Posted inଜାତୀୟ

କୁହୁଡ଼ି ନେଲା ୧୦ ଜୀବନ: ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା

ମୋରାଦାବାଦ୍‌,୩୦।୧: ରାସ୍ତାରେ ଘନ କୁହୁଡ଼ି ଯୋଗୁ ଉତ୍ତରପ୍ରଦେଶ ମୋରାଦାବାଦ୍‌ରେ ରାସ୍ତା ନ ଦେଖାଯିବାରୁ ଏକ ଟ୍ରକ୍‌ ଏବଂ ମିନି ବସ୍‌ ମଧ୍ୟରେ ଶନିବାର ସକାଳ ୮ଟା ୧୦ରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୋରାଦାବାଦ୍‌-ଆଗ୍ରା ହାଇଓ୍ବେର କୁନ୍ଦରକି ଥାନା ଅଞ୍ଚଳର ହୁସେନପୁର ପୋଲ ନିକଟରେ ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବସ୍‌ଟି ବିଲାରିରୁ ମୋରାଦାବାଦ୍‌ ଯାଉଥିଲା। ଏହାର ବିପରୀତି ଦିଗରୁ ଆସୁଥିବା ଟ୍ରକ୍‌ ସହିତ ବସ୍‌ଟି ଧକ୍କା ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ଲାଗି ୨ ଲକ୍ଷ ଏବଂ ଆହତଙ୍କ ପରିବାରବର୍ଗଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ସେ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ କଏଦୀଙ୍କ ଆତ୍ମହତ୍ୟା: ପେଟରୁ ମିଳିଲା ସୁଇସାଇଡ୍‌ ନୋଟ୍‌

ମୁମ୍ବାଇ, ୧୬।୧୦: ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ଜଣେ କଏଦୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅସଗର ଅଲି...

କର୍ମଚାରୀଙ୍କୁ ୫ ମିନିଟ ଯୋଗ ବ୍ରେକ୍‌…

ନୂଆଦିଲ୍ଲୀ,୪।୯: ଏବେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ୫ ମିନିଟର ଯୋଗ ବ୍ରେକ୍‌ ମିଳିବ। ଏନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ...

କରୋନା ଲଢ଼େଇରେ ଜିତି ବି କାହିଁକି ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ, ବିଶେଷଜ୍ଞ ଦେଲେ ଉତ୍ତର…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିବା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାରୁ ଲୋକେ...

ଫେରିଲେ ନିଖୋଜ କଂଗ୍ରେସ ବିଧାୟକ

ଭୋପାଳ,୯ା୩(ପି.ଟି.): ମଧ୍ୟପ୍ରଦେଶ ଶାସକ ଦଳର ନିଖୋଜ ଥିବା ୧୦ ବିଧାୟକଙ୍କ ମଧ୍ୟରୁ ୮ ଜଣ ଫେରିଆସିଲେଣି। ବାକି ୨ ଜଣ ଫେରୁଥିବା ଦଳ ପକ୍ଷରୁ ସୂଚନା...

‘ହାଇକମାଣ୍ଡ ମୋତେ କିଛି କହିନାହାନ୍ତି’

ବେଙ୍ଗାଲୁରୁ, ୨୫।୭: କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା କହିଛନ୍ତି, ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ରବିବାର ସନ୍ଧ୍ୟା...

ଟାର୍ଗେଟ୍‌ରେ ପୋଲିସ-ସେନା ଯବାନ, ୫ ବର୍ଷରେ ୧୩ ଜଣଙ୍କୁ ହତ୍ୟା…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୋଲିସ ଏବଂ ସେନା ଯବାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆତଙ୍କବାଦୀମାନେ କେତେକ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଥିବାବେଳେ ଅନ୍ୟ କେତେକଙ୍କ ଘରେ...

‘ଗର୍ଲଫ୍ରେଣ୍ଡଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ, ବ୍ରେକ୍‌ଅପ୍‌ ହେବ ନାହିଁ’

ନୂଆଦିଲ୍ଲୀ, ୧।୭: ପ୍ରଦୂଷଣକୁ ନେଇ ବଢୁଛି ଚିନ୍ତା। ଦିନକୁଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଶିଳ୍ପର ବିକାଶ ସାଙ୍ଗକୁ ଜଙ୍ଗଲ କ୍ଷୟ ଏହାର ମୁଖ୍ୟ କାରଣ...

ଅର୍ଜୁନ ରାମପାଲଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ...

Advertisement


Archives

Model This Week