Odisha Floods: ଫୁଲୁଛି ବିରୂପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ ଆତଙ୍କିତ ହୋଇ ଉଠିଛନ୍ତି। ମଙ୍ଗଳପୁର ପଞ୍ଚାାୟତ ୯ନମ୍ବର ଓ୍ବାର୍ଡର ୧୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଥିବାରୁ ବିପନ୍ନ ପରିବାରମାନେ ନଦୀ ବନ୍ଧକୁ ଉଠିଆସି ଆଶ୍ରୟ ନେଇଛନ୍ତି। କେନ୍ଦ୍ରାପଡା ଜିଲାପାଳ ରଘୁନାଥ ଆର ଆୟାର ଗୁରୁବାର ବ୍ଲକ ଅଧିନ ଏହି ତିନ ପଞ୍ଚାୟତର ନଦୀକୂଳିଆ ଗ୍ରାମ ଓ ନଦୀବନ୍ଧ ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ସହ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରାକେଶ କୁମାର ମଲ୍ଲିକ ନଦୀବନ୍ଧରେ ଦୁର୍ବଳ ଥିବା ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ବାଲିବସ୍ତା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବିଡିଓ ନମିତା ବାରିକ, ତହସିଲଦାର ସରୋଜକାନ୍ତ ନାୟକ ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀଙ୍କୁ କିପରି ତୁରନ୍ତ ସ୍ଥାନାନ୍ତର ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ବେଣିପୁର ସରପଞ୍ଚ ମୋହନ ଚରଣ ସାହୁ, ମଙ୍ଗଳପୁର ସରପଞ୍ଚ ଇତିଶ୍ରୀ ନାୟକ, ଛୋଟି ପଞ୍ଚାୟତ ସରପଞ୍ଚ ରଜନୀ ମଲିକଙ୍କୁ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଲୋକମାନେ ଯେପରି ଭୟଭିତ ନ ହୁଅନ୍ତି ସେଥିପାଇଁ ସଜାଗ ରହିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ଗସ୍ତ ସମୟରେ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ନବୀନ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ମଳୟ ପରିଡା ଉପସ୍ଥିତ ଥିଲେ। ସନ୍ଧ୍ୟା ୬ଟା ସୁଦ୍ଧା ବିରୂପା ନଦୀର ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନେଇ ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

‘ମୋ ପତ୍ନୀ ବି ଚିତ୍କାର କରିବାକୁ ଲାଗିଲେ’, ବୈଭବଙ୍କ ସହ ଏମିତି କ’ଣ ହେଲା? ପ୍ରଶ୍ନ ଉଠାଇଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍‌ରୁ…

ଭାରତୀୟ କ୍ରିକେଟ ପାଇଁ ସୁନୀଲ ଗାଭାସ୍କରଙ୍କ ବଡ଼ ଅନୁରୋଧ; କଲେ ଏମିତି ଦାବି

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏକ ସୁବର୍ଣ୍ଣଯୁଗ ଦେଇ ଗତି କରୁଛି ଏବଂ ବିଶ୍ୱ କ୍ରିକେଟରେ ଏହାର ପ୍ରଭାବଶାଳୀ ସ୍ଥିତି ରହିଛି; ତଥାପି, ପୂର୍ବତନ କିମ୍ବଦନ୍ତୀ…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?