପରି କଳା, ଲାଲ୍‌, ପର୍ପଲ, ବ୍ରାଉନ୍‌ ଆଦି ରଙ୍ଗର ଡ୍ରେସରେ ଅଧିକ ଡେଙ୍ଗା ଓ ସ୍ଲିମ୍‌ ଦେଖାଯାନ୍ତି। ତେଣୁ ଏହି ରଙ୍ଗର ଡ୍ରେସ ଅଧିକ ପିନ୍ଧନ୍ତୁ।
ହେଭି କାମ ଥିବା ସିଲ୍କ ଏବଂ କାଞ୍ଜିବରମ୍‌ ଫେବ୍ରିକ୍‌ ପିନ୍ଧନ୍ତୁ ନାହିଁ। ଏହା ବଦଳରେ ଶିଫନ୍‌, ଜର୍ଜେଟ୍‌ କିମ୍ବା ଶିମର୍‌ ଭଳି ହାଲ୍‌କା ଫେବ୍ରିକ୍‌ର ଶାଢ଼ି ପିନ୍ଧନ୍ତୁ।- ସେହିପରି କୁର୍ତ୍ତା ପିନ୍ଧୁଥିଲେ ଲମ୍ବା କୁର୍ତ୍ତା ପିନ୍ଧନ୍ତୁ। ନେକ୍‌ ଷ୍ଟାଇଲ୍‌ ଚାଇନିଜ୍‌ କିମ୍ବା ବନ୍ଦ ବେକ ଭଳି ହୋଇଥିଲେ ଅଧିକ ଡେଙ୍ଗା ମନେହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିଲେ ବିଧାୟକ, ହଠାତ୍‌ ଗାଡ଼ି ଉପରେ ପଡ଼ିଲା ଗଛ: ଆଉ ତା’ପରେ…

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୧୧।୬ ( ଅଶୋକ ପରିଡ଼ା /ଶିବଦତ୍ତ ସାହୁ ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

ରଜରେ ଭିଜିବ ଓଡ଼ିଶା: ଆସନ୍ତା ୩ ଦିନ ଯାଏ ଝଡ଼ ପବନ, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୧ା୬ (ସୌମ୍ୟରଞ୍ଜନ ରାଉତ):ରଜରେ ଭିଜିବ ଓଡ଼ିଶା। ତାତିରୁ ମିଳିବ ମୁକ୍ତି, ବର୍ଷା ଆଣୁଛି ଆଶ୍ୱସ୍ତି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିନା ବିଦ୍ୟୁତ୍‌ରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଅସହ୍ୟ ଗରମରେ ରୋଗୀ ହନ୍ତସନ୍ତ

ଅମରପାଲି,୧୧ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍‌…

ନିୟମଗିରିକୁ ପୁଣି ଫେରିଲେ ହାତୀପଲ, କଦଳୀ ବଗିଚା ନଷ୍ଟ କରିବା ସହ…

କଲ୍ୟାଣସିଂହପୁର,୧୧ା୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳକୁ ପୁଣି ଫେରିଛନ୍ତି ହାତୀପଲ। କଲ୍ୟାଣସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତର ଲମ୍ବା ନ୍‌ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ବୁଧବାର…

ସମସ୍ୟା ଘେରରେ କେସିଙ୍ଗା ରେଳ ଷ୍ଟେଶନ: ସମାଧାନ ଦାବି କଲା ଜିଲା ରେଳଯାତ୍ରୀ ସଂଘ

କେସିଙ୍ଗା,୧୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ ପକ୍ଷରୁ ସମ୍ବଲପୁର ଡିଭିଜନର ଡିଆରଏମ ସୁବାସ…

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri