ଶୋଇଥିବାବେଳେ ଘରେ ପଶିଲା ବନ୍ୟାଜଳ, ଗାଁରେ ଉତ୍ତେଜନା

ବଲାଙ୍ଗୀର, ୨୭ା୭(ବୀରେନ୍ଦ୍ର କୁମାର ଝାଙ୍କର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ଏହି ଗ୍ରାମରେ ୮୪ ଆଦିବାସୀ ପରିବାର ସମେତ ମୋଟ ୧୦୬ ପରିବାର ରହୁଛନ୍ତି। ତେବେ ଶନିବାର ରାତିରେ ଲୋକମାନେ ଶୋଇଥିବା ଅବସ୍ଥାରେ ୩ଟି ପରିବାରର ଘର ଭିତରକୁ ଡ୍ୟାମ୍‌ ପାଣି ପଶିଯିବାରୁ ଭୟର ବାତାବରଣ ଦେଖାଦେଇଥିଲା। ଜଳବିପନ୍ନ ପରିବାର ସମେତ ୧୦ଟି ପରିବାରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ୩ଟି ପରିବାରର କିଛି ସାମଗ୍ରୀ ପାଣିରେ ବୁଡ଼ି ଯାଇଥିଲା। ଫଳରେ କୁମିଆପାଲି ଗାଁରେ ରବିବାର ଉତ୍ତେଜନା ଦେଖାଦେଇଥିଲା। ଲୋକଙ୍କ ଘର ଭିତରକୁ ପାଣି ପଶିଯିବା ଖବର ପାଇବା ପରେ ଜିଲା ପ୍ରଶାସନ ଓ ଲୋୟର ସୁକ୍‌ତେଲ ଡ୍ୟାମ୍‌ କର୍ତ୍ତୃପକ୍ଷ ରବିବାର ସୁକ୍‌ତେଲ ଡ୍ୟାମ୍‌ର ୧୨ଟି ଗେଟ୍‌ ମଧ୍ୟରୁ ୪ଟି ଗେଟ୍‌ ଖୋଲି ଜଳ ଛାଡ଼ିଛନ୍ତି।
ସୂଚନା ମୁତାବକ, ଶନିବାର ରାତି ଏବଂ ରବିବାର ସକାଳୁ ନଦୀର ଉପରମୁଣ୍ଡ ପାଟଣାଗଡ଼ ଓ ଖପ୍ରାଖୋଲ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସୁକ୍‌ତେଲ ଜଳଭଣ୍ଡାର ଜଳସ୍ତର ଅସ୍ବାଭାବିକ ଭାବେ ବୃଦ୍ଧି ଘଟିଥିଲା। ଜଳସ୍ତର ୨୦୦ ମିଟରକୁ ଟପିଯିବା ପରେ ଶନିବାର ରାତିରେ କୁମିଆପାଲି ଗାଁରେ  ସୁଦନ ବରିହାଙ୍କ ଘର ଭିତରକୁ ଡ୍ୟାମ୍‌ ପାଣି ପଶିଯାଇଥିଲା। ପରିବାର ସଦସ୍ୟ ଆଉ ଶୋଇ ପାରି ନ ଥିଲେ। ତରବରିଆ ଭାବେ ଘର ଛାତ ଉପରକୁ ସେମାନଙ୍କ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ରଖିଥିଲେ। ବର୍ଷା ଯୋଗୁ ସେମାନଙ୍କ ଅନେକ ସମଗ୍ରୀ ଭିଜି ଯାଇଥିଲା। ସେହିପରି ତେତେଲପଡ଼ାର କୃଷ୍ଣ ବରିହାଙ୍କ ଘର ଭିତରକୁ ପାଣି ପଶିଯାଇଥିଲା। ଫଳରେ ସେଠାରୁ ମଧ୍ୟ ୪ଟି ପରିବାରକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ସକାଳେ ମାଳିପଡ଼ା ଏବଂ ତଳିପଡ଼ାର ୪ଟି ପରିବାରକୁ ମଧ୍ୟ ଉଦ୍ଧାର କରାଯାଇ ଗାଁ ମଣ୍ଡପ ନିକଟକୁ ଅଣାଯାଇଥିଲା। ଏଭଳି ଅସ୍ବାଭାବିକ ସ୍ଥିତି ଯୋଗୁ ରବିବାର ଗାଁରେ ଅନେକ ପରିବାର ରନ୍ଧାବଢ଼ା କରିପାରି ନ ଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ଆସନ୍ତା ସେପ୍ଟେମ୍ବରରେ ଲୋୟର ସୁକ୍‌ତେଲ ଡ୍ୟାମ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ପରେ ଡ୍ୟାମ୍‌ରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁରର ୧ ଲକ୍ଷ ଏକର ଚାଷଜମିକୁ ପାଣି ମାଡ଼ିବାର ଲକ୍ଷ୍ୟ ରଖାଯାଇଛି। ଏହି କାରଣରୁ ଜିଲା ପ୍ରଶାସନ ଚଳିତବର୍ଷ ଡ୍ୟାମ୍‌ରେ ପୂର୍ଣ୍ଣ କ୍ଷମତାରେ ପାଣି ସଂରକ୍ଷଣ ଯୋଜନା କରିଥିଲା। ଅନ୍ୟପଟେ କୁମିଆପାଲି ଗାଁର ୮୪ ଆଦିବାସୀ ପରିବାର ଏବଂ ଅନ୍ୟ ୨୨ଟି ପରିବାର କ୍ଷତିପୂରଣ ଓ ଥଇଥାନ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଗାଁ ଛାଡ଼ି ନାହାନ୍ତି। ପ୍ରଶାସନ ଗାଁରେ ସ୍ଥାନାନ୍ତର ନୋଟିସ୍‌ ଲଗାଇଥିଲେ ମଧ୍ୟ ଲୋକମାନେ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଳାଇଥିଲେ। ଫଳରେ ବୁଧବାର ବିଳମ୍ବିତ ରାତିରେ ସଦର ଥାନା ପୋଲିସ ଟିମ୍‌ କୁମିଆପାଲି ଗାଁରେ ପହଞ୍ଚି ୭ ଜଣ ଆଦିବାସୀ ନେତା ପ୍ରେମରାଜ ବରିହା, ରାମଚନ୍ଦ୍ର ବରିହା, କନ୍ଦର୍ପ ବରିହା, ଡୋଳାମଣି, ଡମ୍ବରୁଧର, ଚନ୍ଦ୍ରମଣି ଓ ସନ୍ଦର୍ପ ବରିହାଙ୍କୁ ଉଠାଇ ନେଇଥିଲା। ଗୁରୁବାର ବଲାଙ୍ଗୀର ସଦର ଥାନାରେ ସେହି ୭ ଜଣ ଆଦିବାସୀ ନେତାଙ୍କ ସହ ଜିଲା ପ୍ରଶାସନ ଆଲୋଚନା କରିଥିଲା। ସେମାନଙ୍କ ଘର, ଜମି ଓ ଅନ୍ୟ ସମ୍ପତ୍ତିର ପୁନଃ ସର୍ଭେ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଗାଁ ଛାଡ଼ିବାକୁ କହିଥିଲେ। ପ୍ରତିଶ୍ରୁତି ମିଳିବା ପରେ ଶୁକ୍ରବାରଠାରୁ ଗାଁରେ ଆଦିବାସୀଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ହେଲେ ପ୍ରଶାସନ ସର୍ଭେ ଆରମ୍ଭ କରିନାହିଁ। ପୂର୍ବରୁ କ୍ଷତିପୂରଣ ଏବଂ ଥଇଥାନ ପ୍ୟାକେଜ୍‌ ଗ୍ରହଣ କରିଥିବା କେତୋଟି ପରିବାରକୁ ଶନିବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିତ୍ଲା। ତେବେ ଶନିବାର ରାତିରେ ଗାଁର କେତେଜଣ ବ୍ୟକ୍ତିଙ୍କ ଘର ଭିତରକୁ ପାଣି ପଶିଯିବାରୁ ଗାଁ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶାସନର ଅବହେଳା ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଲୋୟର ସୁକ୍‌ତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇଙ୍କୁ ପଚରାଯିବାରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ଘଟିଥିଲା। ତେବେ ସ୍ଥିତି ଉପରେ ପ୍ରଶାସନର ନଜର ରହିଛି। ସୁକ୍‌ତେଲ ଡ୍ୟାମ୍‌ର ୪ଟି ଗେଟ୍‌ ଖୋଲାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଗେଟ୍‌ ଖୋଲାଯିବ। କୁମିଆପାଲି ଗାଁ ଲୋକଙ୍କ ସହ ପ୍ରଶାସନ ଯୋଗାଯୋଗରେ ରହିଛି। ପ୍ରଶାସନିକ ଟିମ୍‌ ମଧ୍ୟ ଗାଁରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କ ପାଇଁ ଖୁସି ଖବର; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଚେନ୍ନାଇ,୩୦।୧୦: ଶୁକ୍ରବାର (ଅକ୍ଟୋବର ୩୦, ୨୦୨୬) , ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର କୋହଳ…

IND vs NZ 4th T20: ଏହାକୁ ଲଜ୍ଜାଜନକ ପରାଜୟ କୁହାଯାଇପାରେ! ୭ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡରେ ହାରିଲା ଭାରତ

ନୂଆଦିଲ୍ଲୀ,୩୦।୧୦: ଏହା ଏକ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ ଥିଲା, ଯେଉଁଥିରେ ବିଶେଷକରି ବ୍ୟାଟରମାନେ ଦଳକୁ ନିରାଶ କରିଥିଲେ। ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଭାଜପା ମଣ୍ଡଳ କର୍ମକର୍ତ୍ତା: ଭୁଶୁଡ଼ିଛି ଅନେକ ଘରର କାନ୍ଥ,

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଆକଳନ ଓ ସ୍ଥିତି…

ବାରରୁ ହେଉଥିଲା ମଦ ଚାଲାଣ: ୯୩.୦୮ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

କୋରାପୁଟ,୩୦।୧୦(ଅମିତାଭ ବେହେରା): ମଦ ଚୋରା ଚାଲାଣ ବିରୋଧରେ କୋରାପୁଟ ଜିଲା ନାରାୟଣପାଟଣା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବନ୍ଧୁଗାଁ ଅଞ୍ଚଳର ଏକ ବାରରୁ ନାରାୟଣପାଟଣା…

ଭୂସ୍ଖଳନରେ ମା‘-ବାପାଙ୍କ ସହ ଚାଲିଗଲା ୭ ମାସ ଶିଶୁପୁତ୍ରର ଜୀବନ

ରାଇକିଆ, ୩୦।୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଘଟିଥିବା ଭୂସ୍ଖଳନରେ ନିଖୋଜ ଥିବା ଗୋଟିଏ ପରିବାରର ତିନିଜଣଙ୍କ…

ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ଭୁଲିଗଲେ ୧୫ ବର୍ଷର ବୈବାହିକ ସମ୍ପର୍କ

କୋରାପୁଟ, ୩୦।୧୦ (ଅମିତାଭ ବେହେରା): ସାମାନ୍ୟ ତରକାରୀକୁ ନେଇ ଘରୋଇ କଳହର କରୁଣ ପରିଣତି। ରାଗରେ ଅନ୍ଧ ହୋଇ ୧୫ ବର୍ଷର ବୈବାହିକ ସମ୍ପର୍କକୁ ଭୁଲିଗଲେ ସ୍ୱାମୀ।…

ବିପନ୍ନଙ୍କ ନିକଟରେ ପହଞ୍ଚିନି ପ୍ରଶାସନ, ଭୋକ ଉପାସରେ ଛଟପଟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ପୁରୁଷୋତ୍ତମପୁର,୩୦ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀରେ ଭୟଙ୍କର ବନ୍ୟାରେ କୂଳ ଲଂଘି ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ। ଭାଙ୍ଗିଛି…

୬, ୬, ୬, ୬, ୬, ୱିକେଟ… ନୀତୀଶ ରେଡ୍ଡୀଙ୍କ ବୋଲିଂରେ କ୍ରମାଗତ ପାଞ୍ଚଟି ଛକା, ଆଉ ଷଷ୍ଠ ବଲରେ ହେଲା ଏମିତି; ପ୍ରତିଶୋଧ ପୂରଣ ହେଲା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଶୁକ୍ରବାର (ଅକ୍ଟୋବର ୩୦) ଅକ୍ଲାଣ୍ଡରେ ଭାରତ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?