ବଢ଼ୁଛି ଖାଦ୍ୟ ଅପମିଶ୍ରଣ

ଭୁବନେଶ୍ୱର,୧୭।୧୨ (ବ୍ୟୁରୋ):ରାଜ୍ୟରେ ଖାଦ୍ୟ ପଦାର୍ଥରେ ଅପମିଶ୍ରଣର ମାତ୍ରା ବଢ଼ିଚାଲିଛି। ୨୦୧୮-୧୯ରେ ୧,୯୨୬ ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବାବେଳେ ୨୦୧୯-୨୦ବର୍ଷରେ ଏହା ୨,୯୦୨କୁ ବୃଦ୍ଧି ପାଇଛି। ଏହି ୨୯୦୨ ଖାଦ୍ୟ ନମୁନା ମଧ୍ୟରୁ ୫୯୬ ଅପମିଶ୍ରଣ ବା ନକଲି ଜଣାପଡ଼ିବାପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ୪ବର୍ଷ ମଧ୍ୟରେ ଖାଦ୍ୟ ଅପମିଶ୍ରଣକାରୀଙ୍କ ବିରୋଧରେ ୫୮ଟି ଫୌଜଦାରି ଏବଂ ୧୬୫ଟି ଦଓ୍ବୋନୀ ମାମଲା ରୁଜୁ କରାଯାଇଛି। ଏହାଛଡ଼ା ଜରିମାନା ବାବଦରେ ୪.୨୪ ଲକ୍ଷ ଟଙ୍କା ଆଦାୟ ହୋଇଛି। ବୁଧବାର ଲୋକସେବା ଭବନଠାରେ ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ନିରାପଦ ଖାଦ୍ୟ ପରାମର୍ଶଦାତା ବୈଠକରୁ ଏହା ଜଣାପଡ଼ିଛି। ନିରାପଦ ଖାଦ୍ୟ ସମ୍ବନ୍ଧିତ ବିଷୟକୁ ଏବେଠାରୁ ପାଠ୍ୟ ଖସଡ଼ାରେ ସାମିଲ କରାଯିବ। ଫଳରେ ପିଲାମାନେ ଖାଦ୍ୟ ଅପମିଶ୍ରଣ ବିଷୟରେ ସଚେତନ ହୋଇପାରିବେ। ଏଥିସହିତ କୃଷି ଓ କୃଷକ ସଶକ୍ତୀକରଣ, ଜଳସମ୍ପଦ ବିଭାଗ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଥିବା ପରୀକ୍ଷାଗାରରେ ଖାଦ୍ୟ ନମୁନା ପରୀକ୍ଷା ବ୍ୟବସ୍ଥା କରାଯିବ। ଏକ ବୈଷୟିକ କମିଟି ମାଧ୍ୟମରେ ଆବଶ୍ୟକ ସରଞ୍ଜାମ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିବା ନିମନ୍ତେ ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ନିରାପଦ ଖାଦ୍ୟ ସୂଚକାଙ୍କ( ଫୁଡ୍‌ ସେଫ୍‌ଟି ଇଣ୍ଡେକ୍ସ)ରେ ଓଡ଼ିଶା ୨୦୧୯-୨୦ରେ ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୧୮-୧୯ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୬ ଥିଲା। ନିରାପଦ ଖାଦ୍ୟ କାର୍ଯ୍ୟକ୍ରମର ସମୀକ୍ଷା କରି ଖାଦ୍ୟ ବ୍ୟବସାୟୀ ଏବଂ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ମଧ୍ୟ କୁହାଯାଇଛି। ବିଭିନ୍ନ ସହର, ଶିଳ୍ପାଞ୍ଚଳ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କେନ୍ଦ୍ରଗୁଡ଼ିକରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ନିରାପଦ ଖାଦ୍ୟ ସାଧାରଣ ସ୍ବାସ୍ଥ୍ୟ ନିମନ୍ତେ ଅଧିକ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ଅପମିଶ୍ରଣ ବିରୁଦ୍ଧ କାର୍ଯ୍ୟକ୍ରମକୁ ଏକ ମୁଖ୍ୟ କାର୍ଯ୍ୟ ଭାବେ ବିଚାର କରିବାକୁ ମୁଖ୍ୟ ଶାସନ ସଚିବ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ପରିଦର୍ଶନ କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ନିମନ୍ତେ ମଧ୍ୟ ଖାଦ୍ୟ ନିରାପତ୍ତା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇଡ୍‌କୋ ଶିଳ୍ପାଞ୍ଚଳଗୁଡ଼ିକରେ ଗଢ଼ିଉଠୁଥିବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପାନୁଷ୍ଠାନଗୁଡ଼ିକ ନିମନ୍ତେ ସ୍ବାସ୍ଥ୍ୟ ଓ ପରିମଳ ମାନକ ନିର୍ଦ୍ଧାରଣ କରିବା ଲାଗି ଇଡ୍‌କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି। ଫୁଡ୍‌ ସେଫ୍‌ଟି କମିଶନର ଯାମିନୀ ଷଡ଼ଙ୍ଗୀ କହିଥିଲେ, ଅଧିକ ବିପଦ ଆଶଙ୍କା ଥିବା ଖାଦ୍ୟଦ୍ରବ୍ୟଗୁଡ଼ିକର ଯାଞ୍ଚ ପାଇଁ ମୋବାଇଲ୍‌ ଆପ୍‌ କୌଶଳ ପ୍ରୟୋଗ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୫ମ ସ୍ଥାନ ହାସଲ କରିଛି। ଇତିମଧ୍ୟରେ ରାଜ୍ୟର ଖାଦ୍ୟ ଯାଞ୍ଚ ପରୀକ୍ଷାଗାର ଭାରତୀୟ ଫୁଡ୍‌ ସେଫ୍‌ଟି ଷ୍ଟାଣ୍ଡାର୍ଡ କର୍ତ୍ତୃପକ୍ଷଙ୍କ ସ୍ବୀକୃତି ହାସଲ କରିଛି। ଖାଦ୍ୟ ବ୍ୟବସାୟୀମାନଙ୍କ ପଞ୍ଜୀକରଣ ଏବଂ ଲାଇସେନ୍ସ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ କରାଯାଇଛି। ଏହା ଫଳରେ ଉଭୟ ପଞ୍ଜୀକରଣ ସଂଖ୍ୟା ଓ ରାଜସ୍ବ ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ସମୁଦାୟ ୨.୧୮ କୋଟି ରାଜସ୍ବ ସଂଗ୍ରହ ହୋଇଥିଲା। ୨୦୧୯-୨୦ବର୍ଷରେ ଏହା ଶତକଡ଼ା ୮୨ ଭାଗ ବୃଦ୍ଧି ପାଇ ପ୍ରାୟ ୭.୭୦ କୋଟି ଟଙ୍କାରେ ପହଞ୍ଚିଛି । ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ମହାପାତ୍ର କହିଥିଲେ, ଯାତ୍ରା, ମେଳା ଓ ମହୋତ୍ସବରେ ଖାଦ୍ୟ ମାନ ଯାଞ୍ଚ ନିମନ୍ତେ ‘ଚଳନ୍ତି (ମୋବାଇଲ୍‌)ପରୀକ୍ଷାଗାର’ ବ୍ୟବସ୍ଥା କରାଯାଇଛି। ଏବେ ସୁଦ୍ଧା ଏହି ପରୀକ୍ଷାଗାର ମାଧ୍ୟମରେ ୧୭୬୮ଟି ଖାଦ୍ୟ ନମୁନା ପରୀକ୍ଷା କରାଯାଇଛି। ଭୁବନେଶ୍ୱରରେ ରାସ୍ତାପାର୍ଶ୍ୱ ଖାଦ୍ୟ ପରିଯୋଜନାରେ ୩୦ ଜଣ ଖାଦ୍ୟ ବ୍ୟବସାୟୀ ପଞ୍ଜୀକରଣ କରିଛନ୍ତି ଏବଂ ଏମାନଙ୍କୁ ତାଲିମ ଦିଆସରିଛି। ଏହି ଆଲୋଚନାରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚବି ପ୍ରଦୀପ୍ତ କୁମାର ମହାପାତ୍ର, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବଙ୍କ ସମେତ ପରାମର୍ଶଦାତା ବୋର୍ଡର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri