ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି। ଯଦି ଆମେରିକା ପୁରୁଷ ଫୁଟବଲ ଦଳ ଚଳିତ ବିଶ୍ୱକପ ଟ୍ରଫି ହାସଲ କରେ, ତେବେ ସଂସ୍ଥା ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ଏକ ଫୁଟବଲ ପଠାଯିବ ବୋଲି ନାସାର ପ୍ରଶାସକ ଜାରେଡ ଆଇଜାକ୍‌ମ୍ୟାନ ମଙ୍ଗଳବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି। ଚନ୍ଦ୍ରପୃଷ୍ଠରେ ନାସାର ଆଗାମୀ ବେସ୍‌ ବା ଆବାସିକ ପ୍ରକଳ୍ପର ରୂପରେଖ ଉନ୍ମୋଚନ ଅବସରରେ ସେ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଯାଇ କହିଛନ୍ତି, ‘ଏହା ଆମେରିକା ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ, ଆପଣମାନେ କେବଳ ପଡ଼ିଆରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ, ଚନ୍ଦ୍ରକୁ ବଲ୍‌ ପଠାଇବା ଦାୟିତ୍ୱ ଆମର।’
ନାସାର ଏହି ଯୋଜନା ପଛରେ ମହାକାଶ ଇତିହାସର ଏକ ସ୍ମରଣୀୟ ଘଟଣା ଜଡ଼ିତ ରହିଛି। ୧୯୭୧ ମସିହାରେ ଆପୋଲୋ-୧୪ ଅଭିଯାନ ସମୟରେ ଆମେରିକୀୟ ମହାକାଶଚାରୀ ଆଲାନ ସେପାର୍ଡ ଗୋପନରେ ଚନ୍ଦ୍ରପୃଷ୍ଠକୁ ଏକ ଗଲ୍ଫ କ୍ଲବ ଏବଂ ଦୁଇଟି ଗଲ୍ଫ ବଲ ନେଇଯାଇଥିଲେ ଏବଂ ସେଠାରେ ଗଲ୍ଫ ଖେଳିଥିଲେ। ନାସା ମୁଖ୍ୟ ଆଇଜାକ୍‌ମ୍ୟାନ୍‌ କହିଛନ୍ତି, ଏଥର ଆମେରିକା ଦଳ ବିଶ୍ୱକପ ଜିତିଲେ ସେମାନେ ଚନ୍ଦ୍ରପୃଷ୍ଠକୁ ଅସଲି ଫୁଟବଲ ପଠାଇ ଆଲାନ ସେପାର୍ଡଙ୍କ ରେକର୍ଡଠାରୁ ଆଉ ପାଦେ ଆଗକୁ ଯିବେ। ଆମେରିକା, ମେକ୍ସିକୋ ଏବଂ କାନାଡ଼ାର ମିଳିତ ଆୟୋଜନରେ ଚାଲିଥିବା ଏହି ଫୁଟବଲ ମହାକୁମ୍ଭରେ ଆମେରିକୀୟ ପୁରୁଷ ଦଳ ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।
ନାସାର ମୁନ ବେସ୍‌ (ଚନ୍ଦ୍ର ଆବାସ) ପ୍ରକଳ୍ପର ପ୍ରୋଗ୍ରାମ ମ୍ୟାନେଜର କାର୍ଲୋସ ଗାର୍ସିଆ-ଗାଲାନ ଏହି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେରିକା ବିଶ୍ୱବିଜେତା ହେଲେ ନାସାର ଆଗାମୀ ମହାକାଶ ଯାନରେ ବୈଜ୍ଞାନିକ ଯନ୍ତ୍ରପାତି ସହିତ ଏହି ଫୁଟବଲକୁ ପଠାଇବା ପାଇଁ ସ୍ବତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯିବ। ଫୁଟବଲର ଓଜନ ବହୁତ କମ୍‌ ହୋଇଥିବାରୁ ଏହାକୁ ଚନ୍ଦ୍ରକୁ ନେବାରେ କୌଣସି ବୈଷୟିକ ସମସ୍ୟା ହେବ ନାହିଁ। ତେବେ ଏହା ପୂର୍ବରୁ ଖେଳାଳିମାନଙ୍କୁ ପଡ଼ିଆରେ କଠିନ ପଥ ଅତିକ୍ରମ କରିବାକୁ ହେବ ବୋଲି ସେ ହସି ହସି କହିଛନ୍ତି।
ଫୁଟବଲ ବିଶ୍ୱକପ ସହିତ ନାସାର ସମ୍ପର୍କ ନୂଆ ନୁହେଁ। ଏହାପୂର୍ବରୁ ମଧ୍ୟ ନାସା ପକ୍ଷରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ଆଇଏସ୍‌ଏସ୍‌) କୁ ବିଶ୍ୱକପ୍‌ର ଅଫିସିଆଲ ବଲ୍‌ ପ୍ରେରଣ କରାଯାଇଛି ଏବଂ ମହାକାଶଚାରୀମାନେ ପୃଥିବୀର କକ୍ଷପଥରେ ରହି ବିଶ୍ୱକପ୍‌ ମ୍ୟାଚ୍‌ଗୁଡ଼ିକର ଆନନ୍ଦ ନେଇଛନ୍ତି। ସୂଚନାଯୋଗ୍ୟ, ଆମେରିକାର ମହିଳା ଫୁଟବଲ ଦଳ ସର୍ବାଧିକ ୪ ଥର ବିଶ୍ୱବିଜେତା ହେବାର ଗୌରବ ହାସଲ କରିଥିବା ବେଳେ ଆମେରିକୀୟ ପୁରୁଷ ଦଳ ଏପର୍ଯ୍ୟନ୍ତ କେବେ ମଧ୍ୟ ବିଶ୍ୱକପ ଜିତିବାରେ ସଫଳ ହୋଇନାହିଁ। ଏଭଳି ସ୍ଥିତିରେ ନାସାର ଏହି ଚନ୍ଦ୍ର ଅଭିଯାନର ଚ୍ୟାଲେଞ୍ଜ ଖେଳାଳିଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?