ଶୋଇଥିବାବେଳେ ଘରେ ପଶିଲା ବନ୍ୟାଜଳ, ଗାଁରେ ଉତ୍ତେଜନା

ବଲାଙ୍ଗୀର, ୨୭ା୭(ବୀରେନ୍ଦ୍ର କୁମାର ଝାଙ୍କର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ଏହି ଗ୍ରାମରେ ୮୪ ଆଦିବାସୀ ପରିବାର ସମେତ ମୋଟ ୧୦୬ ପରିବାର ରହୁଛନ୍ତି। ତେବେ ଶନିବାର ରାତିରେ ଲୋକମାନେ ଶୋଇଥିବା ଅବସ୍ଥାରେ ୩ଟି ପରିବାରର ଘର ଭିତରକୁ ଡ୍ୟାମ୍‌ ପାଣି ପଶିଯିବାରୁ ଭୟର ବାତାବରଣ ଦେଖାଦେଇଥିଲା। ଜଳବିପନ୍ନ ପରିବାର ସମେତ ୧୦ଟି ପରିବାରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ୩ଟି ପରିବାରର କିଛି ସାମଗ୍ରୀ ପାଣିରେ ବୁଡ଼ି ଯାଇଥିଲା। ଫଳରେ କୁମିଆପାଲି ଗାଁରେ ରବିବାର ଉତ୍ତେଜନା ଦେଖାଦେଇଥିଲା। ଲୋକଙ୍କ ଘର ଭିତରକୁ ପାଣି ପଶିଯିବା ଖବର ପାଇବା ପରେ ଜିଲା ପ୍ରଶାସନ ଓ ଲୋୟର ସୁକ୍‌ତେଲ ଡ୍ୟାମ୍‌ କର୍ତ୍ତୃପକ୍ଷ ରବିବାର ସୁକ୍‌ତେଲ ଡ୍ୟାମ୍‌ର ୧୨ଟି ଗେଟ୍‌ ମଧ୍ୟରୁ ୪ଟି ଗେଟ୍‌ ଖୋଲି ଜଳ ଛାଡ଼ିଛନ୍ତି।
ସୂଚନା ମୁତାବକ, ଶନିବାର ରାତି ଏବଂ ରବିବାର ସକାଳୁ ନଦୀର ଉପରମୁଣ୍ଡ ପାଟଣାଗଡ଼ ଓ ଖପ୍ରାଖୋଲ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସୁକ୍‌ତେଲ ଜଳଭଣ୍ଡାର ଜଳସ୍ତର ଅସ୍ବାଭାବିକ ଭାବେ ବୃଦ୍ଧି ଘଟିଥିଲା। ଜଳସ୍ତର ୨୦୦ ମିଟରକୁ ଟପିଯିବା ପରେ ଶନିବାର ରାତିରେ କୁମିଆପାଲି ଗାଁରେ  ସୁଦନ ବରିହାଙ୍କ ଘର ଭିତରକୁ ଡ୍ୟାମ୍‌ ପାଣି ପଶିଯାଇଥିଲା। ପରିବାର ସଦସ୍ୟ ଆଉ ଶୋଇ ପାରି ନ ଥିଲେ। ତରବରିଆ ଭାବେ ଘର ଛାତ ଉପରକୁ ସେମାନଙ୍କ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ରଖିଥିଲେ। ବର୍ଷା ଯୋଗୁ ସେମାନଙ୍କ ଅନେକ ସମଗ୍ରୀ ଭିଜି ଯାଇଥିଲା। ସେହିପରି ତେତେଲପଡ଼ାର କୃଷ୍ଣ ବରିହାଙ୍କ ଘର ଭିତରକୁ ପାଣି ପଶିଯାଇଥିଲା। ଫଳରେ ସେଠାରୁ ମଧ୍ୟ ୪ଟି ପରିବାରକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ସକାଳେ ମାଳିପଡ଼ା ଏବଂ ତଳିପଡ଼ାର ୪ଟି ପରିବାରକୁ ମଧ୍ୟ ଉଦ୍ଧାର କରାଯାଇ ଗାଁ ମଣ୍ଡପ ନିକଟକୁ ଅଣାଯାଇଥିଲା। ଏଭଳି ଅସ୍ବାଭାବିକ ସ୍ଥିତି ଯୋଗୁ ରବିବାର ଗାଁରେ ଅନେକ ପରିବାର ରନ୍ଧାବଢ଼ା କରିପାରି ନ ଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ଆସନ୍ତା ସେପ୍ଟେମ୍ବରରେ ଲୋୟର ସୁକ୍‌ତେଲ ଡ୍ୟାମ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ପରେ ଡ୍ୟାମ୍‌ରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁରର ୧ ଲକ୍ଷ ଏକର ଚାଷଜମିକୁ ପାଣି ମାଡ଼ିବାର ଲକ୍ଷ୍ୟ ରଖାଯାଇଛି। ଏହି କାରଣରୁ ଜିଲା ପ୍ରଶାସନ ଚଳିତବର୍ଷ ଡ୍ୟାମ୍‌ରେ ପୂର୍ଣ୍ଣ କ୍ଷମତାରେ ପାଣି ସଂରକ୍ଷଣ ଯୋଜନା କରିଥିଲା। ଅନ୍ୟପଟେ କୁମିଆପାଲି ଗାଁର ୮୪ ଆଦିବାସୀ ପରିବାର ଏବଂ ଅନ୍ୟ ୨୨ଟି ପରିବାର କ୍ଷତିପୂରଣ ଓ ଥଇଥାନ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଗାଁ ଛାଡ଼ି ନାହାନ୍ତି। ପ୍ରଶାସନ ଗାଁରେ ସ୍ଥାନାନ୍ତର ନୋଟିସ୍‌ ଲଗାଇଥିଲେ ମଧ୍ୟ ଲୋକମାନେ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଳାଇଥିଲେ। ଫଳରେ ବୁଧବାର ବିଳମ୍ବିତ ରାତିରେ ସଦର ଥାନା ପୋଲିସ ଟିମ୍‌ କୁମିଆପାଲି ଗାଁରେ ପହଞ୍ଚି ୭ ଜଣ ଆଦିବାସୀ ନେତା ପ୍ରେମରାଜ ବରିହା, ରାମଚନ୍ଦ୍ର ବରିହା, କନ୍ଦର୍ପ ବରିହା, ଡୋଳାମଣି, ଡମ୍ବରୁଧର, ଚନ୍ଦ୍ରମଣି ଓ ସନ୍ଦର୍ପ ବରିହାଙ୍କୁ ଉଠାଇ ନେଇଥିଲା। ଗୁରୁବାର ବଲାଙ୍ଗୀର ସଦର ଥାନାରେ ସେହି ୭ ଜଣ ଆଦିବାସୀ ନେତାଙ୍କ ସହ ଜିଲା ପ୍ରଶାସନ ଆଲୋଚନା କରିଥିଲା। ସେମାନଙ୍କ ଘର, ଜମି ଓ ଅନ୍ୟ ସମ୍ପତ୍ତିର ପୁନଃ ସର୍ଭେ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଗାଁ ଛାଡ଼ିବାକୁ କହିଥିଲେ। ପ୍ରତିଶ୍ରୁତି ମିଳିବା ପରେ ଶୁକ୍ରବାରଠାରୁ ଗାଁରେ ଆଦିବାସୀଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ହେଲେ ପ୍ରଶାସନ ସର୍ଭେ ଆରମ୍ଭ କରିନାହିଁ। ପୂର୍ବରୁ କ୍ଷତିପୂରଣ ଏବଂ ଥଇଥାନ ପ୍ୟାକେଜ୍‌ ଗ୍ରହଣ କରିଥିବା କେତୋଟି ପରିବାରକୁ ଶନିବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିତ୍ଲା। ତେବେ ଶନିବାର ରାତିରେ ଗାଁର କେତେଜଣ ବ୍ୟକ୍ତିଙ୍କ ଘର ଭିତରକୁ ପାଣି ପଶିଯିବାରୁ ଗାଁ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶାସନର ଅବହେଳା ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଲୋୟର ସୁକ୍‌ତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇଙ୍କୁ ପଚରାଯିବାରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ଘଟିଥିଲା। ତେବେ ସ୍ଥିତି ଉପରେ ପ୍ରଶାସନର ନଜର ରହିଛି। ସୁକ୍‌ତେଲ ଡ୍ୟାମ୍‌ର ୪ଟି ଗେଟ୍‌ ଖୋଲାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଗେଟ୍‌ ଖୋଲାଯିବ। କୁମିଆପାଲି ଗାଁ ଲୋକଙ୍କ ସହ ପ୍ରଶାସନ ଯୋଗାଯୋଗରେ ରହିଛି। ପ୍ରଶାସନିକ ଟିମ୍‌ ମଧ୍ୟ ଗାଁରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସିଲା Flipkart Big Billion Days Saleର ତାରିଖ! iPhone 17 ଉପରେ ମିଳିବ ଭାରି ଡିସ୍କାଉଣ୍ଟ, କମିଯିବ ଏତେ…

ନୂଆଦିଲ୍ଲୀ,୧୧।୯: ଅନଲାଇନ ସପିଂ ପ୍ରେମୀଙ୍କ ପାଇଁ ବଡ଼ ଖବର। ଫ୍ଲିପକାର୍ଟର ବର୍ଷର ସବୁଠୁ ବଡ଼ ଫେଷ୍ଟିଭ ସେଲ Big Billion Days 2026 ଖୁବଶୀଘ୍ର ଆରମ୍ଭ ହେବାକୁ…

ସ୍କୁଲରେ ଛାତ୍ରୀଙ୍କୁ ଘାରିଛି ଭୂତଭୟ, ଜଣଙ୍କ ପରେ ଜଣେ ହଠାତ୍‌ ତଳେପଡ଼ି ଗପୁଛନ୍ତି ଏଣୁତେଣୁ, ଆଜି ମେଡିକାଲ ଟିମ୍‌ ପହଞ୍ଚି…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ାସ୍ଥିତ ଗଜେଶ୍ୱର ବିଦ୍ୟାପୀଠରେ ୭ଜଣ ଛାତ୍ରୀଙ୍କୁ ଭୂତ ଭୟ ଘାରିଛି ବୋଲି କୁହାଯାଉଛି। ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ…

ଆବୁଧାବି ନିବେଶକ ସମ୍ମିଳନୀରେ ରୁଚି

କଟକ,୧୧ା୯(କାର୍ତ୍ତିକ ସାହୁ): ୟୁନାଇଟେଡ୍‌ ଆରବ ଏମିରେଟ୍ସର ଆବୁଧାବି ଓ ଦୁବାଇ ଠାରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ…

କମାଲ୍‌ କଲେ କୁଲଦୀପ ଯାଦବ: ୧୦ ଉଇକେଟ୍‌ ନେଇ ରଚିଲେ ଇତିହାସ

ଲଣ୍ଡନ,୧୧।୯:ଇଂଲଣ୍ଡରେ କୁଲଦୀପ ଯାଦବ ପୁଣିଥରେ ନିଜର ସ୍ପିନ ବୋଲିଂର ଯାଦୁ ଦେଖାଇ ୟର୍କଶାୟରକୁ ଏସେକ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ଦେଇଛନ୍ତି। ଏହି ମ୍ୟାଚରେ କୁଲଦୀପ ଏସେକ୍ସର…

ଟେଷ୍ଟ କ୍ରିକେଟ୍‌ର ଇତିହାସ ବଦଳାଇଦେଲେ ଏହି କ୍ରିକେଟର୍‌: ସମସ୍ତଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୧।୯: ଜୋ ରୁଟ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଫିଲ୍ଡର ହୋଇପାରିଛନ୍ତି। ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ସେ ଏହି ସଫଳତା ହାସଲ…

ଜମ୍ବୁରୁ ତାମିଲନାଡୁକୁ ଗୋ’ ଚାଲାଣ, ସ୍ଥାନୀୟ ଦଲାଲଙ୍କ ସହଯୋଗରେ…

ମହାକାଳପଡ଼ା,୧୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ-ବାବର ରାସ୍ତା ନିକଟ ଭାଟେଣୀ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌(ନଂ. ଟିଏନ…

କନ୍ୟା ରାଶିରେ ବୁଧ-ଚନ୍ଦ୍ରଙ୍କ ଏଣ୍ଟ୍ରି: ଆର୍ଥିକ ସମସ୍ୟାରେ ବୁଡିରହିବେ ୩ ରାଶି, ପାଖରୁ ପଳାଇବ ସବୁ ଧନ!

ଭୁବନେଶ୍ୱର: ସେପ୍ଟେମ୍ବର ୧୧ ସନ୍ଧ୍ୟାରେ ଚନ୍ଦ୍ରମା ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିରେ ପୂର୍ବରୁ ଅବସ୍ଥାନ କରୁଥିବା ବୁଧ ଗ୍ରହଙ୍କ ସହ…

ଦୁଲୀପ ଟ୍ରଫିରେ ଇଶାନ କିଶନଙ୍କ ଦଳ ଇଷ୍ଟ ଜୋନ ମାଲାମାଲ: ହାରିକି ବି ସାଉଥ ଜୋନ୍‌ ଉପରେ ଟଙ୍କା ବର୍ଷା, ଜାଣନ୍ତୁ କାହାକୁ ମିଳିଲା କେତେ…

ନୂଆଦିଲ୍ଲୀ , ୧୧।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସ୍‌ରେ ବଡ଼ ଅଗ୍ରଣୀ ଯୋଗୁ ଇଷ୍ଟ ଜୋନ ଚାମ୍ପିଅନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri