ଫ୍ଲୋରେନ୍ସିଆଙ୍କୁ କୋଚ୍‌ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୬।୪ – ଢେଙ୍କାନାଳ ହକିର ହୃତଗୌରବ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ଉଦ୍ୟମ। ଜିଲାର ପ୍ରତିଭାବାନ୍‌ ହକି ଖେଳାଳିଙ୍କୁ ଚୟନ କରି ଉନ୍ନତ ପ୍ରଶିକ୍ଷଣ ପ୍ରଦାନ ପାଇଁ ରାଉରକେଲା ସ୍ପୋର୍ଟସ୍‌ ହଷ୍ଟେଲର ମହିଳା ହକି କୋଚ୍‌ ଫ୍ଲୋରେନ୍ସିଆ ଏକ୍କାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କୁ ଜିଲା କ୍ରୀଡ଼ା ବିଭାଗ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଥିବାବେଳେ ସେ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏକଦା ଢେଙ୍କାନାଳର ହକି କ୍ରୀଡ଼ାବିତ୍‌ ଜାତୀୟସ୍ତରରେ ଅର୍ଜିଥିଲେ ସୁନାମ। ଏବେ ବି ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ ହକିକୁ ନେଇ ରହିଛି କ୍ରେଜ୍‌। ତେବେ ସେମାନଙ୍କୁ ସମୟୋପଯୋଗୀ ନୂଆ ଟେକ୍‌ନିକ୍‌ ବିଷୟରେ ପ୍ରଶିକ୍ଷଣ ଦେବା ପାଇଁ କୋଚ୍‌ଙ୍କ ଅଭାବ ରହିଛି। ତେଣୁ ଜିଲାର ହକି ଖେଳାଳି ଆଶାଜନକ ପ୍ରଦର୍ଶନ କରିପାରୁନାହାନ୍ତି। ଜାତୀୟସ୍ତରରେ ପହଞ୍ଚତ୍ବା ଲାଗି ସେମାନଙ୍କ ସ୍ବପ୍ନ ପୂରଣ ହୋଇପାରୁନାହିଁ। ଏହାକୁ ନେଇ କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷ ଲାଗି ରହିଥିଲା। ତେବେ ଫ୍ଲୋରେନ୍ସିଆଙ୍କ ନିଯୁକ୍ତି ଢେଙ୍କାନାଳର ସୁପ୍ତ ହକିକୁ ନୂଆଜୀବନ ଦେବ ବୋଲି ଆଶା ସଞ୍ଚାର ହୋଇଛି। ଫ୍ଲୋରେନ୍ସିଆ କାର୍ଯ୍ୟରେ ଯୋଗଦେବାପରେ ଜିଲାପାଳ ସରୋଜ କୁମାର ସେଠୀ, ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ସାକ୍ଷାତ୍‌ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।
ଜାତୀୟ ଓ ଅନ୍ତର୍ଜାତୀୟ ହକିର ଜଣେ ପରିଚିତ ଚେହେରା ହେଉଛନ୍ତି ମହିଳା ହକି କୋଚ୍‌ ଫ୍ଲୋରେନ୍ସିଆ ଏକ୍କା। ସେ ପଟିଆଲାସ୍ଥିତ ନେତାଜୀ ସୁଭାଷ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋର୍ଟସରୁ ହକି କୋଚିଂରେ ଡିପ୍ଲୋମା କରିଛନ୍ତି। ସେହିପରି ହଙ୍ଗେରୀ ବୁଦାପେଷ୍ଟରେ ଅନ୍ତର୍ଜାତୀୟ କୋଚିଂ କୋର୍ସ ମଧ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗରେ ୨୦୧୨ରୁ ସେ ହକି କୋଚ୍‌ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ନ୍ୟାଶନାଲ ହକି ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଫ୍ଲୋରେନ୍ସିଆ ୧୬ ମେଡାଲ ଜିତିଛନ୍ତି। ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଦଳ ଜାତୀୟ ହକି ଚାମ୍ପିୟନଶିପ୍‌ରେ ୧୫ ମେଡାଲ ଆଣିଛି। ବହୁ ଜାତୀୟସ୍ତରୀୟ ହକି ଖେଳାଳିଙ୍କୁ ସୃଷ୍ଟି କରିଥିବା ଫ୍ଲୋରେନ୍ସିଆଙ୍କୁ ଢେଙ୍କାନାଳ ହକି ଦାୟିତ୍ୱ ଦିଆଯିବାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ଢେଙ୍କାନାଳ ସହର ସମେତ ସଦର ବ୍ଲକର ଅସନପାଟିଆ, ଜଙ୍ଖିରା ଏବଂ ନାଗିଆପଶି ଅଞ୍ଚଳରେ ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକିକୁ ନେଇ ସ୍ବତନ୍ତ୍ର ଝୁଙ୍କ୍‌ ରହିଛି। ଉକ୍ତ ଅଞ୍ଚଳର ୧୦୦ରୁ ଊର୍ଦ୍ଧ୍ୱ ହକି ଖେଳାଳି ବ୍ୟକ୍ତିଗତ ଉଦ୍ୟମରେ ପ୍ରଶିକ୍ଷଣ ଜାରି ରଖିଛନ୍ତି। ଜିଲାର ପ୍ରତି ବ୍ଲକରୁ ଦକ୍ଷ ହକି ଖେଳାଳିଙ୍କୁ ଖୋଜି ବାହାର କରିବା, ସେମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବା, ହକି କିଟ୍‌ ସମେତ ଆନୁଷଙ୍ଗିକ ଉପକରଣ ଯୋଗାଇ ଦେବା ଲାଗି କିଛିଦିନ ତଳେ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ୫-ଟି ବ୍ୟବସ୍ଥା ଅନ୍ତର୍ଗତ ସ୍କୁଲରେ ହକିର ବିକାଶ ଲାଗି ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି ୮ଟି ସ୍କୁଲରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ଠିକ୍‌ ଭାବେ ହେଉନି ଅଧିକାଂଶ ବିଭାଗର କାର୍ଯ୍ୟ: ସାଧାରଣ ଲୋକେ ହନ୍ତସନ୍ତ

ଥୁଆମୂଳ ରାମପୁର,୨୦ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର ୫ମ ମାସିକ ବୈଠକ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri