ଆହାର ଓ ଆରୋହଣ

ସୁଧିରାଜ ରାଉତ

“ ଅନେକଥର ଶୁଣିଛି ଯେଭଳି ଅନ୍ନ ସେଭଳି ମନ। ପ୍ରକୃତରେ ଏହା କ’ଣ ସତ୍ୟ?“ ବନ୍ଧୁଙ୍କ ପ୍ରଶ୍ନରେ ହସି କହିଲି – ପ୍ରକୃତରେ ଏ ଉକ୍ତି ବିଜ୍ଞାନର ନିୟମଟିଏ ନୁହେଁ, ଦର୍ଶନର ଦିଗବାରେଣୀ ଯନ୍ତ୍ରଟିଏ। ଭାରତୀୟ ଦର୍ଶନ କହେ – ଏ ବିଶ୍ୱର ସମସ୍ତ ଉପାଦାନ ତିନୋଟି ଗୁଣର ଭିନ୍ନ ଭିନ୍ନ ଅନୁପାତର ସମଷ୍ଟି । ଯେଭଳି ଇଲେକ୍ଟ୍ରନ୍‌, ପ୍ରୋଟନ୍‌, ନିଉଟ୍ରନ୍‌ର ଭିନ୍ନ ଭିନ୍ନ ଅନୁପାତରେ ସକଳ ବସ୍ତୁ ସୃଷ୍ଟି ଠିକ୍‌ ସେହିଭଳି ଆମ ଜୀବନ ଏବଂ ସମସ୍ତ ଉପାଦାନ ସତ୍ତ୍ୱ, ରଜ, ତମ ତିନୋଟି ଗୁଣକୁ ନେଇ ସୃଷ୍ଟ। ଏହି ତିନୋଟି ଗୁଣରୁ ଯେଉଁଗୁଣର ଅନୁପାତ ବା ପ୍ରଭାବ ଅଧିକ ସେହି ବ୍ୟକ୍ତି ଅବା ସେହି ବସ୍ତୁ ଉକ୍ତ ଗୁଣର ହୋଇଥାଏ । ଆମେ କେଉଁ ଗୁଣର ଏହା ବୁଝିବାକୁ ଦୂରବୀକ୍ଷଣ, ଅଣୁବୀକ୍ଷଣର ଆବଶ୍ୟକତା ନାହିଁ । ପୁଳାଏ ଦର୍ଶନ ବିଜ୍ଞାନ ବହିର ବି ଆବଶ୍ୟକ ନାହିଁ। ଏହା ବୁଝିବା ଖୁବ୍‌ ସହଜ। ମନେକର ସୁନ୍ଦର ଫୁଲଟିଏ ଫୁଟିଛି, ତାହାକୁ ଦେଖି ଯଦି ଜଣକ ମନରେ କୌଣସି ପ୍ରତିକ୍ରିୟା ସୃଷ୍ଟି ହେଉନାହିଁ, ତା’ ଭାବ ପୋଖରୀରେ ସାମାନ୍ୟ ତରଙ୍ଗଟିଏ ଖେଳିଯାଉନାହିଁ,ଏହା ବୁଝିବାକୁ ହେବ ମହୋଦୟ ତମଗୁଣ ସମ୍ପନ୍ନ। ଫୁଲଟିକୁ ଦେଖି ଯଦି ଇଚ୍ଛା ହେଉଛି ଫୁଲଟି ମୋ ବଗିଚାରେ ଥାନ୍ତା କି, ମୋ ଝରକା ପାଖେ ଥାଇ ମୋତେ ଚାହିଁ ହସୁଥାନ୍ତାକି… ମହାଶୟ ରଜଗୁଣ ସମ୍ପନ୍ନ। ସତ୍ତ୍ୱ ଗୁଣ ବ୍ୟକ୍ତି ଫୁଲକୁ ଦେଖି ବିମୁଗ୍ଧହୁଏ, ଆନନ୍ଦିତହୁଏ, ନିଜେ ଫୁଲଭଳି ହୋଇ ଉଠିବାକୁ ପ୍ରେରଣା ସାଉଁଟେ, ମାଳୀକୁ ଫୁଲ ବିଷୟରେ ଜ୍ଞାନ ପଚାରି ବସେ। ଆଉ ଏକ ଉଦାହରଣ ନେଇପାରିବା – ଜଣେ ବ୍ୟକ୍ତିକୁ ଶୁଭ କାର୍ଯ୍ୟଟିଏ ଦିଆ ହୋଇଛି କରିବାକୁ, ସେ ଭାବୁଛି ହଁ କରିବି ତ ଏତେ ବ୍ୟସ୍ତ କାହିଁକି। କଲୁ କି?
ପଚାରିଲେ, ଟିକେ କରି ପୁଣି କାମକୁ ପକେଇ ରଖିବା ଏହା ତମ ସ୍ବଭାବ। ରଜ ସ୍ବଭାବ କହେ – ମୁଁ ଏ କାମ କାହିଁକି କରିବି ? ତୁମେ କିଏ ମୋତେ ଏହା କହିବାକୁ ? ମୋତେ ଏଥିରୁ ମିଳିବ କ’ଣ ? ଆଉ ସତ୍ତ୍ୱ ସ୍ବଭାବୀ ବ୍ୟକ୍ତି କାର୍ଯ୍ୟଟି ଏଭଳି କରେ ସତେ ଅବା ମୟୂରଟିଏ ନାଚୁଛି, ପୂନେଇଁ ଜହ୍ନ ସତେ ଉଇଁଛି। … ଏଥର ଏଇସବୁ ଗୁଣ ଓ ସ୍ବଭାବକୁ ନେଇ ଆମେ ନିଜେ ଆକଳନ କରିପାରିବା ଆମେ କେଉଁ ଗୁଣର।
ସାଧାରଣତଃ ଏହା ଘଟେ ଆମେ ଯେଉଁ ଗୁଣ ବା ସ୍ବଭାବର ସେହି ଗୁଣଯୁକ୍ତ ଖାଦ୍ୟପ୍ରତି ଖୁବ୍‌ ଆକର୍ଷଣ ରହିଥାଏ। ଆମେ ଯଦି ଅବସ୍ଥାପିତ ଗୁଣରୁ ଭିନ୍ନଗୁଣକୁ ରୂପାନ୍ତରିତ ହେବାକୁ ଚାହୁଁ ତେବେ ଆମକୁ ନାନାବିଧ ସାଧନ ସହ ସେଇ ଗୁଣର ଖାଦ୍ୟ ଆହରଣ ନିଶ୍ଚୟ ଖୁବ୍‌ ସାହାଯ୍ୟ କରିବ। ଯେଉଁ ଆହାର ଆମ ମଧ୍ୟରେ ପ୍ରଶାନ୍ତି ଆଣେ, ପ୍ରଫୁଲତା ଆଣେ, ଆରୋଗ୍ୟ ଆଣେ, ସଚେତନତା ବଢ଼ାଏ, ଶାନ୍ତି- ସମତା-ସମନ୍ବୟ ଭାବ ବିକଶିତ କରାଏ … ତାହା ସତ୍ତ୍ୱ ଆହାର, କାରଣ ଏଇ ସବୁ ସତ୍ତ୍ବ ଗୁଣ। ଶୁଦ୍ଧ, ସତେଜ, ସହଜ ନିରାମିଷ ବ୍ୟଞ୍ଜନ। ଫଳ, ସବୁଜ ପରିବା, କ୍ଷୀର, ସଜଦହି ଇତ୍ୟାଦି ସାତ୍ତ୍ୱିକ ଆହାର। ଯେଉଁ ଖାଦ୍ୟ ଆମ ମଧ୍ୟରେ ଉତ୍ତେଜନା ବଢ଼ାଏ, କ୍ରୋଧ ଈର୍ଷା ବଢ଼ାଏ, କାମନା ବାସନା ବଢ଼ାଏ, କ୍ଷମତା ଅଧିକାର ଭୋଗ ବଢ଼ାଏ, ଏହା ରାଜସିକ ଖାଦ୍ୟ। ଅଧିକ ତୈଳଯୁକ୍ତ, ଅଧିକ ଘୃତ ଯୁକ୍ତ, ଅତ୍ୟଧିକ ରାଗ, ମସଲା, ମାଛ ଅଣ୍ଡା ଇତ୍ୟାଦି ଏହି ଗୁଣର। ତମଗୁଣ ଖାଦ୍ୟ ଆମ ମଧ୍ୟରେ ଆଳସ୍ୟ ତାମସିକ ବଢ଼ାଏ, ନିଦ୍ରା ଅଚେତନା ବଢ଼ାଏ, ଚୌର୍ଯ୍ୟପ୍ରବୃତ୍ତି ବଢ଼ାଏ, ରୋଗ ଭୟ ବଢ଼ାଏ… ସେଗୁଡ଼ିକ ମୌଳିକତଃ ପଶୁମାଂସ, ମଦ୍ୟ, ବାସି, ପଚା ଖାଦ୍ୟ। ଏଇ ଶ୍ରେଣୀରେ ସବୁ ପ୍ରକାର ପକେଟ୍‌ ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ।
ବର୍ତ୍ତମାନ ଯଦି କେହି ଜଣେ ରାଜସିକ ଗୁଣ ପରିତ୍ୟାଗ କରି ସାତ୍ତ୍ୱିକ ଗୁଣ ପ୍ରାପ୍ତ ହେବାକୁ ଚାହେଁ ଏଥିପାଇଁ ସାତ୍ତ୍ୱିକ ଆହାର ଖାଇବା ସହ ଆହାର ପ୍ରସ୍ତୁତି ଏବଂ ଖାଇବା ସମୟର ମନୋଭାବ ଏସବୁ ପ୍ରତି ଧ୍ୟାନ ଦେଲେ ଏହା ଅଧିକ ପ୍ରଭାବଶାଳୀ ହୋଇପାରିବ। ଜଣେ ବନ୍ଧୁ କହୁଥିଲେ ଆଜିର ମଣିଷ ଏତେ ଅର୍ଥସର୍ବସ୍ବ କାହିଁକି ? ଆମେ ଖାଉଥିବା ଖାଦ୍ୟ ଏହାର ଏକ ବଡ଼ କାରଣ। ଗାଁ ହେଉ ଅବା ସହର, ବେପାରି ହେଉ ଅବା କୃଷକ ପ୍ରତିଟି ଖାଦ୍ୟ ସାମଗ୍ରୀ ପଛରେ ଆଜି ଅର୍ଥ ହିଁ ସବୁକିଛି ହୋଇ ରହିଛି ସେହି ଅର୍ଥ ଉପାର୍ଜନ ମନୋଭାବର ଖାଦ୍ୟ ଖାଇ ଆଜି ଆମ ସଭିଙ୍କର ଏ ଅବସ୍ଥା। ମନପଡ଼ୁଛି ଶ୍ରୀଅରବିନ୍ଦ ଆଶ୍ରମର ଜଣେ ବରିଷ୍ଠ ସାଧକଙ୍କ କଥା ”ଆଶ୍ରମ ପ୍ରାରମ୍ଭକାଳରେ ଶ୍ରୀମା ଏକ ନିର୍ଦ୍ଦିଷ୍ଟ ସମୟରେ ସୁପ୍‌ ବଣ୍ଟନ କରୁଥିଲେ। ଏହି ସୁପ୍‌ ଆମ ସଭିଙ୍କ ମଧ୍ୟରୁ କେତେ ଯେ ଅଚେତନା, ଆବର୍ଜନା, ଅଳିଆ କାଢି ସଫା କରି ଦେଉଥିଲା ଏହା ଶବ୍ଦରେ କହିବା କଷ୍ଟ…“। ତେଣୁ କୁହାଯାଇଛି ଖାଦ୍ୟ ପ୍ରସ୍ତୁତି ଏବଂ ବିତରଣର ମନୋଭାବ ଖାଦ୍ୟର ଗୁଣକୁ ପ୍ରଭାବିତ କରିଥାଏ। ଆମ ସଭିଙ୍କ ଘରେ ପ୍ରାୟ ଏହା ଘଟେ – ପନିର ନିଜେ ସାତ୍ତ୍ୱିକ ଆହାର କିନ୍ତୁ ଏହାକୁ ଅନେଶତ ଭାଗ ପ୍ରସ୍ତୁତକାରୀ ଖୁବ୍‌ ରାଜସିକ କରିଦିଅନ୍ତି। ଏଇଭଳି ଆମେ ସହଜ, ସରଳ ସବୁଜ ପରିବା ସବୁକୁ ରାଜସିକ ତାମସିକ କରି ଖାଇ ଥାଉ।
ଏଥିପ୍ରତି ଧ୍ୟାନଦେବା ଖୁବ୍‌ ଆବଶ୍ୟକ। ଏଥର ଖାଇବାର ମନୋଭାବ ପାଖକୁ ଆସିବା ସାତ୍ତ୍ୱିକ ଆହାର ଖାଉ ଖାଉ ମହାଶୟ ଯଦି ଭାବନ୍ତି – ହେ ଏଗୁଡ଼ା କ’ଣ ଖାଦ୍ୟ, ଏଗୁଡ଼ା କ’ଣ ମଣିଷ ଖାଆନ୍ତି।
ଏଇ ରାଜସିକ ଭାବ ସତ୍ତ୍ୱ ଆହାରର ସତ୍ତ୍ୱ ଗୁଣକୁ ନଷ୍ଟ କରିଦିଏ । ମୀରାର ମନୋଭାବ ବିଷକୁ ଅମୃତ କରିଦିଏ ଆଉ ଆମର ମନୋଭାବ ଅମୃତକୁ ବିଷ କରିଦିଏ। ଅତଏବ ଖାଇବାର ମନୋଭାବ ମଧ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କହି ରଖୁଛି ଏଇ ସବୁ ନିୟମକୁ ବିଜ୍ଞାନର ତରାଜୁରେ ଓଜନ କରିବ ନାହିଁ, ଦର୍ଶନର ଚକ୍ଷୁରେ ଦେଖିବ ଏବଂ ମନେରଖିବ ବିଜ୍ଞାନ ଭଳି ଦର୍ଶନ ମଧ୍ୟ ସତ୍ୟ।
କୌଣସି ପରିସ୍ଥିତିରେ ମଧ୍ୟ ମାଂସ ଆହାର କରନ୍ତୁ ନାହିଁ। ଏହା ଘୋର ତମଗୁଣ। ସତେ ଅବା ପୁଳାଏ ଆବର୍ଜନା, ଅଳିଆ, ଅନ୍ଧାର, ପଶୁକୁ ନିଜ ମଧ୍ୟକୁ ଘେନି ଆସିବା। ମାନବୀୟ ଚେତନାରେ ପଶୁ ଚେତନାକୁ କଲମି କରିଦେବା। ଶୁଭ ଜୀବନ, ଶୁଦ୍ଧ ଜୀବନ, ନୀରୋଗ ଜୀବନ ନିଜ ମଧ୍ୟରୁ ନିଜେ ଫିଙ୍ଗି ଦେବା। ଜୀବନର ସମସ୍ତ ଉତ୍ତରଣ ଆରୋହଣ ପଥକୁ ଅବରୋଧ କରିଦେବା। ମନ ପଡୁଛି ଜୀବନ ଆରୋହଣ ଆତ୍ମଲିପିଟିଏ – ଜଣେ ସମୃଦ୍ଧ, ପ୍ରତିଷ୍ଠିତ ଭଦ୍ର ବ୍ୟକ୍ତି ବୁଦ୍ଧଙ୍କୁ ଦେଖାକରି ଆସନ୍ତେ, ତଥାଗତ ଅନେକ ସମୟ ବ୍ୟକ୍ତିଙ୍କ ମୁହଁକୁ ପ୍ରଫୁଲ ନୟନରେ ଚାହିଁରହିଲେ। ମହାଶୟ ବିଦାୟ ନେବାପରେ, ବୁଦ୍ଧ ଶିଷ୍ୟମାନଙ୍କୁ ଚାହିଁ କହିଲେ – ଏ ସୁଗୁଣ ମହାନୁଭବ ଜଣକ ପୂର୍ବଜନ୍ମରେ ଏକ ହସ୍ତୀ ଥିଲେ। ଥରେ ଜଙ୍ଗଲରେ ନିଆଁ ଲାଗିଲା, ହସ୍ତୀ ଏବଂ ସବୁ ପଶୁ ସୁରକ୍ଷିତ ସ୍ଥାନକୁ ଧାଇଁବାକୁ ଲାଗିଲେ। ହସ୍ତୀ ଗୋଟିଏ ଗଛମୂଳେ ଅଟକି ନିଜ ଗୋଡ଼ ତଳେ ବିନ୍ଧ କଣ୍ଟାକୁ ଗୋଡ଼ ଟେକି ଶୁଣ୍ଢରେ କାଢିବାକୁ ପ୍ରୟାସ କରୁଥିବା ବେଳେ ଠେକୁଆଟିଏ ଧାଇଁ ଆସି, ଥକିଆସି ଉକ୍ତ ଗୋଡ଼ ରଖିବା ସ୍ଥାନରେ ଅଟକି ଥକା ମାରିଲା। ହାତୀ ଏବେ ଗୋଡ଼ ରଖି ଦେଲେ ଥକି ବସିଥିବା ଠେକୁଆର ପ୍ରାଣ ହାନିହେବ। ନିଆଁ ମାଡ଼ି ଆସୁଥାଏ ହସ୍ତୀ ଗୋଡ଼ ରଖିପାରୁ ନ ଥାଏ ।ଶେଷରେ ସନ୍ତୁଳନ ହରାଇ ହସ୍ତୀ ପଡ଼ିଗଲା, ଠେକୁଆ ଚାଲିଗଲା, ନିଆଁ ଆବୋରି ନେଲା ହସ୍ତୀକୁ। ତଥାଗତ ପ୍ରଣାମ ମୁଦ୍ରାରେ କହିଲେ ସେଦିନର ସେଇ ଦୟା, କରୁଣା, ତ୍ୟାଗ ତାଙ୍କୁ ଆରୋହଣ ଦେଇ ସଦ୍‌ଗୁଣ ମଣିଷ କରି ଜନ୍ମ ଦେଲା। ଜୀବନର ଏ ଉତ୍ତରଣ, ଆରୋହଣ କାହାଣୀ ଆମ ସଭିଙ୍କୁ ପ୍ରଶ୍ନ କରୁଛି ଆମେ ଆମର ଲାଳସା ପାଇଁ, ବାସନା ଲାଗି ଯେଉଁ ପଶୁପକ୍ଷୀଙ୍କୁ ନିତ୍ୟମାରି ଖାଉଛୁ ତାହା ଆମକୁ କିଭଳି ଜୀବନ ଦେବ?
ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ: ୯୮୬୧୯୬୯୬୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri