୧୦ରୁ ଊର୍ଦ୍ଧ୍ୱ ଡିପୋରେ ଏଫ୍‌ଓ ଅପମିଶ୍ରଣ

ଯାଜପୁର ଅଫିସ,୮।୧: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱର ବିଭିନ୍ନ ସ୍ଥାନରେ ଚାଲିଛି ଫର୍ନେସ ଅଏଲ (ଏଫ୍‌ଓ), ପେଟ୍ରୋଲ, ଡିଜେଲ ଆଦି ତୈଳଜାତୀୟ ପଦାର୍ଥର ଅପମିଶ୍ରଣ। ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଅତି ଗୋପନୀୟ ଭାବେ ଏହି ଅପମିଶ୍ରଣ ଚାଲିଛି। ଏହି ବେଆଇନ କାରବାରରେ ତୈଳଜାତୀୟ ପଦାର୍ଥ ପରିବହନ କରୁଥିବା କେତେଜଣ ଗାଡ଼ି ମାଲିକ କୋଟିପତି ହୋଇଛନ୍ତି। ଏଥିରେ ମୁମ୍ବାଇର ଏକ ପରିବହନ ସଂସ୍ଥା ବହୁ ଆଗରେ ରହିଛି। ପାରାଦୀପ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ଲୋକଙ୍କ ସହାୟତାରେ ଏହି ପରିବହନ ସଂସ୍ଥା ଏଜେଣ୍ଟଙ୍କ ଜରିଆରେ ଫର୍ନେସ ଅଏଲ ବାହାର କରାଯାଉଛି। ପୁଣି ସେହି ଟ୍ୟାଙ୍କରରେ ଅପମିଶ୍ରଣ କରି ନିର୍ଦ୍ଦିଷ୍ଟ କମ୍ପାନୀମାନଙ୍କୁ ଯୋଗାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ସଂପୃକ୍ତ ଅଣଓଡିଆ ଏଜେଣ୍ଟମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ କରିଛି। ସେମାନଙ୍କୁ ସ୍ଥାନ ଛାଡି ଚାଲିଯିବାକୁ କହୁଛି। ହେଲେ ବେଆଇନ ଗାଡିଗୁଡିକୁ ଜବତ କରିବା କିମ୍ବା ଏଜେଣ୍ଟମାନଙ୍କୁ ଗିରଫ କରିବାରେ ପଛଘୁଞ୍ଚା ଦେଉଛି। ଫଳରେ ସେମାନେ ଗୋଟିଏ ସ୍ଥାନ ଛାଡି ଅନ୍ୟ ସ୍ଥାନରେ ଆଡ୍ଡା ଜମାଉଛନ୍ତି। ପୁଣି ଥରେ ନିର୍ଭୟରେ ନିଜ କାରବାର ଚଳାଉଥିବା ଦେଖିବାକୁ ମିଳିଛି। ଏଥିରେ ଆଇଓସିଏଲ ପକ୍ଷରୁ ନିଯୁକ୍ତ ପରିବହନ ସଂସ୍ଥାର ମାଲିକ ଏବଂ ପୋଲିସ ମଧ୍ୟରେ ମାସିକ ଲକ୍ଷାଧିକ ଟଙ୍କାର କାରବାର ହେଉଛି। ଫଳରେ ଏଫ୍‌ଓ ବ୍ୟବହାର କରୁଥିବା ବିଭିନ୍ନ ଶିଳ୍ପ କାରଖାନା ଏଥିଯୋଗୁ କ୍ଷତିରେ ପଡିବା ସହ ଯନ୍ତ୍ରାଂଶଗୁଡିକ ଉପରେ ନକାରାମତ୍କ ପ୍ରଭାବ ପଡୁଥିବା ଜଣାପଡିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରାଦୀପରେ ୨୦୧୬ ଫେବୃୟାରୀ ୭ରେ ୩୪,୫୫୫ କୋଟି ଟଙ୍କା ବ୍ୟୟରେ ଭାରତର ୧୧ଶ ତୈଳ ବିଶୋଧନାଗାର କାର୍ଯ୍ୟାରମ୍ଭ କରିଥିଲା। ଏହି ବିଶୋଧାନଗାରରୁ ପେଟ୍ରୋଲ, ଫର୍ନେସ ଅଏଲ, ଡିଜେଲ, ଲାଇଟ ଡିଜେଲ, କିରୋସିନ ଆଦି ବିଶୋଧନ କରାଯାଇ ଭାରତର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯାଉଛି। ସେହିଦିନଠାରୁ ପାରାଦୀପ ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ)ର ପାରାଦୀପ ତୈଳ ବିଶୋଧନାଗାରରୁ ରପ୍ତାନି ହେଉଥିବା ତୈଳ ଜାତୀୟ ଇନ୍ଧନ ଫର୍ନେସ ଅଏଲ (ଏଫ୍‌ଓ) ଅପମିଶ୍ରଣ ଆରମ୍ଭ ହୋଇଛି। ଏହାପୂର୍ବରୁ ପଶ୍ଚିମବଙ୍ଗ ହଳଦିଆ ତୈଳ ବିଶୋଧନାଗାରରୁ ଓଡ଼ିଶାର ବିଭିନ୍ନ ଜିଲାରେ ଥିବା ଶିଳ୍ପ କାରଖାନାକୁ ଏଫ୍‌ଓ ରପ୍ତାନି ହେଉଥିଲା। ପାରାଦୀପ ବିଶୋଧନାଗାର କାର୍ଯ୍ୟକ୍ଷମ ହେବା ପରେ ୫୩ ନମ୍ବର ଜାତୀୟ ରାଜପଥ ଦେଇ ଯାଜପୁର, କେନ୍ଦୁଝର, ରାଉରକେଲା, ଝାରସୁଗୁଡା, ସମ୍ବଲପୁର ଆଦି ଜିଲାରେ ଥିବା ଶିଳ୍ପ କାରଖାନାକୁ ଫର୍ନେସ ଅଏଲ, ଲାଇଟ ଡିଜେଲ ଆଦି ଇନ୍ଧନ ଟ୍ୟାଙ୍କରରେ ପରିବହନ ହେଉଛି।
ସୂଚନା ଅନୁଯାୟୀ, ବିଭିନ୍ନ ତୈଳ କମ୍ପାନୀ ଟେଣ୍ଡର ଆହ୍ବାନ କରି ପରିବହନ ସଂସ୍ଥାମାନଙ୍କୁ ତୈଳଜାତୀୟ ପଦାର୍ଥ ଯୋଗାଇବାକୁ ନିୟୋଜିତ କରିଥାଆନ୍ତି। ଏଥିମଧ୍ୟରୁ ମୁମ୍ବାଇର ଏକ ପରିବହନ ସଂସ୍ଥା ସର୍ବାଧିକ ଫର୍ନେସ ଅଏଲ ପରିବହନ ଦାୟିତ୍ୱରେ ଥିବା ଜଣାପଡିଛି। ଏହି କମ୍ପାନୀର ମାଲିକ କେତେକ ଏଜେଣ୍ଟଙ୍କୁ ନିୟୋଜିତ କରି ପାରାଦୀପ, କେନ୍ଦ୍ରାପଡା, ବାଲିଚନ୍ଦ୍ରପୁର, ବଡ଼ଚଣା, ଧର୍ମଶାଳା ଓ ଡୁବୁରୀ ଥାନା ଅଞ୍ଚଳର ୫୩ ନମ୍ବର ଏନ୍‌ଏଚ୍‌ କଡ଼ରେ ଡିପୋମାନ ତିଆରି କରିଛି। ଉପରୋକ୍ତ ସ୍ଥାନରେ ଦୈନିକ ପ୍ରାୟ ୩୦ଟି ଟ୍ୟାଙ୍କରରୁ ପାଖାପାଖି ୧୦ ଲକ୍ଷ ଟଙ୍କା ମୂଲ୍ୟର ଫର୍ନେସ ଅଏଲ କଢ଼ ଯାଉଛି। ଡିପୋଗୁଡିକରେ ପୂର୍ବରୁ ରଖାଯାଇଥିବା ପୁରୁଣା ଟ୍ୟାଙ୍କର ପୂର୍ଣ୍ଣ ହେବା ପରେ ସେହି ଚୋରା ଫର୍ନେସ ଅଏଲକୁ ବାହାରକୁ ରପ୍ତାନି କରାଯାଉଥିବା ଖବର ମିଳିଛି । ତେବେ ଏ ସଂକ୍ରାନ୍ତରେ ଧର୍ମଶାଳା ଥାନା ଆଇଆଇସି ସରୋଜ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ଭାଙ୍ଗଡା ଛକରେ ଚାଲିଥିବା ଅପମିଶ୍ରଣ ଡିପୋ ଉପରେ ଚଢ଼ାଉ କରାଯାଇ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା। ପୁଣି ଆମ ଥାନା ଇଲାକାରେ ଯଦି ଏଭଳି ଅପମିଶ୍ରଣ ଚାଲିଛି, ଖୁବଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରାଯିବ।

:


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri