ଗୋଟିଏ ବସ୍ତିର ନାମ ୩ ପ୍ରକାର

ପାରାଦୀପ,୧।୫(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳର ୧୯ ଓ୍ବାର୍ଡରେ ଥିବା ୫୫ ବସ୍ତିର ନାମ ଅଲଗା ରହିଛି। ସେଥିରୁ ଏମିତି କିଛି ବସ୍ତି ରହିଛି ଯାହାର ନାମ ଏକାଧିକ ରହିଛି। ସେଥିମଧ୍ୟରେ ୪ ନଂ. ଓ୍ବାର୍ଡର ଭିତରଗଡ ଅନ୍ୟତମ। ଏହାର ୩ଟି ନାମରେ ରହିଛି। ତା’ହେଲା ଭିତରଗଡ, ଉଦୟବଟ ଓ ଘନଗଳିଆ। ଏଭଳି ଏକାଧିକ ନାମ ପଛରେ ରୋଚକ କାହାଣୀ ରହିଛି।
୧୯୯୮ ପର୍ଯ୍ୟନ୍ତ ଅଠରବାଙ୍କୀରେ ଦୁଇଟି ବସ୍ତି ଥିଲା। ଗୋଟିଏ ଘନଗଳିଆ ଓ ଅନ୍ୟଟି ଇନ୍ଦିରା ପାର୍କ। ଏହାପରେ ପାରାଦୀପ ବନ୍ଦର ସମ୍ପ୍ରସାରଣ ପାଇଁ ଘନଗଳିଆ ବିସ୍ଥାପିତ ହୋଇଥିଲା। ସେହି ବସ୍ତିର ଲୋକଙ୍କୁ ଭିତରଗଡ ରାଜସ୍ବ ମୌଜାର ଉଦୟବଟ ଧାମ ପାଖରେ ଥଇଥାନ କରାଯାଇଥିଲା। ସେତେବେଳେ ଘନଗଳିଆଠାରେ ଥିବା ଯେତେ ସରକାରୀ ଅନୁଷ୍ଠାନ ମଧ୍ୟ ସ୍ଥାନାନ୍ତର ହୋଇଥିଲା। ଏପରିକି ଭିତରଗଡଠାରେ ଥିବା ସ୍କୁଲର ନାମ ଘନଗଳିଆ ପ୍ରାଥମିକ ବିଦ୍ୟାଳୟ ରଖାଯାଇଛି। ସେଥିପାଇଁ ଏପର୍ଯ୍ୟନ୍ତ ଲୋକେ ଏହାକୁ ଘନଗଳିଆ ବୋଲି କହୁଛନ୍ତି। ରାଜସ୍ବ ଗ୍ରାମ ଭିତରଗଡ ହୋଇଥିବାରୁ ସେହି ନାମରେ ମଧ୍ୟ ରହିଛି। ପ୍ରସିଦ୍ଧ ଉଦୟବଟ ଧାମ ସଲଗ୍ନ ହୋଇଥିବାରୁ ଏହାକୁ ଉଦୟବଟ ବୋଲି ମଧ୍ୟ କୁହାଯାଏ। ସବୁଠାରୁ କୌତୁହଳ ହେଲା ସରକାରୀ ଭାବେ ମଧ୍ୟ ଏହି ୩ଟି ନାମ ପ୍ରଚଳିତ ରହିଛି। ପୌରପାଳିକା ପକ୍ଷରୁ ଲଗାଯାଇଥିବା ଏକାଧିକ ଫଳକ ଓ ସରକାରୀ କାର୍ଯ୍ୟାଳୟରେ ୩ଟି ନାମ ଲେଖାଯାଇଛି। ଉକ୍ତ ବସ୍ତିରେ ଏବେ ପ୍ରାୟ ୨୭୦୦ ଘର ଥିବାବେଳେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ରହୁଛନ୍ତି। ଏହି ବସ୍ତିର ଚତଃୁପାଶର୍‌ବ ଅଞ୍ଚଳ ଘର, ରାସ୍ତା ଓ କମ୍ପାନୀ ଆଦି ପାରାଦୀପ ଲକ୍‌ଥାନା ଅଧୀନରେ ଥିବାବେଳେ କେବଳ ବସ୍ତି କିଛି ଅଞ୍ଚଳ ପାରାଦୀପ ଆଦର୍ଶଥାନା ଅଧୀନରେ ରହିଛି। ଅଧିକାଂଶ ସମୟରେ କୌଣସି ଆପରାଧିକ ଘଟଣାବେଳେ ପୋଲିସ ଓ ସାଧାରଣ ଲୋକେ ଏପଟସେପଟ ହେଉଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ କାଉନସିଲର କେଦାର ଜେନା କୁହନ୍ତି, ବିସ୍ଥାପନ ଓ ଥଇଥାନ ଯୋଗୁ ଏପରି ହୋଇଯାଇଛି। ପରିବର୍ତ୍ତନ ପାଇଁ ଏଥର ପ୍ରସ୍ତାବ ରଖିବି। ସେହିପରି ପାରାଦୀପର ନେହେରୁବଙ୍ଗଳା ଅଞ୍ଚଳର ମଧ୍ୟ ଅନ୍ୟ ଏକ ନାମ ରହିଛି। ଏହାକୁ ସେକ୍ଟର ୨୧ ବୋଲି କୁହାଯାଏ। ବିଜୟଚନ୍ଦ୍ରପୁରର ଅନ୍ୟନାମ ହେଉଛି ତାରିଣୀଗଡା। ବାଉରିଆପାଳନ୍ଦା ଓ ବଙ୍ଗାଳି ପଡା ଗୋଟିଏ ବସ୍ତିକୁ କୁହାଯାଏ। ମଧୁବନ ଜଗନ୍ନାଥ ମନ୍ଦିର ପାଖ ବସ୍ତିକୁ ବଙ୍ଗାଳିପଡା ଓ ଜଗନ୍ନାଥ କଲୋନୀ ବୋଲି କୁହାଯାଏ। ସେମିତି କିଛି ରାସ୍ତାର ନାମ ମଧ୍ୟ ଏକାଧିକ ରହିଛି। ଯାହା ଆଗନ୍ତୁକ ଓ ନୂଆ ଲୋକଙ୍କୁ ବେଳେବେଳେ ଦ୍ବନ୍ଦ୍ୱରେ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଳିଗଲା ଆତଙ୍କ,ଦେଖନ୍ତୁ VIDEO

ମହାକାଳପଡ଼ା,୨୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀ-ନାଳରେ ଏବେ ମାଳ ମାଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ନଦୀରେ ପ୍ରାକୃତିକ ଖାଦ୍ୟ ମାଛ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?