ଛୋଟ ପିଲାଙ୍କୁ କାହିଁକି ହୁଏ କ୍ୟାନ୍‌ସର? ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

ପ୍ରତ୍ୟେକ ମାତାପିତା ଚାହାନ୍ତି, ସେମାନଙ୍କ ପିଲା ସୁସ୍ଥ ରହୁ ଏବଂ ବିନା କୌଣସି ଅସୁବିଧାରେ ଜୀବନ ବିତାଉ। କିନ୍ତୁ ଯେତେବେଳେ ଛୋଟ ପିଲାଟିଏ କ୍ୟାନ୍‌ସର ଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ହୁଏ, ସେତେବେଳେ ପୂରା ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼େ। ଏତେ କମ୍‌ ବୟସରେ ପିଲାଙ୍କୁ କ୍ୟାନ୍‌ସର କାହିଁକି ହୁଏ? ଏହାର ପ୍ରାରମ୍ଭିକ ଲକ୍ଷଣ କ’ଣ? ଏହି ରୋଗର ଚିକିତ୍ସା ସମ୍ଭବ କି? ଏଭଳି ଅନେକ ପ୍ରଶ୍ନ ମନକୁ ଆସେ।

କମ୍‌ ବୟସର ପିଲାଙ୍କୁ ହେଉଥିବା କ୍ୟାନ୍‌ସରକୁ ଚାଇଲ୍ଡହୁଡ୍‌ କ୍ୟାନ୍‌ସର ବା ଶିଶୁ କ୍ୟାନ୍‌ସର କୁହାଯାଏ। ଏହା ଶରୀରର କୋଷଗୁଡ଼ିକରେ ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ହୋଇଥାଏ। ପିଲାଙ୍କଠାରେ ଦେଖାଯାଉଥିବା କ୍ୟାନ୍‌ସର ସବୁବେଳେ ବୟସ୍କଙ୍କ କ୍ୟାନ୍‌ସର ଭଳି ନୁହେଁ । ଏହାର ପ୍ରକାର ଓ ଚିକିତ୍ସା ପଦ୍ଧତି ମଧ୍ୟ ଭିନ୍ନ ହୋଇପାରେ। ଏଥିପାଇଁ ଶିଶୁଙ୍କ କ୍ୟାନ୍‌ସରର ଚିହ୍ନଟ ଓ ଚିକିତ୍ସା ପାଇଁ ମେଡିକାଲ୍‌ ସାଇନ୍ସରେ ପେଡିଆଟ୍ରିକ୍‌ ଅଙ୍କୋଲୋଜି ନାମକ ଏକ ସ୍ୱତନ୍ତ୍ର ବିଭାଗ ରହିଛି।

ଆମେରିକାର ନ୍ୟାସନାଲ୍‌ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ (NCI)ର ୨୦୨୫ ମସିହାର ଆକଳନ ଅନୁସାରେ, ଆମେରିକାରେ ଜନ୍ମରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୯,୫୫୦ ପିଲାଙ୍କଠାରେ କ୍ୟାନ୍‌ସରର ନୂଆ ମାମଲା ଚିହ୍ନଟ ହେବାର ଆଶଙ୍କା ଥିଲା। ଏହି ରୋଗ ଯୋଗୁଁ ପ୍ରାୟ ୧,୦୫୦ ପିଲାଙ୍କ ମୃତ୍ୟୁ ହେବାର ମଧ୍ୟ ଆକଳନ କରାଯାଇଥିଲା। ତେବେ ୧୯୭୦ରୁ ୨୦୨୦ ମଧ୍ୟରେ ଏହି ବୟସ ବର୍ଗର ପିଲାଙ୍କଠାରେ କ୍ୟାନ୍‌ସରଜନିତ ମୃତ୍ୟୁହାର ପ୍ରାୟ ୭୦ ପ୍ରତିଶତ ହ୍ରାସ ପାଇଛି।ପିଲାଙ୍କଠାରେ ସାଧାରଣତଃ ଦେଖାଯାଉଥିବା କ୍ୟାନ୍‌ସର ମଧ୍ୟରେ ଲ୍ୟୁକେମିଆ (ରକ୍ତ କର୍କଟ), ମସ୍ତିଷ୍କ ଓ କେନ୍ଦ୍ରୀୟ ସ୍ନାୟୁତନ୍ତ୍ର (CNS)ର ଟ୍ୟୁମର ଏବଂ ଲିମ୍ଫୋମା ଅନ୍ୟତମ।

ପିଲାଙ୍କଠାରେ କ୍ୟାନ୍‌ସର ହେବାର କାରଣ ସବୁ କ୍ଷେତ୍ରରେ ସମାନ ନୁହେଁ । NCIର ତଥ୍ୟ ଅନୁସାରେ, ଶିଶୁ କ୍ୟାନ୍‌ସରର ପ୍ରାୟ ୮ରୁ ୧୦ ପ୍ରତିଶତ ମାମଲା ବଂଶଗତ ଜିନ୍‌ଗତ ପରିବର୍ତ୍ତନ ବା ଜେନେଟିକ୍‌ ମ୍ୟୁଟେସନ୍‌ ସହ ଜଡ଼ିତ । ଏଭଳି କେତେକ ପରିବର୍ତ୍ତନ ମାତାପିତାଙ୍କଠାରୁ ପିଲାଙ୍କୁ ମିଳିପାରେ । ଏହା ଶରୀରର କୋଷଗୁଡ଼ିକର ସ୍ୱାଭାବିକ କାର୍ଯ୍ୟକୁ ପ୍ରଭାବିତ କରି ରୋଗ ସୃଷ୍ଟି କରିପାରେ । ତେବେ ପିଲାଙ୍କଠାରେ ହେଉଥିବା ସବୁ କ୍ୟାନ୍‌ସରର କାରଣ ବଂଶଗତ ନୁହେଁ । ପ୍ରତ୍ୟେକ ମାମଲାର କାରଣ ଅଲଗା ହୋଇପାରେ । ତେଣୁ ଡାକ୍ତରୀ ପରୀକ୍ଷା ବିନା କୌଣସି ପିଲାଙ୍କ କ୍ୟାନ୍‌ସରର କାରଣ ନିର୍ଦ୍ଦିଷ୍ଟ ଭାବେ କହିବା ଠିକ୍‌ ନୁହେଁ ।

ଶିଶୁ କ୍ୟାନ୍‌ସରର ଲକ୍ଷଣ ବିଭିନ୍ନ ପ୍ରକାରର ହୋଇପାରେ । ତେବେ ନିମ୍ନରେ ଥିବା ଲକ୍ଷଣ ଦେଖାଗଲେ ତାହା କ୍ୟାନ୍‌ସର ବୋଲି ନିଶ୍ଚିତ କରିହେବ ନାହିଁ । ଅନ୍ୟ ସାଧାରଣ ରୋଗରେ ମଧ୍ୟ ଏଭଳି ଲକ୍ଷଣ ଦେଖାଯାଇପାରେ। କିନ୍ତୁ ଲକ୍ଷଣଗୁଡ଼ିକ ଲଗାତାର ରହିଲେ କିମ୍ବା ବଢ଼ିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ପିଲାଙ୍କୁ ପରିସ୍ରା କରିବାରେ ଅସୁବିଧା ହେବା କିମ୍ବା ପରିସ୍ରାରେ ରକ୍ତ ପଡ଼ିବା।
ଶରୀରର କୌଣସି ସ୍ଥାନରେ ବିନା କାରଣରେ ଗଣ୍ଠି ହେବା, କଠିନ ଅଂଶ ଅନୁଭବ ହେବା କିମ୍ବା ଫୁଲା ଦେଖାଯିବା।
ଦୀର୍ଘ ସମୟ ଧରି ପେଟ ଯନ୍ତ୍ରଣା ହେବା କିମ୍ବା ପେଟ ଫୁଲିବା।
ଲଗାତାର ହାଡ଼ ବା ପିଠିରେ ଯନ୍ତ୍ରଣା ହେବା, ବିଶେଷକରି ରାତିରେ ଯନ୍ତ୍ରଣା ଯୋଗୁଁ ନିଦ ଭାଙ୍ଗିବା।
ମୁଣ୍ଡବିନ୍ଧା ଲଗାତାର ରହିବା କିମ୍ବା ଚିକିତ୍ସା ପରେ ମଧ୍ୟ ନ କମିବା।
ହଠାତ୍‌ ଖଣ୍ଡିଆ ବାତ ହେବା କିମ୍ବା ଆଚରଣ ଓ ମନୋଭାବରେ ଅସ୍ୱାଭାବିକ ପରିବର୍ତ୍ତନ।
ପିଲା ସବୁବେଳେ ଥକା ଅନୁଭବ କରିବା କିମ୍ବା ଚର୍ମ ସାଧାରଣଠାରୁ ଅଧିକ ଫିକା ଦେଖାଯିବା।
ପିଲାଙ୍କୁ ବାରମ୍ବାର ସଂକ୍ରମଣ ହେବା କିମ୍ବା ଫ୍ଲୁ ଭଳି ଲକ୍ଷଣ ଲାଗି ରହିବା।
ସ୍ପଷ୍ଟ କାରଣ ନଥାଇ ଲଗାତାର ବାନ୍ତି ହେବା।
ବିନା କାରଣରେ ଜ୍ୱର ହେବା କିମ୍ବା ରାତିରେ ଅତ୍ୟଧିକ ଝାଳ ବୋହିବା।
ଶ୍ୱାସ ନେବାରେ କଷ୍ଟ ହେବା କିମ୍ବା ଅଳ୍ପ ପରିଶ୍ରମରେ ଧଇଁସଇଁ ହେବା।
ଆଖିର ଦେଖିବା ଶକ୍ତି ବା ଗଠନରେ ପରିବର୍ତ୍ତନ ଏବଂ ଫଟୋରେ ଆଖିରୁ ଅସ୍ୱାଭାବିକ ଆଲୋକ ପ୍ରତିଫଳନ ଦେଖାଯିବା।
ବିନା କାରଣରେ ପିଲାଙ୍କ ଓଜନ କମିବା।
ଶରୀରରେ କୌଣସି ସ୍ପଷ୍ଟ କାରଣ ନଥାଇ ଛୋଟ ନାଲି ବା ବାଇଗଣୀ ରଙ୍ଗର ଦାଗ ଦେଖାଯିବା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଖୋ-ଖୋ ଚାମ୍ପିୟନଶିପ୍‌ରେ ଚମକିବେ ବଲାଙ୍ଗୀରର ଝିଅ ଚାନ୍ଦିନୀ

ବଲାଙ୍ଗୀର,୨୨।୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଜିଲାର ଲୋଇସିଂହା ବ୍ଲକ୍ ଉପରବାହାଲର ଝିଅ ଚାନ୍ଦିନୀ ଜାଲ୍ ଓଡ଼ିଶା ଜୁନିୟର ବାଳିକା…

ନିର୍ବାଚନରେ ହାରିଗଲେ ବିଧାୟକଙ୍କ ପିଏଙ୍କ ପତ୍ନୀ; ଗାଁରୁ ଖୋଲି ନେଇଗଲେ…

ଜୟପୁର,୨୨।୧୧: ନିର୍ବାଚନରେ ପରାଜୟ ପରେ ଗାଁରୁ ଖୋଲି ନିଆଗଲା ଷ୍ଟ୍ରିଟ୍‌ ଲାଇଟ୍‌। ଏଭଳି ଏକ ରୋଚକ ଘଟଣା ରାଜସ୍ଥାନର ଟୋଙ୍କ ଜିଲାରୁ ସାମ୍ନାକୁ ଆସିଛି । ପଞ୍ଚାୟତ…

ସୁକନ୍ୟା ସମୃଦ୍ଧି ଯୋଜନା: ମାସକୁ ୨,୦୦୦ ଟଙ୍କା ଜମା କଲେ ୨୧ ବର୍ଷ ପରେ ମିଳିବ କେତେ ଟଙ୍କା? ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୧: ପ୍ରତ୍ୟେକ ପିତାମାତାଙ୍କ ସ୍ୱପ୍ନ ଥାଏ ଯେ ଝିଅର ଉଚ୍ଚଶିକ୍ଷା କିମ୍ବା ଭବିଷ୍ୟତର ବଡ଼ ଖର୍ଚ୍ଚ ପାଇଁ କେବେ ଅର୍ଥର ଅଭାବ ନ ହେଉ। ଏହି ଲକ୍ଷ୍ୟକୁ…

‘ଅଭିଷେକ ନୁହେଁ, ଭାଇ ବୋଲି ଡାକ’, ଏସିଆ କପ ‘ରାଇଜିଂ ଷ୍ଟାର୍ସ’ ଟୁର୍ଣ୍ଣାମେଣ୍ଟରେ ପ୍ରଶଂସକଙ୍କୁ ସୁଧାରିଦେଲେ ବୈଭବ ସୂର୍ଯ୍ୟବଂଶୀ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୨।୧୧: ଏସିଆ କପ ‘ରାଇଜିଂ ଷ୍ଟାର୍ସ’ ଟୁର୍ଣ୍ଣାମେଣ୍ଟ ସମୟରେ, ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା ପ୍ରଶଂସକମାନଙ୍କ ପାଇଁ ଅଟୋଗ୍ରାଫ ଦେଉଥିଲେ। ଜଣେ ଯୁବ ପ୍ରଶଂସକ ଉଭୟ…

W, W, W, W… T20 ଡେବ୍ୟୁ ମ୍ୟାଚରେ ଇତିହାସ ରଚିଲେ ଜାମସେଦ ଆଲାମ, ନେଲେ କ୍ରମାଗତ ଏତିକିଟି ୱିକେଟ

ନୂଆଦିଲ୍ଲୀ,୨୨।୧୧: ଜମଶେଦ ଆଲାମ ନିଜର ପ୍ରଥମ ଟି-୨୦ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି। ସେ ନିଜର ପ୍ରଥମ ମ୍ୟାଚରେ ହିଁ କ୍ରମାଗତ ଭାବେ ଚାରୋଟି ୱିକେଟ ନେଇ…

ଋଷଭ ପନ୍ତଙ୍କୁ ବଡ଼ ସମ୍ମାନ ଦେଲେ ସୁନୀଲ ଗାଭାସ୍କର; ସାଲ୍ୟୁଟ ଦେଇ ପ୍ରତିକ୍ରିୟା ଜଣାଇଲେ କ୍ରିକେଟର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୨।୧୧: ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳ ନିଜର ସ୍ଥିତିକୁ ଅଧିକ ମଜବୁତ କରିଛି। ବର୍ତ୍ତମାନ ସମସ୍ତଙ୍କ ନଜର ପଞ୍ଚମ ତଥା ଅନ୍ତିମ ଦିନ ଉପରେ ରହିଛି, ଯେଉଁଠାରେ…

ନଭେମ୍ବର ୩୦ରୁ ଧାନ ସଂଗ୍ରହ, କ୍ୱିଣ୍ଟାଲ ପିଛା ଚାଷୀ ପାଇବେ ଏତିକି ଟଙ୍କା…

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ଆସନ୍ତା ନଭେମ୍ବର ୩୦ରୁ ସମ୍ବଲପୁର ଜିଲାରେ ଚଳିତ ଖରିଫ ବିପଣନ ଋତୁ-୨୦୨୬-୨୭ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟର…

ଡାକ୍ତରଙ୍କୁ ମାରି ଦାନ୍ତ ଭାଙ୍ଗିଦେବା ଘଟଣାରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଡାକ୍ତର ପ୍ରାର୍ଥ ସାରଥି ତ୍ରିପାଠୀଙ୍କୁ କାର୍‌ରୁ ଟାଣି ନେଇ ମରଣାନ୍ତକ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?