ପ୍ରମାଣପତ୍ର ପାଇଁ ଭୂମିହୀନ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୧।୫: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଞ୍ଚାୟତ ନାରାୟଣପୁର ଗ୍ରାମରେ ପ୍ରାୟ ୩୦୦ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଅନୁସୂଚିତ ଜାତି ବର୍ଗ। ତେବେ ଏସ୍‌ଇସିସି (ସୋସିଓ ଇକୋନୋମିକ ଆଣ୍ଡ କାଷ୍ଟ ସେନସସ)ର ତଥ୍ୟ ଜିଲା ପ୍ରଶାସନ ନିକଟରେ ନ ଥିବାରୁ ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି। ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଏହିପରି ଅନେକ ପରିବାର ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଥିବା ବେଳେ ଜିଲାରେ ଭୂମିହୀନ ପଛୁଆବର୍ଗଙ୍କ ପାଇଁ ଜାତି ପ୍ରମାଣପତ୍ର ପାଇବା ଏବେ ସ୍ବପ୍ନ ହୋଇଛି ା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ଓ ଯୋଜନା, ଶିକ୍ଷାନୁଷ୍ଠାନରେ ଆଡମିଶନ, କର୍ମ ନିଯୁକ୍ତି, ରିହାତି, ଛାତ୍ରବୃତ୍ତି ଆଦିରୁ ପଛୁଆ ବର୍ଗ ବଞ୍ଚତ୍ତ ହେଉଛନ୍ତି।
ଏସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ୨୦୦୯ ଜାନୁୟାରୀ ୯ରେ କେନ୍ଦ୍ର ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭୂମିହୀନଙ୍କୁ ଜାତି ପ୍ରମାଣ ପତ୍ର ପ୍ରଦାନ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଜମିର ପଟ୍ଟାକୁ ବାଧ୍ୟତା ମୂଳକ ରଖା ଯାଇଥିଲା। ଏହି ବିଜ୍ଞପ୍ତିର କେତେକ ଅଂଶରେ ଭୂମିହୀନଙ୍କ ପାଇଁ କୋହଳ ସର୍ତ୍ତ ରଖାଯାଇଥିଲା ା ଜାତି ପ୍ରମାଣପତ୍ର ପ୍ରସ୍ତୁତ ସମୟରେ ମାତାପିତା ଓ ଅବିଭାବକଙ୍କ ଜାତି ପ୍ରମାଣପତ୍ର, ସେମାନଙ୍କ ସଂସ୍କୃତି, ସାମାଜିକ ବ୍ୟବସ୍ଥା, ଦେବତା, ରୀତିନୀତି, ବିବାହର ଧାରା, ମୃତ୍ୟୁ ସମାରୋହ, ମୃତଦେହର ସଂସ୍କାର ବିଧି ଆଦି ପଦ୍ଧତି ଲକ୍ଷ୍ୟ କରି ଜାତି ସ୍ଥିର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସାମାଜିକ ସ୍ଥିତି ଯାଞ୍ଚ କରିବା ପାଇଁ ସ୍ଥାନାନ୍ତର କାରଣ ଓ ମୂଳ ସ୍ଥାନ ନୀରିକ୍ଷଣ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଏହା ସତ୍ତ୍ୱେ ଜିଲାର ବହୁ ସ୍ଥାନରେ ପଛୁଆବର୍ଗ ଭୂମିହୀନ ଭାବେ ରହି ଆସୁଥିଲେ ମଧ୍ୟ ଆବେଦନକାରୀଙ୍କୁ ପ୍ରଶାସନିକ ଅସହଯୋଗ କାରଣରୁ ଜାତି ପ୍ରମାଣ ପତ୍ର ମିଳୁ ନ ଥିବା ସେ ମତ ଦେଇଛନ୍ତି। ରାଜନଗର ବ୍ଲକ ଭେକ୍ଟା ଗ୍ରାମର ପ୍ରୀତିଲଗ୍ନା ଦାସ କହିଛନ୍ତି, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପରିବାର ସଦସ୍ୟ ଅନୁସୂଚିତ ବର୍ଗର ହୋଇଥିଲେ ମଧ୍ୟ ଭୂମିହୀନ ହୋଇଥିବାରୁ ତାଙ୍କୁ ଜାତି ପ୍ରମାଣ ପତ୍ର ମିଳିନାହିଁ। ଫଳରେ ସାଧାରଣ ବର୍ଗର ଛାତ୍ରୀ ଭାବେ ସେ ପାଠ ପଢ଼ିଥିବା ବେଳେ ସରକାରଙ୍କ ଷ୍ଟାଇପେଣ୍ଡ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଆର୍ଥିକ ଦୁର୍ବଳ ସ୍ଥିତି ଥିବାରୁ କଲେଜରେ ପାଠ ପଢ଼ିବା ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି। ଜାତୀୟ ମାନବାଧିକାର ପରିଷଦର ଜିଲା ସଭାପତି ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ୨୦୧୧ ସାମାଜିକ ଅର୍ଥନୈତିକ ଜନଗଣନା ଅନୁଯାୟୀ ରାଜ୍ୟରେ ୮.୩୩ ପ୍ରତିଶତ ଭୂମିହୀନ ଦଳିତ ପରିବାର ଅଛନ୍ତି। ଏମାନଙ୍କ ପାଇଁ ଜାତି ପ୍ରମାଣପତ୍ର ଯୋଗାଡ଼ କରିବା କଷ୍ଟକର ବ୍ୟାପାର। ଏଥିପାଇଁ ବହୁ ସମୟରେ ସରକାରୀ ସୁବିଧାର ସୁଯୋଗ ପାଇ ପାରୁନାହାନ୍ତି। ତେବେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦୨୦ ଫେବୃଆରୀ ୨୬ରେ ଚିଠି ନଂ. ୯୬୧୮ରେ ଛାତ୍ରୀଛାତ୍ରଙ୍କୁ ଚିହ୍ନଟ କରି ଜାତି ପ୍ରମାଣ ପତ୍ର ଦେବା ପାଇଁ ପ୍ରତ୍ୟେକ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଏସ୍‌ସି ଏସ୍‌ଟି ବିଭାଗ, ସଂଖ୍ୟାଲଘୁ ଓ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ସ୍ବତନ୍ତ୍ର ଗାଇଡ୍‌ ଲାଇନ ପ୍ରସ୍ତୁତ କରିଛନ୍ତି ା ଏସବୁ ସତ୍ତ୍ୱେ ପରିଚାଳନାଗତ ତ୍ରୁଟି କାରଣରୁ ପଛୁଆବର୍ଗର ଛାତ୍ରୀଛାତ୍ର ଓ ଲୋକମାନେ ବିଭିନ୍ନ ପ୍ରମାଣପତ୍ର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଠିକ୍‌ ତଦାରଖ ହେଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଏଡିଏମ୍‌ ପିତାମ୍ବର ସାମଲ କହିଛନ୍ତି, ଭୂମିହୀନଙ୍କୁ ଜମି ଯୋଗାଇଦେବା ପାଇଁ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ ହେଉଛି ା ସେହିପରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହଯୋଗରେ ଆବାସ ଯୋଜନାର ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଜାତି ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଥିବା ଏଡିଏମ୍‌ ସାମଲ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri