ମହିଳାଙ୍କ ପାଇଁ ଖାଦ୍ୟ

ମହିଳାଙ୍କ ଉତ୍ତମ ସ୍ବାସ୍ଥ୍ୟ ହିଁ ପରିବାରର ସୁସ୍ଥତାର ପରିଚାୟକ,
କାରଣ ସେମାନେ ହେଉଛନ୍ତି ଗୋଟିଏ ପରିବାରର କେନ୍ଦ୍ରବିନ୍ଦୁ ଏବଂ ମହିଳାମାନେ ସୁସ୍ଥ ରହିଲେ ହିଁ ଗୋଟିଏ ପରିବାର ସୁସ୍ଥ ରହିବ। ହେଲେ ଅଧିକାଂଶ ମହିଳା ଘରର ସମସ୍ତଙ୍କର ଯତ୍ନ ନେଉ ନେଉ ନିଜ ଖାଦ୍ୟପ୍ରତି ଅବହେଳା କରି କ୍ରମେ ରୁଗ୍‌ଣ ହୋଇପଡ଼ନ୍ତି ତଥା ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ତେଣୁ ଆସନ୍ତାକାଲି ବିଶ୍ୱ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ମହିଳାଙ୍କ ସୁସ୍ଥ ଜୀବନ ଲାଗି ଖାଦ୍ୟର
ଆବଶ୍ୟକତାକୁ ନେଇ ବିଶେଷ ଉପସ୍ଥାପନା…

‘ମହିଳାମାନଙ୍କ ସ୍ବାସ୍ଥ୍ୟ’ କଥା କହିଲେ ଶିଶୁ କନ୍ୟା, କିଶୋରୀ କନ୍ୟା, ପ୍ରଜନନକ୍ଷମ ମହିଳା ବା ୧୫ ରୁ ୪୯ ବର୍ଷ ବୟସର ମହିଳାମାନଙ୍କର ସ୍ବାସ୍ଥ୍ୟ ଏବଂ ମାସିକ ଋତୁସ୍ରାବ ବିରତି ପରେ ସ୍ବାସ୍ଥ୍ୟ ଅବସ୍ଥାକୁ ବୁଝାଇଥାଏ। ଏହା ଗୋଟିଏ ନାରୀର ‘ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ସୁରକ୍ଷା’ କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ପ୍ରତିଟି ସମୟରେ ଖାଦ୍ୟ ପ୍ରାଣର ଚାହିଦା ବା ‘ନ୍ୟୁଟ୍ରିଶନାଲ୍‌ ନିଡ୍‌’ ମଧ୍ୟ ପରିବର୍ତ୍ତିତ ହୋଇଥାଏ। ଯେପରି ଶିଶୁକନ୍ୟାର ଶାରୀରିକ ଓ ମାନସିକ ବର୍ଦ୍ଧନ ପାଇଁ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର ତଥା ଭିଟାମିନ୍‌ସ୍‌ ଓ ମିନେରାଲ୍‌ସ୍‌ ଠିକ୍‌ ପରିମାଣରେ ଆବଶ୍ୟକ। ଏହାଦ୍ୱାରା ତା’ର ‘ଇଣ୍ଟେଲିଜେଣ୍ଟ କୋସେଣ୍ଟ’ ବା ଆଇକ୍ୟୁ ମଧ୍ୟ ବଢ଼ିଥାଏ।
କିଶୋରୀ କନ୍ୟା ଓ ପ୍ରଜନନକ୍ଷମ ମହିଳାଙ୍କୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟଗୁଡ଼ିକ ହେଲା -ଆଇରନ୍‌, କ୍ୟାଲ୍‌ସିୟମ୍‌, ପ୍ରୋଟିନ୍‌ ଓ ଆମିନୋଏସିଡ୍‌ ବା ପୁଷ୍ଟିସାର ଖାଦ୍ୟ। କ୍ୟାଲ୍‌ସିୟମ୍‌, ମ୍ୟାଗ୍‌ନେସିୟମ୍‌ ଓ ଭିଟାମିନ୍‌ ‘ଡି’ ମହିଳାମାନଙ୍କର ମାସିକ ଋତୁସ୍ରାବର ବିରତି ପରେ ହାଡ଼କୁ ଶକ୍ତ କରିଥାଏ। ଓମେଗା ଥ୍ରୀ ଫ୍ୟାଟିଏସିଡ୍‌ ପ୍ରୌଢ ଓ ବୃଦ୍ଧ ବୟସରେ ହୃତ୍‌ପିଣ୍ଡ ଓ ସ୍ନାୟୁଗୁଡ଼ିକୁ ସକ୍ରିୟ ରଖିତ୍ବାରେ ସାହାଯ୍ୟ କରିଥାଏ।
ଏହାଛଡ଼ା ଅନ୍ୟାନ୍ୟ ଭିଟାମିନ୍‌ ଓ ଖାଦ୍ୟପ୍ରାଣ ମଧ୍ୟ ମହିଳାମାନଙ୍କୁ ସୁସ୍ଥ ରଖିଥାଏ।
କିଶୋରୀମାନଙ୍କ ପାଇଁ ଖାଦ୍ୟ ପ୍ରାଣ : କିଶୋରୀ ବା ଯୁବତୀ ବୟସରେ ଝିଅଟିର ଶରୀର ମାତୃତ୍ୱ ପାଇଁ ପ୍ରସ୍ତୁତ ହୋଇଥାଏ ଏବଂ ଝିଅଟି ଖୁବ୍‌ଶୀଘ୍ର ବଢ଼ିଯାଇଥାଏ (ଗ୍ରୋଥ୍‌ସ୍ପର୍ଟ)। ତେଣୁ ତା’ର ଲୌହସାର ଖାଦ୍ୟ ବା ଆଇରନ୍‌ ଓ ପୁଷ୍ଟିସାର ଖାଦ୍ୟ ଦରକାର ହୋଇଥାଏ। ଶରୀରର ପ୍ରତ୍ୟେକଟି ଅନ୍ତଃସ୍ରାବୀରସ ବା ହର୍‌ମୋନ୍‌ରେ ପ୍ରୋଟିନ୍‌ ଥିବାରୁ ଏହା ହର୍‌ମୋନ୍‌ର ସନ୍ତୁଳନ ରକ୍ଷା କରିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେଣୁ ସୁସ୍ଥ ଶରୀର ପାଇଁ ଉତ୍ତମ ଗୁଣାମତ୍କମାନର ପ୍ରାଣିଜ ପୁଷ୍ଟିସାର ବା ଫାଷ୍ଟକ୍ଲାସ୍‌ ପ୍ରୋଟିନ୍‌ ଦରକାର। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଅନୁଯାୟୀ ଶତକଡ଼ା ୧୦ ରୁ ୧୫ ଭାଗ ମହିଳା ଓ କିଶୋରୀମାନେ ରକ୍ତହୀନତା ରୋଗ ଭୋଗିଥାନ୍ତି। ତେଣୁ ଏହି ବୟସରେ ଲୌହସାର ପରିମାଣ କମିଗଲେ ଦେହରୁ ହିମୋଗ୍ଲୋବିନ୍‌ କମିଯାଇ ରକ୍ତହୀନତା ହୁଏ। ଏହାଦ୍ୱାରା ମସ୍ତିଷ୍କର ନିୟନ୍ତ୍ରଣ ଶକ୍ତି କମିଯାଏ, ଚିିଡ଼ିଚିଡ଼ା ଲାଗିଥାଏ, ପଢ଼ିବାକୁ ବା କାମ କରିବାକୁ ଇଚ୍ଛା ହୁଏ ନାହିଁ। ତେଣୁ ସେମାନଙ୍କର ଦୈନନ୍ଦିନ ଲୌହସାର ଯୁକ୍ତ ଖାଦ୍ୟ ଖାଇବା ଉଚିତ।
ଦିନସାରା କାର୍ଯ୍ୟବ୍ୟସ୍ତ ରହୁଥିବାରୁ ଶରୀରକୁ ଫିଟ୍‌ ରଖିବା ସହ କାର୍ଯ୍ୟକ୍ଷମତା ବୃଦ୍ଧି ଲାଗି ଖାଦ୍ୟରେ ଶ୍ୱେତସାରଯୁକ୍ତ ଖାଦ୍ୟ ଯଥା ଉଷୁନା ଚାଉଳ, ଚୁଡ଼ା, ଗହମ, ଦଲିଆ, ଯଅ, ବାଜରା ଇତ୍ୟାଦି ଖାଆନ୍ତୁ। ଏହାଛଡ଼ା ଡାଲି ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଖାଦ୍ୟ ସମେତ ମାଛ, ମାଂସ, ଅଣ୍ଡା, ସୋୟାବିନ୍‌ ଇତ୍ୟାଦି ଖାଆନ୍ତୁ। ବିଭିନ୍ନ ପ୍ରକାର ପନିପରିବା ଓ ଫଳ, ଲୋ ଫ୍ୟାଟ୍‌ କ୍ଷୀର କିମ୍ବା ଦହି, ଛେନା ମଧ୍ୟ ଖାଆନ୍ତୁ। ଖାଦ୍ୟରେ ତେଲ ଓ ଘିଅର ପରିମାଣ କମ୍‌ କରି, ଗଜାମୁଗ, ଆଲମଣ୍ଡ, ଫଳ, ପାଳଙ୍ଗ ଶାଗ ଆଦି ଖାଇବା ଭଲ।
ଆଇରନ୍‌ଯୁକ୍ତ ଖାଦ୍ୟ ଯଥା ଆମିଷ ଖାଦ୍ୟ ଯେପରି କି ମାଛ, ମାଂସ, କଲିଜା, ପାଳଙ୍ଗ ଶାଗ ଓ ସଜନା ଶାଗ, ଗଜାମୁଗ, ଗୁଡ଼, କଞ୍ଚା ଓ ପାଚିଲା କଦଳୀ, ଡାଳିମ୍ବ, ଖଜୁରି, କିସ୍‌ମିସ୍‌, ଗାଜର, ଟମାଟୋ, କଖାରୁ ମଧ୍ୟ ଖାଇବା ଉଚିତ। ଆଇରନ୍‌ ସହ ଭିଟାମିନ୍‌ -ସି ଓ ଭିଟାମିନ୍‌-ବି କମ୍ପ୍ଲେକ୍ସ୍‌ ଖାଇବା ଉଚିତ। ଅଁଳା, କମଳା, ପିଜୁଳି, ମୌସୁମ୍ବି, ସେଓ, ବନ୍ଧାକୋବି, ଟମାଟୋ, ବ୍ରୋକୋଲି, ଲେମ୍ବୁ, ଷ୍ଟ୍ରବେରି ଇତ୍ୟାଦିରୁ ଏହା ମିଳିଥାଏ।
ଜରୁରୀ ଭିଟାମିନ୍‌ସ: ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏ, ସି, ଇ ଏବଂ ବି କମ୍ପ୍ଲେକସ୍‌ ମହିଳାଙ୍କ ଲାଗି ଖୁବ୍‌ ଜରୁରୀ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଭିଟାମିନ୍‌ ‘ଏ’ ଆଖି, ଚମ ଓ ସୂକ୍ଷ୍ମ ତନ୍ତୁମାନଙ୍କର ସ୍ବାସ୍ଥ୍ୟର ଯତ୍ନ ନେବାବେଳେ ଭିଟାମିନ୍‌ ‘ସି’ ଓ ଭିଟାମିନ୍‌ ‘ଇ’ ବୟସ ବୃଦ୍ଧିକୁ ରୋକିବା ସହ ହୃତ୍‌ପିଣ୍ଡର ତନ୍ତୁକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାନ୍ତି। ‘ବି’ ଭିଟାମିନ୍‌ ଲୋହିତ ରକ୍ତକଣିକା ତିଆରି କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ, ଏହାଛଡ଼ା ଏଗୁଡ଼ିକ ମଧ୍ୟ ଶରୀରର ସବୁ ସୂକ୍ଷ୍ମକୋଷ ତିଆରି କରିବା ସହ ମଣିଷ ଦେହର ପ୍ରତ୍ୟେକଟି ଅଂଶ ଯଥା ଚର୍ମ, କେଶ ଓ ନଖ ତଥା ସମସ୍ତ ଅଙ୍ଗର ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ।
ଏହାର ଅନ୍ୟନାମ ‘ସୌନ୍ଦର୍ଯ୍ୟ ଭିଟାମିନ୍‌’। ପ୍ରାୟ ୩୦ ବର୍ଷ ବେଳକୁ ମଣିଷର ହାଡ଼ର ସାନ୍ଧ୍ରତା ଓ ବର୍ଦ୍ଧନ ଶେଷ ହୋଇଥାଏ। କ୍ୟାଲ୍‌ସିୟମ୍‌, ଭିଟାମିନ୍‌ ଡି, ମ୍ୟାଗ୍‌ନେସିୟମ୍‌ ମହିଳାମାନଙ୍କର ହର୍‌ମୋନ୍‌ ଟେଷ୍ଟୋଷ୍ଟେରୋନ୍‌ ହାଡ଼ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥାନ୍ତି।
ଗର୍ଭାବସ୍ଥାରେ ଖାଦ୍ୟ: ଭରତ ଭଳି ଏକ ବିକାଶୋନ୍ମୁଖୀ ଦେଶରେ ମାତୃ ମୃତ୍ୟୁହାର ଏକ ଉଦ୍‌ବେଗର ବିଷୟ। ସମଗ୍ର ମାତୃ ମୃତ୍ୟୁର ଶତକଡ଼ା ୨୫ ଭାଗ ମୃତ୍ୟୁ ଭାରତରେ ହିଁ ଘଟିଥାଏ। ତେବେ ଏଥିପାଇଁ ବିଭିନ୍ନ କାରଣ ମଧ୍ୟରୁ ଆବଶ୍ୟକ ଖାଦ୍ୟର ଅଭାବ ମଧ୍ୟ ଏକ ପ୍ରମୁଖ କାରଣ। ତେଣୁ ଏ ସମୟରେ ସୁଷମ ଓ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍‌ ଯଥା ପ୍ରତି ୧ କେ.ଜି ଓଜନରେ ୧ ଗ୍ରା ପ୍ରୋଟିନ୍‌ ଖାଇଲେ ଶିଶୁର ମାନସିକ ଓ ଶାରୀରିକ ବର୍ଦ୍ଧନ ଭଲ ଭାବରେ ହୋଇଥାଏ। ଗର୍ଭାବସ୍ଥାରେ କେତେକ ସୂକ୍ଷ୍ମ ପୋଷକତ୍ବଯୁକ୍ତ ଖାଦ୍ୟ ଯଥା ଫୋଲିକ୍‌ ଏସିଡ୍‌ , ଆଇରନ୍‌ ବା ଲୌହସାର ଖାଦ୍ୟ, କ୍ୟାଲ୍‌ସିୟମ୍‌ ଏବଂ ଭିଟାମିନ୍‌ ଡି ଖାଇଲେ ଶିଶୁ ବିକଳାଙ୍ଗ ହୁଏ ନାହିଁ। ସୁଷମ ଖାଦ୍ୟ ସହ ପ୍ରୋଟିନ୍‌ ଓ ମାଇକ୍ରୋନିଉଟ୍ରିଏଣ୍ଟ ବା ସୂକ୍ଷ୍ମ ପୋଷକତ୍ବ ଖାଇଲେ ଗର୍ଭାବସ୍ଥାରେ ତଥା ସ୍ତନ୍ୟପାନ ସମୟରେ ମା’ ଓ ଶିଶୁ ଦୁହିଁଙ୍କ ସ୍ବାସ୍ଥ୍ୟ ଭଲ ରହିବ।
ବୟସ୍କା ମହିଳାମାନଙ୍କର ସ୍ବାସ୍ଥ୍ୟ : ମେନୋପଜ୍‌ ବା ମାସିକ ଋତୁସ୍ରାବର ବିରତ ପରେ ଆହୁରି ୩୦ ବର୍ଷ (୫୦ ରୁ ୮୦ ବର୍ଷ) ନାରୀଟିଏ ଜୀବନ ଅତିବାହିତ କରୁଛି। ଏହି ସମୟରେ ଉଷ୍ମହୁଳା, ଚିଡ଼ିଚିଡ଼ା, ରାଗ ଓ ଅସହାୟ ଭାବ ଭୋଗିଲେ ମଧ୍ୟ କିଛି ବର୍ଷପରେ ହାଡ଼ପୋରିଆ ବା ଓଷ୍ଟିଓ ପୋରୋସିସ୍‌, ହୃଦ୍‌ରୋଗ ଏବଂ ବେଳେବେଳେ ସ୍ତନକର୍କଟ ରୋଗ, ଜରାୟୁଗ୍ରୀବା କର୍କଟରୋଗ ଭୋଗିବାର ଆଶଙ୍କା ଥାଏ। ତେଣୁ ଏ ବୟସରେ କେବଳ ମହିଳାମାନଙ୍କର ଶାରୀରିକ ସ୍ବାସ୍ଥ୍ୟ ନୁହେଁ ମାନସିକ ଓ ଭାବପ୍ରବଣତାର ସ୍ବାସ୍ଥ୍ୟର ମଧ୍ୟ ଯତ୍ନ ନେବା ଦରକାର।
ସେଥିପାଇଁ ଆଇସୋଫ୍ଲାଭୋନ୍‌ ବା ଫାଇଟୋଇଷ୍ଟ୍ରୋଜେନଗୁଡ଼ିକ ଇଷ୍ଟ୍ରୋଜେନ ହର୍‌ମୋନ ପରି ହୋଇଥିବାରୁ ଏହା ଖାଇଲେ ଉପରୋକ୍ତ ଲକ୍ଷଣଗୁଡ଼ିକ କମିଯାଇଥାଏ। ତେଣୁ କ୍ୟାଲସିୟମ୍‌ ଓ ଭିଟାମିନ୍‌ ‘ଡି’ ଯଥା – ଛେନା, କ୍ଷୀର, ଦହି, ମାଛ, ମାଂସ, ଡାଲି, ସୋୟାବିନ୍‌, ଆଲ୍‌ମଣ୍ଡ ଆଦି ଖାଇବା ଆବଶ୍ୟକ।
ତ୍‌ଗୋଟିଏ ସୁସ୍ଥ ନାରୀ ହିଁ ଗୋଟିଏ ସୁସ୍ଥ ଓ ସୁଖୀ ପରିବାର ଗଢ଼ିତୋଳିଥାଏ। ନିଜ ଖାଦ୍ୟ, ଚାଲିଚଳଣ ଓ ଜୀବନଶୈଳୀରେ ପରିବର୍ତ୍ତନ କଲେ ନାରୀ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହି ସାରା ପରିବାର ତଥା ସମାଜକୁ ସୁସ୍ଥ ରଖିପାରିବ।
ଡା. ସରୋଜିନୀ ଷଡ଼ଙ୍ଗୀ

– ଲିଙ୍କ୍‌ ରୋଡ୍‌, କଟକ
ମୋ- ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri