Odisha Floods: ଫୁଲୁଛି ବିରୂପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ ଆତଙ୍କିତ ହୋଇ ଉଠିଛନ୍ତି। ମଙ୍ଗଳପୁର ପଞ୍ଚାାୟତ ୯ନମ୍ବର ଓ୍ବାର୍ଡର ୧୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଥିବାରୁ ବିପନ୍ନ ପରିବାରମାନେ ନଦୀ ବନ୍ଧକୁ ଉଠିଆସି ଆଶ୍ରୟ ନେଇଛନ୍ତି। କେନ୍ଦ୍ରାପଡା ଜିଲାପାଳ ରଘୁନାଥ ଆର ଆୟାର ଗୁରୁବାର ବ୍ଲକ ଅଧିନ ଏହି ତିନ ପଞ୍ଚାୟତର ନଦୀକୂଳିଆ ଗ୍ରାମ ଓ ନଦୀବନ୍ଧ ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ସହ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରାକେଶ କୁମାର ମଲ୍ଲିକ ନଦୀବନ୍ଧରେ ଦୁର୍ବଳ ଥିବା ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ବାଲିବସ୍ତା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବିଡିଓ ନମିତା ବାରିକ, ତହସିଲଦାର ସରୋଜକାନ୍ତ ନାୟକ ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀଙ୍କୁ କିପରି ତୁରନ୍ତ ସ୍ଥାନାନ୍ତର ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ବେଣିପୁର ସରପଞ୍ଚ ମୋହନ ଚରଣ ସାହୁ, ମଙ୍ଗଳପୁର ସରପଞ୍ଚ ଇତିଶ୍ରୀ ନାୟକ, ଛୋଟି ପଞ୍ଚାୟତ ସରପଞ୍ଚ ରଜନୀ ମଲିକଙ୍କୁ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଲୋକମାନେ ଯେପରି ଭୟଭିତ ନ ହୁଅନ୍ତି ସେଥିପାଇଁ ସଜାଗ ରହିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ଗସ୍ତ ସମୟରେ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ନବୀନ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ମଳୟ ପରିଡା ଉପସ୍ଥିତ ଥିଲେ। ସନ୍ଧ୍ୟା ୬ଟା ସୁଦ୍ଧା ବିରୂପା ନଦୀର ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନେଇ ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଭାଜପା ମଣ୍ଡଳ କର୍ମକର୍ତ୍ତା: ଭୁଶୁଡ଼ିଛି ଅନେକ ଘରର କାନ୍ଥ,

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଆକଳନ ଓ ସ୍ଥିତି…

ବାରରୁ ହେଉଥିଲା ମଦ ଚାଲାଣ: ୯୩.୦୮ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

କୋରାପୁଟ,୩୦।୧୦(ଅମିତାଭ ବେହେରା): ମଦ ଚୋରା ଚାଲାଣ ବିରୋଧରେ କୋରାପୁଟ ଜିଲା ନାରାୟଣପାଟଣା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବନ୍ଧୁଗାଁ ଅଞ୍ଚଳର ଏକ ବାରରୁ ନାରାୟଣପାଟଣା…

ଭୂସ୍ଖଳନରେ ମା‘-ବାପାଙ୍କ ସହ ଚାଲିଗଲା ୭ ମାସ ଶିଶୁପୁତ୍ରର ଜୀବନ

ରାଇକିଆ, ୩୦।୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଘଟିଥିବା ଭୂସ୍ଖଳନରେ ନିଖୋଜ ଥିବା ଗୋଟିଏ ପରିବାରର ତିନିଜଣଙ୍କ…

ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ଭୁଲିଗଲେ ୧୫ ବର୍ଷର ବୈବାହିକ ସମ୍ପର୍କ

କୋରାପୁଟ, ୩୦।୧୦ (ଅମିତାଭ ବେହେରା): ସାମାନ୍ୟ ତରକାରୀକୁ ନେଇ ଘରୋଇ କଳହର କରୁଣ ପରିଣତି। ରାଗରେ ଅନ୍ଧ ହୋଇ ୧୫ ବର୍ଷର ବୈବାହିକ ସମ୍ପର୍କକୁ ଭୁଲିଗଲେ ସ୍ୱାମୀ।…

ବିପନ୍ନଙ୍କ ନିକଟରେ ପହଞ୍ଚିନି ପ୍ରଶାସନ, ଭୋକ ଉପାସରେ ଛଟପଟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ପୁରୁଷୋତ୍ତମପୁର,୩୦ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀରେ ଭୟଙ୍କର ବନ୍ୟାରେ କୂଳ ଲଂଘି ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ। ଭାଙ୍ଗିଛି…

୬, ୬, ୬, ୬, ୬, ୱିକେଟ… ନୀତୀଶ ରେଡ୍ଡୀଙ୍କ ବୋଲିଂରେ କ୍ରମାଗତ ପାଞ୍ଚଟି ଛକା, ଆଉ ଷଷ୍ଠ ବଲରେ ହେଲା ଏମିତି; ପ୍ରତିଶୋଧ ପୂରଣ ହେଲା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଶୁକ୍ରବାର (ଅକ୍ଟୋବର ୩୦) ଅକ୍ଲାଣ୍ଡରେ ଭାରତ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଶତକ…

୨ କଲରାପତରିଆ ବାଘଛାଲ ସହ ଜୀବନ୍ତ ବାର୍‌ହା ଜବତ, ୭ ଜଣଙ୍କୁ ଗିରଫ କରି…

ଭବାନୀପାଟଣା,୩୦ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଦକ୍ଷିଣ ବନଖଣ୍ଡକୁ ମିଳିଛି ଏକ ବଡ଼ ସଫଳତା। ଜିଲାର ଥୁଆମୂଲ ରାମପୁର ବନାଞ୍ଚଳର ସାଇସୁରନି ରେଞ୍ଜରେ ଏକ ବନ୍ୟପ୍ରାଣୀ ଚୋରା ଚାଲାଣ…

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ନାହିଁ ହାର୍ଦ୍ଦିକ ପାଣ୍ଡ୍ୟା! IPL 2027 ନିଲାମ ପୂର୍ବରୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଖବର

ନୂଆଦିଲ୍ଲୀ,୩୦।୧୦: IPL 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ଆଲୋଚନା ଜୋର ଧରିଛି। ଗତ ତିନି ସିଜିନ ଧରି ଦଳର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?