ୱାଚ୍‌ ଟାୱାର ଉପରୁ ରଖାଯିବ ନଜର

ଢେଙ୍କାନାଳ ଅଫିସ,୨୭।୫: ରାଜ୍ୟରେ ହାତୀମୃତ୍ୟୁରେ ଅଙ୍କୁଶ ଲାଗିପାରୁନି। କେତେବେଳେ ଦୁର୍ଘଟଣା ତ ଆଉ କେବେ ରୋଗ ସଂକ୍ରମଣର ଶିକାର ହୋଇ ଚାଲିଯାଉଛି ଏହି ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବନ। ବିଶେଷ କରି ହାତୀ ଚଲାପଥ ଦେଇ ବିଛାଯାଇଥିବା ରେଳ ଧାରଣା ଗଜରାଜଙ୍କ ପାଇଁ ପାଲଟିଛି ମରଣଯନ୍ତା। ଐତିହ୍ୟ ପ୍ରାଣୀ ତାଲିକାଭୁକ୍ତ ହାତୀବଂଶ ବିପଦରେ ପଡ଼ିଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ କରାଯାଇଛି ମାଷ୍ଟର ପ୍ଲାନ୍‌। ହାତୀବହୁଳ ଢେଙ୍କାନାଳ ଜିଲାର ରେଳଧାରଣା ନିକଟବର୍ତ୍ତୀ ହସ୍ତୀ ଚଲାପଥ ଉପରେ ନଜର ରଖିବାକୁ ଏଣିକି ନିର୍ମାଣ ହେବ ୱାଚ୍‌ ଟାୱାର। ଟାଓ୍ବାର ପିଛା ଖର୍ଚ୍ଚ ହେବ ୨୦ରୁ ୨୫ ଲକ୍ଷ ଟଙ୍କା। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ମଞ୍ଜୁର ହୋଇଛି ଅନୁଦାନ।
ଜିଲା ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କପିଳାସ ଅଭୟାରଣ୍ୟଠାରୁ କଟକ ଜିଲା ଆଠଗଡ଼ ଯାଏ ଏକାଧିକ ହାତୀ ଚଲାପଥ ରହିଛି। ଉକ୍ତ ଅଞ୍ଚଳ ଦେଇ ଯାଇଥିବା ରେଳ ଧାରଣା ପାର୍‌ ହୋଇ ଦୈନିକ ହାତୀପଲ ଉଭୟପାର୍ଶ୍ୱକୁ ଚଳପ୍ରଚଳ କରିଥାଆନ୍ତି। ତେଣୁ ଦ୍ରୁତଗାମୀ ଟ୍ରେନ୍‌ ଧକ୍କାରେ ହାତୀଙ୍କ ଜୀବନ ଯିବା ଭୟ ଲାଗି ରହୁଛି। ସମସ୍ୟାର ସମାଧାନ ପାଇଁ ରାଜଆଠଗଡ଼-ଯୋରନ୍ଦା ରୋଡ୍‌ ଷ୍ଟେଶନ ମଧ୍ୟରେ ଏକ ଓଭରପାସ୍‌ ନିର୍ମାଣ କରାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସେହିପରି ଜିଲାର ସମ୍ବେଦନଶୀଳ ତଥା ହାତୀ ଚଳପ୍ରଚଳ କରୁଥିବା ରେଳଧାରଣା ନିକଟରେ ୱାଚ ଟାୱାର ନିର୍ମାଣ କରାଯିବ। ଏଥିଲାଗି ହଳଦିଆବାହାଳ, ଚିନ୍ତାପୋଖରୀ, ରସାସିଂହ, ଗୁଣୁଦେଇ ନିକଟବର୍ତ୍ତୀ ୪ ସ୍ଥାନ ଚିହ୍ନଟ କରାଯାଇଛି। ସୋଲାର ଆଲୋକ ବିଶିଷ୍ଟ ପ୍ରତି ଟାଓ୍ବାର ନିର୍ମାଣ ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁରକ୍ଷା କର୍ମୀ ମୁତୟନ ହେବେ। ଏଥିଲାଗି ବନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ଆଲୋଚନା ସରିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଟେନ୍‌ ଲାଇନ୍‌ ନିକଟବର୍ତ୍ତୀ ହାତୀ ଉପଦ୍ରୁତ ଅଞ୍ଚଳରେ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ଆସିଛି। ଟ୍ରେନ୍‌ ଧାରଣାରେ ହାତୀମୃତ୍ୟୁ ରୋକିବା ଲାଗି ଗୁରୁତ୍ୱ ଦିଆଯାଉଛି। ହାତୀ ଚଲାପଥ ଦେଇ ଯାତାୟାତ ବେଳେ ଟ୍ରେନ୍‌ ବେଗ କମ୍‌ କରିବାକୁ ଖୋର୍ଦ୍ଧାରୋଡ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଅବଗତ କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri