ଚିତ୍ରୋତ୍ପଳା, ପାଇକା, ଲୁଣାନଦୀରେ ବନ୍ୟା ପରିସ୍ଥିତି

ପାଟକୁରା,୧୭ା୮ (ଡି.ଏନ.ଏ.): ମହାନଦୀରେ ବନ୍ୟା ଯୋଗୁ ଜଳସ୍ତର ବୃଦ୍ଧି ପାଉଥିବାରୁ ଶାଖା ନଦୀ ଚିତ୍ରୋତ୍ପଳା, ପାଇକା, ଲୁଣା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଫଳରେ ନଦୀ କୁଳିଆ ଅଧିବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାର୍ଶ୍ୱ ଗରଦପୁର ବ୍ଲକର ଭଦାଳ ବୁଢ଼ୀ ଠାକୁରାଣୀ ପାଖ ଗ୍ରାମ ପାର୍ଶ୍ୱ ନଦୀବନ୍ଧରୁ ବାରମ୍ବାର ଅତଡ଼ା ଖସୁଥିବାରୁ ଏହା ଭଦାଳ ସମେତ ଗରଦପୁର ବ୍ଲକ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛି। ଭଦାଳ ଗ୍ରାମର ଜନସାଧାରଣ ଅତଡ଼ା ଖସିବା ରୋକିବାକୁ ବହ୍ଲାପୋତି ବାଲି ବସ୍ତା ପକାଉଛନ୍ତି। ଭଦାଳ ଗାଁର ଲୋକ ସମ୍ଭାବ୍ୟ ଘାଇ ହେବା ଭୟରେ ଆସବାବପତ୍ର ସହ ଗୋରୁ, ଛେଳି ମେଣ୍ଢା ସାଙ୍ଗରେ ଆଣି ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି। ନଦୀବନ୍ଧକୁ ଲାଗିଥିବା କେନାଲର କାମ ହେଉଥିବା ବେଳେ ସମ୍ପୃକ୍ତ ଠିକାଦାର ନଦୀ ବନ୍ଧର ଗ୍ରାମ ପାର୍ଶ୍ୱକୁ ବାଲିରେ ପୋତିବା ଯୋଗୁ ଏଭଳି ଅବସ୍ଥା ହୋଇଛି ବୋଲି ଅଭିଯୋଗ ହେଉଛି। ସେହିପରି କଳାବୁଦା କଣ୍ଟାଣିଆ ମଠ ପାଖରେ ମଧ୍ୟ ଘଳିଆ ପଡ଼ୁଛି। ମଙ୍ଗଳବାର ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ନଦୀ ବନ୍ଧର ବିଭିନ୍ନ ଦୁର୍ବଳ ସ୍ଥାନଗୁଡ଼ିକୁ ଦେଖିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ନାୟକ ବ୍ଲକ ପ୍ରଶାସନ ସହିତ ଆଲୋଚନା କରି ଯେପରି ବନ୍ୟା ଯୋଗୁ କୌଣସି ଜୀବନ ହାନି ନ ଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ବିଭିନ୍ନ ଦୁର୍ବଳ ସ୍ଥାନ ବୁଲି ଦେଖିଥିଲେ। ୨୦୦୬ରେ ଚିତ୍ରୋତ୍ପଳା ନଦୀ ବେଡ଼ାରୀ ପାଖରେ ୧୨ଶହ ଫୁଟ ଲମ୍ବର ଘାଇ ହୋଇଥିଲା। ସେହିପରି ୨୦୦୮ରେ ବେଡ଼ାରୀ ଗାଁର ପୂର୍ବପାର୍ଶ୍ୱ ମସ୍ତରାମ ମଠ ନିକଟରେ ଘାଇ ହୋଇଥିଲା। ୨୦୧୧ରେ ଚିତ୍ରୋପତ୍ଳା ନଦୀର ଦକ୍ଷିଣପାର୍ଶ୍ୱ ମଦନା ନିକଟରେ ଘାଇ ହୋଇଥିଲା। ଏସବୁ ଘାଇ ହେବା ଯୋଗୁ ଚିତ୍ରୋତ୍ପଳା ଓ ପାଇକା ଦ୍ୱୀପାଞ୍ଚଳରେ ଥିବା ଲୋକଙ୍କ ବ୍ୟାପକ ଧାନ ଚାଷ ହରାଇବା ସହ ଚାଳ ଘର ସବୁ ହରାଇ ଥିଲେ। ଏବେ ଲଗାଣବର୍ଷାରେ ଚାଷୀମାନଙ୍କ ଖରିଫ ଧାନ ଫସଲ ସବୁ ବୁଡ଼ି ଯାଇଥିବା ବେଳେ ସମ୍ଭାବ୍ୟ ବନ୍ୟା ସେମାନଙ୍କ ପାଇଁ ଆଉ ଏକ ବିପଦ ଟାଣି ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri