Posted inଫୁରସତ

୫ ଫୁଟିଆ ଥାଳିରେ ପରଷାଯାଏ ଖାଦ୍ୟ

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ରେଷ୍ଟୁରାଣ୍ଟ ଭିନ୍ନ ଭିନ୍ନ ଉପାୟ ଆପଣାଏ। ରେଷ୍ଟୁରାଣ୍ଟର ମେନ୍ୟୁ ହେଉ ଅବା ସାଜସଜ୍ଜା ଅବା ହେଉ ଅଜବ ନାଁ। କିଛି ନା କିଛି ସ୍ବତନ୍ତ୍ର ଓ ନିଆରା କରାଯାଏ ବ୍ୟବସାୟ ବଢାଇବା ପାଇଁ। ଗୁଜରାଟର ଅହମଦାବାଦରେ ଅଛି ସେମିତି ଏକ ରେଷ୍ଟୁରାଣ୍ଟ; ଯେଉଁଠି ଗ୍ରାହକଙ୍କୁ ୫ ଫୁଟ ଲମ୍ବା ଥାଳିରେ ସୁସ୍ବାଦୁ ଖାଦ୍ୟ ପରଷାଯାଏ। ଖାଲି ସେତିକି ନୁହେଁ, ଉକ୍ତ ରେଷ୍ଟୁରାଣ୍ଟରେ ଖେଳାଳିମାନଙ୍କ ନାମାନୁସାରେ ଖାଦ୍ୟର ନାମ ରଖାଯାଇଛି। ଏଠାରେ ଖାସ୍‌ ଅନ୍ଦାଜରେ କ୍ରିକେଟ ଥିମ୍‌ବାଲା ମେନୁ ମିଳିଥାଏ। ଯେମିତି କି ମେନୁରେ କୋହଲି ଖମନ, ପାଣ୍ଡ୍ୟା ପାତ୍ର, ଧୋନୀ ଖିଚ୍‌ଡି, ଭୁବନେଶ୍ୱର ଭର୍ତ୍ତା, ରୋହିତ ଆଲୁ ରଶିଲା, ଶାର୍ଦୁଲ ଶ୍ରୀଖଣ୍ଡ, ବାଉନ୍ସର ବାନ୍ସୁଦୀ, ହ୍ୟାଟିକ ଗୁଜରାଟୀ ଦାଲ, ବୁମରା ଭିଣ୍ଡୀ, ହରଭଜନ ହାଣ୍ଡୱା ଆଦି ପାଇବେ। ଏହାବାଦ୍‌ ବିଭିନ୍ନ ସୁସ୍ବାଦୁ ଗୁଜରାଟୀ ବ୍ୟଞ୍ଜନ ମଧ୍ୟ ଉପଲବ୍ଧ ହୁଏ। ଏହା ସହ ସ୍ନାକ୍ସ, ବ୍ରେଡ, ଏପେଟାଇଜର୍‌ ଓ ଡିଜର୍ଟ ବି ରହିଛି। ୫ ଫୁଟ୍‌ ବିଶିଷ୍ଟ ଥାଳିରେ ନାନା ପ୍ରକାରର ବ୍ୟଞ୍ଜନ ବେଶ୍‌ ସୁ୍‌ନ୍ଦରଭାବେ ପରଷାଯାଏ। ହେଲେ ଏତେସବୁ ଖାଦ୍ୟ ଜଣେ ଖାଇବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri