ଶୌଚାଳୟରେ ଫୁଲଚାରା ବେପାର

ରାଉରକେଲା,୨୯।୯(ଦିନେଶ ମିଶ୍ର): ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଏହି ଶୌଚାଳୟଗୁଡିକୁ ପରିଚାଳନା କରିବା ପାଇଁ ସହରର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଓ ଠିକା ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସହରରେ ଏଭଳି ଅନେକ ଶୌଚାଳୟ ରହିଛି ଯେଉଁଠି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଶୌଚାଳୟ ପରିସରରେ ଫୁଲଚାରା, ବିଡି ଓ ଗୁଟଖା ବ୍ୟବସାୟ ମଧ୍ୟ ଚାଲିଛି। ରାଉରକେଲା ଉଦିତନଗର ସ୍ଥିତ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ଶୌଚାଳୟ, ଡିଏଭି ଛକ ଓ ଏସ୍‌ଟିଆଇରେ ଥିବା ସର୍ବସାଧାରଣ ଶୌଚାଳୟରେ ଏଭଳି ଦେଖିବାକୁ ମିଳିଛି।
ଉଦିତନଗରସ୍ଥିତ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଶୌଚାଳୟ ପରିସରକୁ ଜଣେ ବ୍ୟବସାୟୀ କବ୍‌ଜା କରି ଫୁଲଚାରା ବ୍ୟବସାୟ କରୁଛନ୍ତି। ଶୌଚାଳୟରେ ସ୍ନାନ ଓ ଶୌଚ ପାଇଁ କେତେ ଟଙ୍କା ଦେବାକୁ ପଡିବ ସେ ନେଇ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଫଳରେ କୌଣସି ଲୋକେ ଏହି ଶୌଚାଳୟକୁ ଆସିଲେ ସେମାନଙ୍କଠାରୁ ୧୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିବା ଅଭିଯୋଗ ହୋଇଛି। ସେହିପରି ଶୌଚାଳୟ ଭିତରେ ସାବୁନ କି ଫିନାଲଇ ବ୍ୟବସ୍ଥା କରାଯାଇନାହିଁ। ସେହିପରି ବାଲ୍‌ଟି କି ମଗ୍‌ ନ ଥିବାରୁ ଏକ ପ୍ଲାଟିକ ରଙ୍ଗଡବା କାଟି ବ୍ୟବହାର କରାଯାଉଛି। ଶୌଚାଳୟ ଭିତରେ ଏକ କମମୋଡ୍‌ ଭଗ୍ନ ଅବସ୍ଥାରେ ପଡିରହିଛି। ଶୌଚାଳୟ ଭିତରେ କିଛି ସ୍ଥାନୀୟ ବ୍ୟବସାୟୀଙ୍କ ଖଟିଆ, ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ପଡି ରହିଛି। ଫଳରେ ଏଠାକୁ ଶୌଚ ହେବାକୁ ଆସୁଥିବା ଲୋକେ ହଇରାଣ ହେଉଛନ୍ତି।
ସେହିପରି ବାସନ୍ତୀ କଲୋନୀ ଡିଏଭି ଛକ ଶୌଚାଳୟରେ ବିଡି ଓ ସିଗାରେଟ୍‌ ବିକ୍ରି କରାଯାଉଛି। ଯଦି ଉକ୍ତ ଶୌଚାଳୟକୁ କେହି ଶୌଚ ହେବାକୁ ଆସନ୍ତି ସେମାନଙ୍କୁ ଏହି ସାମଗ୍ରୀ ଯୋଗାଇ ଦିଆଯାଉଛି। ଏଠାରେ ସାମନ୍ୟ ଟଏଲଟ୍‌ ପାଇଁ ଜଣଙ୍କ ପିଛା ୫ ଟଙ୍କା ଦେବାକୁ ପଡୁଛି। ଏସ୍‌ଟିଆଇ ଛକରେ ଥିବା ସର୍ବସାଧାରଣ ଶୌଚାଳୟରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ଏହି ଶୌଚାଳୟରେ ଲାଗିଥିବା ପାଣିଟ୍ୟାପ୍‌ ଗୁଡିକ ଚୋରି ହୋଇଯାଇଛି। ଏଠାରେ ଶୌଚ ହେବା ପାଇଁ କୌଣସି ଆନୁଷଙ୍ଗିକ ଜିନିଷ ନାହିଁ କି କୌଣସି ସୂଚନା ଫଳକ ମଧ୍ୟ ନାହିଁ। ଏହି ଅଞ୍ଚଳରେ ଏକ ଗୋଦାମ ପାର୍କିଂ ସ୍ଥଳ ଥିବାବେଳେ ଗାଡ଼ିଚାଳକମାନେ ଏଠାରେ ଶୌଚ ହେବା ପାଇଁ ଶୋଷଣର ଶିକାର ହେଉଛନ୍ତି। ରାତି ହେଲେ ସର୍ବସାଧାରଣ ଶୌଚାଳୟ ଅଧିକାଂଶ ସମୟ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି। ଆରଏମସି ପକ୍ଷରୁ ଖୋଲାଯାଇଥିବା ଶୌଚାଳୟ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ମହାନଗର ନିଗମ କର୍ତ୍ତୃପକ୍ଷ ନେଲେ ଏଭଳି ଅସୁବିଧା ହୁଅନ୍ତା ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ନେଇ ଆର୍‌ଏମ୍‌ସି ଉପଆୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ଏ ନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଯଦି କୌଣସି ଶୌଚାଳୟରେ ଏଭଳି ବ୍ୟବସାୟୀକରଣ ଓ ଅବ୍ୟବସ୍ଥା ଦେଖିବାକୁ ମିଳିବ ତେବେ ଆମେ ଏ ନେଇ ତୁରନ୍ତ ଉଚିତ ପଦକ୍ଷେପ ନେବୁ। ସର୍ବସାଧାରଣ ବ୍ୟବହାର ପାଇଁ ହୋଇଥିବା ଶୌଚାଳୟରେ ଅନିୟମିତତା କରୁଥିବା ଠିକା ସଂସ୍ଥା ଓ ଏସ୍‌ଏଚ୍‌ଜିକୁ ଏ ନେଇ ଅବଗତ କରାଇବୁ ବୋଲି ଭୋଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?