ଏସବୁ ୫ କାରଣ ଯୋଗୁ କରୋନା ପୁଣି ହେଉଛି ବେକାବୁ

ନୂଆଦିଲ୍ଲୀ,୭।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟର କିଛି ଅଞ୍ଚଳରେ ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି। ଧୀରେଧୀରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ଗ୍ରାଫ୍‌ ବଢ଼ିବାରେ ଲାଗିଛି। ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୮ ହଜାରରୁ ଅଧିକ ରହୁଛି। ସେହିପରି ମୃତକଙ୍କ ସଂଖ୍ୟା ପ୍ରତି ୨୪ ଘଣ୍ଟାରେ ୧୦୦ରୁ ଅଧିକରେ ପହଞ୍ଚିଛି। କରୋନା ବେକାବୁ ହେବାର ୫ଟି କାରଣ ରହିଛି। ସେଥିମଧ୍ୟରେ ପ୍ରଥମ କାରଣ ହେଉଛି ନମୁନା ପରୀକ୍ଷା ସଂଖ୍ୟା କମିଯିବା ଦ୍ୱାରା ଆକ୍ରାନ୍ତଙ୍କ ସମ୍ପର୍କରେ ଠିକ ଖବର ମିଳିପାରୁ ନାହିଁ। ଦ୍ୱିତୀୟ କାରଣ ହେଉଛି ନୂଆ ଷ୍ଟ୍ରେନ୍‌। ଏହାକୁ ନିଭଳି ନିୟନ୍ତ୍ରଣ କରାଯିବା ତାହା ଏବେ ଅଜଣା। ଏହା ଦ୍ରୁତ ବେଗରେ ସଂକ୍ରମଣ କରୁଛି। ସେହିପରି ତୃତୀୟ କାରଣ ହେଉଛି ଟିକାକରଣରେ ବିଳମ୍ବ। ଭାରତରେ ପ୍ରତି ୧୦୦ ଜଣରେ ଜଣଙ୍କୁ ଟିକାଦାନ କରାଯାଉଛି। ଏହା ଯୋଗୁ କରୋନା ବେକାବୁ ହେବାରେ ଲାଗିଛି। ସେହିପରି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା ମାର୍ଗଦର୍ଶିକାକୁ ଲୋକେ ପୂର୍ବଭଳି ପାଳନ କରୁ ନାହାନ୍ତି। ଏହା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟ କାରଣ। ଅପରପକ୍ଷରେ ଦେଶରେ ନମୁନା ପରୀକ୍ଷାରେ କରୋନା ପଜିଟିଭ୍‌ ସଂଖ୍ୟା ୫ ପ୍ରତିଶତରୁ ଅଧିକ ରହୁଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ୫ ପ୍ରତିଶତରୁ କମ୍‌ ରହିଲେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହଜ ହୋଇପାରିବ। ତେବେ ଭାରତ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଅଧିକ ସମୟ ଲାଗିବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାସଟ୍ୟାଗ୍ସ ଦ୍ୱାରା ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୨୪।୧ : ଫାସଟ୍ୟାଗ୍ସ ମାଧ୍ୟମରେ, ଗତ କିଛି ବର୍ଷ ମଧ୍ୟରେ ଟୋଲ ସଂଗ୍ରହରେ ବୃଦ୍ଧି ଘଟିଛି । ୨୦୨୧ ବର୍ଷ ତୁଳନାରେ, ୨୦୨୨ରେ ଟୋଲ ସଂଗ୍ରହରେ...

ଦେଶ ପାଇଁ ସବୁ ରାଜ୍ୟ ଏକାଠି କରନ୍ତୁ କାମ: ମୋଦି

ଚଣ୍ଡିଗଡ,୨୮।୧୦: ହରିୟାଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ଚିନ୍ତନ ଶିବିରର ଆଜି ଶେଷ ଦିନ। ପ୍ରଥମ ଦିନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ...

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। ଗତବର୍ଷ...

ମାୟାବତୀଙ୍କ ବଂଶବାଦ: ଭାଇ ପୁତୁରାଙ୍କୁ ଗୁରୁ ଦାୟିତ୍ୱ

ଲକ୍ଷ୍ନୌ,୨୩।୬: ବିଏସ୍‌ପି ଅଧ୍ୟକ୍ଷା ମାୟାବତୀଙ୍କ ଅଧ୍ୟକ୍ଷତାରେ ରବିବାର ଦଳୀୟ କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠୀତ ହୋଇଯାଇଛି। ବୈଠକରେ ସାଂଗଠନିକ କ୍ଷେତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ଏଥିରେ...

ଅମ୍ରିତ୍‌ପାଲଙ୍କ ସହ ପୂର୍ବତନ ପାକିସ୍ତାନ ଆର୍ମି ମୁଖ୍ୟଙ୍କ ପୁଅ ସହିତ ରହିଛି ଲିଙ୍କ୍‌

ନୂଆଦିଲ୍ଲୀ,୨୮।୩: ପୋଲିସକୁ ଚକ୍‌ମା ଦେଇ ଫେରାର ଥିବା ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କ ସମର୍ଥନରେ ବିଦେଶରେ ଖଲିସ୍ତାନୀ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳିସ୍ଥିତିରେ ଅମ୍ରିତ୍‌ପାଲଙ୍କ...

‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ: ଫାଶୀଖୁଣ୍ଟରେ ଝୁଲିଲେ ୪ ଦୋଷୀ

ନୂଆଦିଲ୍ଲୀ,୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପବନ ଗୁପ୍ତା, ବିନୟ ଶର୍ମା...

ଘର ପାଇଁ ଦୀପାବଳିରେ କିଣନ୍ତୁ ଏସବୁ ଆସବାବପତ୍ର…

ଆଲୋକର ପର୍ବ ଦୀପାବଳିରେ ଘରକୁ ନୂଆ ଜିନିଷ କିଣି ଆଣିବାକୁ କେତେକ ସୌଭାଗ୍ୟ ବର୍ଦ୍ଧକ ବୋଲି ମନେ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘର ଓ...

ଜାତୀୟ ପ୍ରତୀକକୁ ବିକୃତ କରିଛି କେନ୍ଦ୍ର: ବିରୋଧୀ

ନୂଆଦିଲ୍ଲୀ, ୧୩।୭: ନୂଆ ପାର୍ଲାମେଣ୍ଟ ଭବନ ଛାତ ଉପରେ ତିଆରି ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ସିଂହକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ...

Advertisement
Archives

Model This Week