ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍ଏସ୍ଏମ୍ଇ ବିଭାଗର କମିଶନର-କମ୍-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍ଆଇଆର ସମ୍ପର୍କିତ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି।
ଏହି ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ ଦାବି ଓ ଆପତ୍ତି ଉପରେ ଶୁଣାଣି, ବିଭିନ୍ନ ଫର୍ମର ପ୍ରକ୍ରିୟାକରଣ ଏବଂ ଡିଏସ୍ଇ ଯାଞ୍ଚ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରାଯାଇଥିଲା।
ତ୍ରୁଟିପୂର୍ଣ୍ଣ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଜିଲା ପ୍ରଶାସନ ଓ ନିର୍ବାଚନ କର୍ମଚାରୀଙ୍କ କାର୍ଯ୍ୟରେ ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ପଣ୍ଡା ସନ୍ତୋଷ ପ୍ରକାଶ କରିଥିଲେ।
ବୈଠକରେ ଖୋର୍ଦ୍ଧା ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅମ୍ରିତ ଋତୁରାଜ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀର ଶୀର୍ଷ ୨୦ଟି ବୁଥ୍ରେ ଭୋଟର ଯୋଗ (ଫର୍ମ-୬) ଓ ଭୋଟର ବିଲୋପ (ଫର୍ମ-୭) ସମ୍ପର୍କିତ ପରିସଂଖ୍ୟାନ ଉପସ୍ଥାପନ କରିଥିଲେ। ଏହା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ୧୧୬-ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀର ଉଆରଓ କାର୍ଯ୍ୟାଳୟ ପକ୍ଷରୁ ସିଡିଓ ଆଣ୍ଡ୍ ଇଓ ଜିଲା ପରିଷଦ ଜ୍ୟୋତିଶଙ୍କର ସାହୁ, ୧୧୧-ଜୟଦେବ ନିର୍ବାଚନମଣ୍ଡଳୀ ପକ୍ଷରୁ ଭୁବନେଶ୍ୱର ଉପଜିଲାପାଳ, ୧୧୫-ଜଟଣୀ ନିର୍ବାଚନମଣ୍ଡଳୀ ପକ୍ଷରୁ ଅତିରିକ୍ତ ଜିଲାପାଳ ଭୁବନେଶ୍ୱର ଉପସ୍ଥିତ ଥିଲେ। ୧୧୭-ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ ଉପଜିଲାପାଳ, ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର (ନିର୍ବାଚନ) ତଥା ଇଆରଓ ପ୍ରତିନିଧିତ୍ୱ କରିଥିବା ବେଳେ, ୧୧୮-ଚିଲିକା ନିର୍ବାଚନମଣ୍ଡଳୀ ପକ୍ଷରୁ ଡେପୁଟି କଲେକ୍ଟର (ନିର୍ବାଚନ), ଖୋର୍ଦ୍ଧା ଉପସ୍ଥିତ ଥିଲେ।

