ସ୍ବପ୍ନରେ ଫୁଲ

ଆମର ସଚେତନ ମସ୍ତିଷ୍କ ଯାହା ସବୁ ଦେଖିଥାଏ ଶୋଇବାବେଳେ ସେଇସବୁ ଜିନିଷ ଅବଚେତନ ମସ୍ତିଷ୍କରେ ସ୍ବପ୍ନ ଆକାରରେ ଆମକୁ ଦେଖାଯାଇଥାଏ। ଏହିସବୁ ସ୍ବପ୍ନ କେବେ ମନେ ରହେ ତ କେବେ ଉଠିବାର କିଛି ସମୟ ପରେ ମନରୁ କୁଆଡୁ ଲିଭିଯାଏ। ଅନେକେ କୁହନ୍ତି ସ୍ବପ୍ନ ତ କେବଳ ସ୍ବପ୍ନ, ସେ କ’ଣ କେବେ ସତ ହୋଇପାରେ। ତେବେ ଆଉ କେତେକେ କୁହନ୍ତି ସ୍ବପ୍ନ ସବୁ କେବଳ ସ୍ବପ୍ନ ନୁହେଁ ବରଂ ଆଗାମୀ ଦିନରେ ଘଟିବାକୁ ଥିବା ଘଟଣାର ଗୋଟେ ଗୋଟେ ସଙ୍କେତ। ତେଣୁ ସ୍ବପ୍ନକୁ କେବେ ହେୟଜ୍ଞାନ କରିବା ଠିକ୍‌ ନୁହେଁ। ସ୍ବପ୍ନରେ ତ ଆମେ ଅନେକ କଥା ଦେଖିଥାଉ। ତେବେ କେହି କେବେ ଫୁଲକୁ ନେଇ ସ୍ବପ୍ନ ଦେଖିଛନ୍ତି କି? ଯଦି ଦେଖିଛନ୍ତି ତେବେ ସେଇ ସ୍ବପ୍ନ କ’ଣ ସଙ୍କେତ ଦିଏ ଜାଣିବାକୁ ଇଛା ନିଶ୍ଚୟ ହୋଇଥିବ। ଜାଣନ୍ତୁ ସ୍ବପ୍ନରେ ଫୁଲ ଦେଖିବା ଦିଏ କି ସଙ୍କେତ…

ଗୋଲାପ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ପ୍ରେମର ପ୍ରତୀକ ଗୋଲାପ ଫୁଲ ଦେଖିବାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ପ୍ରେମର ଫୁଲ ଫୁଟିବ। ମନ ବୁଝିପାରିବା ତଥା ବହୁତ ଭଲ ପାଉଥିବା ମଣିଷ ଜଣେ ଜୀବନକୁ ସୁନ୍ଦର କରିବାକୁ ଆସିବେ। ଯଦି ଆପଣଙ୍କ ଜୀବନରେ ସାଥୀଟିଏ ଅଛନ୍ତି ଆଉ ଏହି ସ୍ବପ୍ନ ଦେଖୁଛନ୍ତି ତେବେ ତା’ର ଅର୍ଥ ଆପଣଙ୍କୁ ଅଧିକ ପ୍ରେମ ଓ ମାନସମ୍ମାନ ମିଳିବ।

ପଦ୍ମ ଫୁଲ: ସ୍ବପ୍ନରେ ପଦ୍ମ ଫୁଲ ଦେଖିବା ଶୁଭ ସଙ୍କେତ ଦେଇଥାଏ। ଏହା ସଙ୍କେତ ଦିଏ ଯେ, ମା’ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଧନଲାଭ ହେବ।

ଗେଣ୍ଡୁ ଫୁଲ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗେଣ୍ଡୁ ଫୁଲ ଦେଖିବା ଅର୍ଥ ଆପଣଙ୍କ ହାତରେ କୌଣସି ବଡ ପୁଣ୍ୟ କାମ ହେବାକୁ ଯାଉଛି।

ରଙ୍ଗବିରଙ୍ଗର ଫୁଲ: ରଙ୍ଗ ବିରଙ୍ଗର ସୁନ୍ଦର ଫୁଲ ସ୍ବପ୍ନରେ ଦେଖିବା ସଙ୍କେତ ଦିଏ ଯେ, ଖୁବ୍‌ ଶୀଘ୍ର କିଛି ଶୁଭ ଖବର ମିଳିବ।

ମଲ୍ଲି ଫୁଲ: ସୁନ୍ଦର ମହକଭରା ମଲ୍ଲି ଫୁଲକୁ ସ୍ବପ୍ନରେ ଦେଖିବା ଭାଗ୍ୟ ଚମକିବାର ଇଶାରା ଦିଏ । ତା’ସହ ଜୀବନରେ ନିଶ୍ଚୟ କିଛି ଖୁସିର ଖବର ଆସିବ ବୋଲି ସୂଚନା ଦିଏ।

ଫୁଲର ମାଳା: ଫୁଲର ମାଳା ସ୍ବପ୍ନ କହେ ଆପଣଙ୍କ ଘରେ କିଛି ମାଙ୍ଗଳିକ କାର୍ଯ୍ୟ ହେବାକୁ ଯାଉଛି।

ବାସି ଝାଉଁଳି ଯାଇଥିବା ଫୁଲ: ଝାଉଁଳି ଯାଇଥିବା ବାସି ଫୁଲ ସ୍ବପ୍ନେରେ ଆସିଲେ ଏହା ସୂଚାଇଥାଏ ଯେ, ଆପଣଙ୍କର କୌଣସି ନିକଟତର ଲୋକଙ୍କ ସହ ଝଗଡା ବା ମନୋମାଳିନ୍ୟ ହୋଇପାରେ। ତେଣୁ ସତର୍କ ରହିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମରୁ ସମସ୍ତ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ଗୁଣ, ଚାଣକ୍ୟ କହିଲେ ସଠିକ୍‌ ବ୍ୟବହାରରେ ମିଳିଥାଏ ସଫଳତା

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ...

ବର୍ଷାଦିନେ ଲଗାନ୍ତୁ ନିମ୍ବପତ୍ର

ବର୍ଷାଦିନେ ତ୍ୱଚାର ବିଭିନ୍ନ ସମସ୍ୟା ଦୂରକରି ସୁନ୍ଦରତା ବଢ଼ାଇବା ପାଇଁ ନିମ୍ବପତ୍ର ବ୍ୟବହାର କରନ୍ତୁ। -ତ୍ୱଚାରେ ଥିବା କଳାଦାଗ ଦୂରକରିବା ପାଇଁ ନିମ୍ବପତ୍ରରେ ଟୋନର ତିଆରି...

ଶୀତ ପୋଷାକର ଷ୍ଟାଇଲିସ୍‌ ଲୁକ୍‌

ଏବେ ହାଇଟେକ୍‌  ଯୁଗ । ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ଧାରା ଜାରି ରହିଛି। ଠିକ୍‌ ସେହିପରି ଫ୍ୟାଶନ ଦୁନିଆରେ ବି ପୋଷାକ ପରିଧାନରେ ପରିବର୍ତ୍ତନ ହୋଇଥାଏ।...

ମା’ଙ୍କ ଶରଧା ନାଲି ରଙ୍ଗରେ…

ଆଦ୍ୟାଶକ୍ତି ମା’ଦୁର୍ଗାଙ୍କ ଆଗମନ ସଭିଙ୍କ ମନରେ ଭରିଦିଏ ଆନନ୍ଦ ଓ ଉନ୍ମାଦନା ା ଦିଗ୍‌ବଳୟରେ ଲାଗିଯାଏ ବିଚିତ୍ର ରଙ୍ଗ ା କାଶତଣ୍ଡିଫୁଲର ମଧୁ ହିଲ୍ଲୋଳ ପୂଜାର...

ଓସ୍ତପତ୍ରରେ ରହିଛି ବହୁ ଔଷଧୀୟ ଗୁଣ

ଆମ ଚତୁପାର୍ଶ୍ୱରେ ବିଭିନ୍ନ ଔଷଧୀୟ ବୃକ୍ଷ ରହିଛି। ମାତ୍ର ଆମେ ଏହାର ଉପକାରିତା ବିଷୟରେ ଜାଣି ନ ଥାଉ। ଏହି ଯେମିତି ଓସ୍ତପତ୍ର। ଏହାର ଅନେକ...

କ୍ୱାଣ୍ଟମ୍‌ ଯାନ୍ତ୍ରିକୀ ବିକାଶ

ଫ୍ରାନ୍ସର ଆଲେନ୍‌ ଆସ୍ପେକଟ୍‌, ଯୁକ୍ତରାଷ୍ଟ୍ର ଆମେରିକାର ଜନ୍‌ କ୍ଲାଉଜର ଏବଂ ଅଷ୍ଟ୍ରିଆର ଆଣ୍ଟୋନ୍‌ ଜେଲିଫରଙ୍କୁ ପଦାର୍ଥ ବିଜ୍ଞାନ ଲାଗି ଚଳିତ ବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର...

ସୁସ୍ଥ ପରିବେଶ ଓ ଦୀର୍ଘାୟୁ ଜୀବନ

ସାରା ବିଶ୍ୱରେ ଦୈନନ୍ଦିନ ଜଳବାୟୁର ପରିବର୍ତ୍ତନ ସହ ଜନସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଆଜିର ଜନତା ଆଧୁନିକତା ପ୍ରତି ମାତ୍ରାଧିକ ଆକୃଷ୍ଟ ହେବା...

ମେଡିଟେସନ ନିଶ୍ଚୟ କରନ୍ତୁ

ବ୍ୟସ୍ତବହୁଳ କାମ ମଧ୍ୟରେ ଦିନକୁ ଅତି କମରେ ୧୫ ମିନିଟ ମେଡିଟେସନ ନିଶ୍ଚୟ କରନ୍ତୁ… ମେଡିଟେସନ ନିମନ୍ତେ ନିଜ ସୁବିଧା ଅନୁସାରେ ସବୁ କାମ ସାରିବା...

Advertisement
Archives

Model This Week