ସଂକ୍ରମିତଙ୍କ ଘରେ ପହଞ୍ଚାଯାଉଛି ଖାଦ୍ୟ

କେନ୍ଦୁଝର,୧୮।୫(ସ୍ବ.ପ୍ର.)-କରୋନା ମହାମାରୀ ଧିରେ ଧିରେ ସହରଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଫଳରେ ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି। ଲୋକେ ପଦାକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଏଭଳି ସମୟରେ କେନ୍ଦୁଝର ସହରର କେତେଜଣ ଯୁବକ କରୋନା ସଂକ୍ରମିତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଯେଉଁ ପରିବାରରେ ଅଧିକ ସଂଖ୍ୟକ ସଦସ୍ୟ ସଂକ୍ରମିତ ହୋଇଥିବାରୁ ଘରେ ରୋଷେଇ କରିପାରୁ ନାହାନ୍ତି କିମ୍ବା ବାହାରକୁ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ଯାଇ ପାରୁନାହାନ୍ତି, ସେହି ପରିବାରର ଲୋକଙ୍କୁ ଖାଇବା ଯୋଗାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି ଏମାନେ। ସଂକ୍ରମଣର ଭୟକୁ ଭ୍ରୁକ୍ଷେପ ନ କରି କୋଭିଡ୍‌ ନିୟମ ମାନି ସମସ୍ତ ସତର୍କତା ପଦକ୍ଷେପ ଗ୍ରହଣ କରି ସେମାନଙ୍କ ଘରକୁ ଯାଇ ଖାଦ୍ୟ ପହଞ୍ଚାଉଛନ୍ତି। ଏଥିପାଇଁ ଯୁବକମାନେ ଫୋନ ନମ୍ବର ପ୍ରଚାର କରି କାହାରି ଏଭଳି ଆବଶ୍ୟକତା ଥିଲେ ଉକ୍ତ ନମ୍ବରରେ ଜଣାଇବାକୁ ନିବେଦନ କରିଛନ୍ତି।
ସୋମବାର ପ୍ରଥମ ଦିନରେ ପ୍ରାୟ ୭ ପରିବାରଠାରୁ ଫୋନ୍‌ କଲ୍‌ ଆସିଥିଲା। ସେମାନଙ୍କ ଘରକୁ ପ୍ରାୟ ୨୭ ଜଣଙ୍କ ପାଇଁ ଖାଦ୍ୟ ପହଞ୍ଚାଯାଇଛି। ସେହିପରି ବାଟରେ ଅନ୍ୟ ଅଭାବୀ ଲୋକଙ୍କୁ ମଧ୍ୟ ଖାଦ୍ୟ ଦିଆଯାଇଥିଲା। ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିବ ବୋଲି ଆଶା ରଖି ପ୍ରସ୍ତୁତ ରହିଛନ୍ତି। ଏବେ ୧୦ ଜଣ ସ୍ବେଚ୍ଛାସେବୀ କାମ କରୁଛନ୍ତି। ନିଜ ଖର୍ଚ୍ଚରେ ଗୋଟିଏ ସ୍ଥାନରେ ରୋଷେଇ କରି ଭଲ ଭାବେ ପ୍ୟାକିଂ କରି ଗାଡ଼ିରେ ବୁଲି ସଂକ୍ରମିତଙ୍କ ଘରେ ନେଇ ପହଞ୍ଚାଉଛନ୍ତି। ଏହାକୁ ଦେଖି ଅନେକ ଲୋକ ସହାୟତାର ହାତ ବଢ଼ାଇ ଗ୍ରୁପ୍‌ରେ ଯୋଡ଼ି ହେବାକୁ ଆଗେଇ ଆସୁଛନ୍ତି। ଏଭଳି କାମ କରି ଖୁସି ଲାଗୁଥିବା କହିଛନ୍ତି ଗ୍ରୁପର ସଦସ୍ୟ ତଥା ଶିକ୍ଷକ ବିଜୟ ବେହେରା। ରାତ୍ରିଭୋଜନ ମଧ୍ୟ ଦେବା ଲାଗି ବ୍ୟବସ୍ଥା କରୁଛନ୍ତି। ଖାଦ୍ୟ ଯେପରି ବଳକା ନ ରହେ ବା ନଷ୍ଟ ନ ହୁଏ ସେଥିପାଇଁ ପୂର୍ବରୁ ସୂଚିତ କରିବାକୁ ନିବେଦନ କରାଯାଇଛି। ବଳକା ରହିଲେ ସେସବୁ ରାସ୍ତାରେ ବୁଲୁଥିବା ଗୋରୁ, କୁକୁରଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଅନ୍ୟ ଜଣେ ସ୍ବେଚ୍ଛାସେବୀ ତଥା ବ୍ୟବସାୟୀ ମାନସ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri