Posted inUncategorized

୨୨ ବର୍ଷ ଧରି ପୋଲ ପାଇଁ ହନ୍ତସନ୍ତ ଟେଲାପାଲିବାସୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୪ା୩: କନ୍ଧମାଳ ଜିଲା ଫିରଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମବାସୀ ଆଜକୁ ଦୀର୍ଘ ୨୨ ବର୍ଷ ହେବ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।  ଆଜି ପର୍ଯ୍ୟନ୍ତ ସେମାନଙ୍କ ଦୁଃଖ ପ୍ରଶାସନ କି ରାଜନେତା ଶୁଣୁନାହାନ୍ତି ।  ଗ୍ରାମକୁ ସଂଯୋଗ କରୁଥିବା ଗାଟେଣୀ ନାଳ ଉପରେ ପୋଲଟିଏ ପାଇଁ ସେମାନଙ୍କୁ ସତେଯେପରି ଅଗ୍ନି ପରୀକ୍ଷା ଦେବାକୁ ପଡୁଛି । ତଥାପି ସେମାନଙ୍କ ଦୁଃଖର ଅନ୍ତ ଘଟୁନାହିଁ । ପୋଲ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷାଦିନେ ଗ୍ରାମବାସୀ ଏକ ପ୍ରକାର ବିଚ୍ଛିନାଞ୍ଚଳ ଭାବେ ଜୀବନ ଅତିବାହିତ କରୁଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଉ ଅବା ଦୈନନ୍ଦିନ ଜୀବନୀ ଲାଗି ଲୋକେ ନାଳ ପାଣି ଭିତରେ ପସି ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଗ୍ରାମବାସୀ ନିଜ ଉଦ୍ୟମରେ ଗ୍ରାମରେ ରାସ୍ତା ନିର୍ମାଣ କରିଛନ୍ତି । ପୋଲ କେବେ ହେବ ତାହାକୁ ସେମାନେ ଚାହିଁ ବସିଛନ୍ତି ।

ଗ୍ରାମବାସୀ ବାରମ୍ବାର ଏହି ନାଳ ଉପରେ ଏକ ପୋଲ କରିବା ପାଇଁ ଅଭିଯୋଗ କରି ଆସୁଛନ୍ତି  । ହେଲେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହେଉନି । ୨୦୦୧ରେ ପୋଲ ନିର୍ମାଣ ହୋଇଥିଲା । ଗୋଟିଏ ବର୍ଷ ପରେ ପୋଲ ଭାଙ୍ଗିଗଲା । ବର୍ଷା ଦିନ ଆସିଲେ ଯାତାୟତ ବନ୍ଦ । ଆଉ ଦୁଇ ଦିନ ପରେ ଗ୍ରାମରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ହେବ । ସେଥିପାଇଁ ବାଇକ, ଅଟୋ ଯିବା ପାଇଁ ଗ୍ରାମବାସୀ ମିଶି ରାସ୍ତା କାମ କରୁଛନ୍ତି। ରାସ୍ତା ଏବଂ ପୋଲ ପାଇଁ ବିଡିଓ, ଜିଲାପାଳ, ବିଧାୟକଙ୍କ ପାଖରେ ଗ୍ରାମବାସୀ ଅଭିଯୋଗ କରୁଛନ୍ତି। କିନ୍ତୁ ଖାଲି ପ୍ରତିଶ୍ରୁତି ମିଳୁଛି, କାମ ହେଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ପିଲାମାନେ ୨୨ ବର୍ଷ ହେଲାଣି ପାଠ ପଢ଼ିବାକୁ ଯାଇ ପାରୁନାହାନ୍ତି ବୋଲି ଟେଲାପାଲି ଗ୍ରାମ ସିକୁଳିପଦର ସାହି ୧୦ ନଂ ୱାର୍ଡର ଉଦ୍ଧବ କହଁର, ପ୍ରଦୀପ ସାହାଣୀ, ବାପିନା କହଁର, ଜିତେନ୍ଦ୍ର କହଁର, ଗୁଟୁ କହଁର, ଅଶୋକ ସାହାଣୀ, ଅଜିତ କହଁର, ପାର୍ଥବ ସାହାଣୀ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ବିଡିଓ ରଶ୍ମୀରଞ୍ଜନ ମହନ୍ତଙ୍କୁ ପଚାରିବାରୁ ପୋଲ ନିର୍ମାଣ ପାଇଁ ବିକେଜିୱାଇ(ବିଜୁ କନ୍ଧମାଳ ଗଜପତି) ଯୋଜନାରେ ଟେଣ୍ଡର ହୋଇଛି। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri