ଫ୍ଲୋରାଲ୍‌ ଆଉଟ୍‌ ଫିଟ୍‌

ଯେକୌଣସି ସିଜନ୍‌ରେ ବି ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ ଏଭରଗ୍ରୀନ ଲୁକ୍‌ ଦେଇଥାଏ। ପ୍ରତିଟି ଇଭେଣ୍ଟରେ ଏହାକୁ କ୍ୟାରି କରିବା ସହଜ । ଏଥିପାଇଁ ତ ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ର ଚାହିଦା ଏବେ ବଢ଼ିବାରେ ଲାଗିଛି…
ବଜାରରେ ଏବେ ଫ୍ଲୋରାଲ ବ୍ଲାଉଜ୍‌ର ଚାହିଦା ଅଧିକ। ଏହାକୁ ଆପଣ ଯେକୌଣସି ସିମ୍ପଲ ଶାଢ଼ି କିମ୍ବା ପ୍ଲେନ ଶାଢ଼ିରେ ପିନ୍ଧିପାରିବେ। ଫ୍ଲୋରାଲର ସିଲ୍‌କ ଶାଢ଼ିକୁ ପାର୍ଟି ଫଙ୍କ୍‌ଶନରେ ବି ପିନ୍ଧିପାରିବେ।
ସିଲ୍କର ଫ୍ଲୋରାଲ ଟପ୍‌ ସାଙ୍ଗରେ ଆପଣ ସ୍କର୍ଟ କିମ୍ବା ଫ୍ଲାଟର୍‌ ପ୍ୟାଣ୍ଟ ପିନ୍ଧିପାରିବେ। କଟନ୍‌ କିମ୍ବା ଲାଇଲନ୍‌ ଫ୍ଲୋରାଲ୍‌ ଟପ୍‌ରେ ଜିନ୍ସ, ଡେନିମ୍‌ ପ୍ୟାଣ୍ଟ ପିନ୍ଧନ୍ତୁ। ଏହା ଆପଣଙ୍କୁ କ୍ଲାସି ଲୁକ୍‌ ଦେବା ସହ ଅଫିସକୁ ମଧ୍ୟ କ୍ୟାରି କରିପାରିବେ।
ସିଫନ୍‌ର ବ୍ଲାଉଜ ଓ ଟପ୍‌ ପିନ୍ଧିବାକୁ ଭଲଲାଗେ। ତେବେ ଫ୍ଲୋରାଲ ଟପ୍‌ ସହ ଆପଣ ଜିନ୍‌ସ ମଧ୍ୟ ପିନ୍ଧିପାରିବେ। ନାଇଟ୍‌ ଆଉଟ୍‌ ପାର୍ଟି କିମ୍ବା ଡେଟ୍‌ରେ ଯାଉଥିଲେ ଏହି ଟପ୍‌ ଆପଣଙ୍କୁ ଗରଜିୟସ ଲୁକ୍‌ ଦେବ।
ଏଥିନିକ୍‌ ଲୁକ୍‌ ପାଇବା ପାଇଁ ଆପଣ ଫ୍ଲୋରାଲ୍‌ କୁର୍ତ୍ତି ଓ ଅନାରକଲି ସୁଟ୍‌ ପିନ୍ଧିପାରିବେ। ବଜାରରେ ଫ୍ଲୋରାଲ ଲେହେଙ୍ଗା ଏବଂ ଡିଜାଇନ ଫ୍ଲୋରାଲ ସ୍କର୍ଟକୁ ଆପଣ ମ୍ୟାଚିଂ କରି ପିନ୍ଧିପାରିବେ। ଫ୍ଲୋରାଲ କ୍ରପ୍‌ ଟପରେ ଆପଣ ମ୍ୟାଚ କରି ପିନ୍ଧିପାରିବେ। ବିବାହ କିମ୍ବା ମେହେନ୍ଦି ଆଦି ବିଭିନ୍ନ ଉତ୍ସବ ସମୟରେ ଏହା ଟ୍ରାଡିଶନାଲ ଲୁକ୍‌ ଦେବ।
ଶୀତଦିନରେ ଛୁଟି କଟେଇବାକୁ ଯାଉଥିଲେ ବ୍ଲୁ ଫ୍ଲୋରାଲ ଟପ୍‌ କିମ୍ବା ଗାଉନ୍‌ ପିନ୍ଧିପାରିବେ। ଫ୍ଲୋରାଲ ଟପ୍‌ ସହ ଆପଣ ହ୍ବାଇଟ୍‌ ଡେନିମ୍‌ ସର୍ଟସ କିମ୍ବା ଜିନ୍‌ସ ପିନ୍ଧନ୍ତୁ ଭଲ ଲାଗିବ।
ଫ୍ଲୋରାଲ୍‌ର ବ୍ଲେଜର ମଧ୍ୟ ନିଜ ଆଉଟଫିଟ୍‌ରେ ସାମିଲ କରିପାରିବେ। ଏହା ଆପଣଙ୍କୁ ଷ୍ଟାଇଲିସ ଲୁକ ଦେବ। ବ୍ଲେଜର ସହ ଯେକୌଣସି ଟ୍ୟାଙ୍କ ଟପ୍‌, ଜିନ୍ସ, ଲେଦରର ଟ୍ରାଉଜର ଟିମଅପ୍‌ କରିପାରିବେ। ବ୍ଲାକ ଜୋତା କିମ୍ବା ହିଲ୍‌ସ ପିନ୍ଧିଲେ ଷ୍ଟାଇଲିସ୍‌ ଦେଖାଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri