କାଣୀ ନଦୀବନ୍ଧରେ ଶହେ ଫୁଟର ଘାଇ

ଯାଜପୁର ଅଫିସ/ଦଶରଥପୁର/ଝୁମ୍ପୁରୀ,୧୭ା୮(ଡି.ଏନ.ଏ.): ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଏହାର ଶାଖା ନଦୀ କାଣୀରେ ୧ଶହ ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହୋଇଛି। ଏଥିରେ ଯାଜପୁର ଜିଲା ଦଶରଥପୁର ବ୍ଲକର ୧୦ ପଞ୍ଚାୟତର ୨୪ ଗ୍ରାମର ପ୍ରାୟ ୧୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବର୍ଷେ ନ ପୂରୁଣୁ ବୈତରଣୀ ନଦୀବନ୍ଧରେ ପୁଣି ଘାଇ ସୃଷ୍ଟି ହେବା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଛି। ପ୍ରଭାବିତ ଅଞ୍ଚଳକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ା ବନ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡ଼ିକୁ ମଙ୍ଗଳବାର ଓ ବୁଧବାର ଛୁଟି ଘୋଷଣା କରାଯାଇଛି। ଗୁରୁବାର ଜନ୍ମାଷ୍ଟମୀ ପାଇଁ ସ୍କୁଲ ବନ୍ଦ ରହିବ ା
ଜିଲାର ଦଶରଥପୁର ବ୍ଲକ କସପା, ମଲ୍ଲିକାପୁର, ଦୁଦୁରାଅଣ୍ଟା, ଦତ୍ତପୁର, ନିଜାମପୁର, କୟାଁ, କମାରଡିହ, ଖାନନଗର, ଥାଲକୁଡ଼ି, ସୁସୁଆ, ମଙ୍ଗଳପୁର ଆଦି ପଞ୍ଚାୟତର ବହୁ ଗ୍ରାମରେ ବନ୍ୟା ପାଣି ପଶିଛି। ବିଶେଷ ଭାବେ ଘାଇ ମୁହଁରେ ଥିବା କସପା ପଞ୍ଚାୟତର ପଞ୍ଚୁପଡ଼ା, ନୂଆଶାସନ, ବ୍ରହ୍ମଚାରୀପାଟଣା, କମାଳପୁର, ପଲ୍ଲାସାହି, ଦୁଦୁରାଅଣ୍ଟା ପଞ୍ଚାୟତର କୁଅଁରସାହି, ଆଖୁଆସାହି, ଅର୍ଦ୍ଦାଳୁଆ, ମଲ୍ଲିକାପୁର ପଞ୍ଚାୟତର ମଲ୍ଲିକାପୁର, ମହାନ୍ତିପାଟଣା, କୟଁା ପଞ୍ଚାୟତର ବଳରାମପୁର, ଇଚ୍ଛାପୁର, ଗୁଣ୍ଠୁଣିପଡ଼ା, ଧରମପୁର, ଗହୀରାପାଳ, ଦୁବକଣ, ଦରବା, କମାରଡିହ ପଞ୍ଚାୟତର ଶହେମାଡ଼, ଲକ୍ଷ୍ମୀପୁର, ଇଟାପଡ଼ା, କେଳାଙ୍ଗ ପ୍ରଭୃତି ଗ୍ରାମ ସମ୍ପୂର୍ଣ୍ଣରୂପେ ବନ୍ୟା ଘେରରେ ରହିଛି ା ସେହିପରି ଜୟନ୍ତରା ପଞ୍ଚାୟତର ମହାପାତ୍ର ସାହି ଓ କଟିକଟା ପଞ୍ଚାୟତର କାପୁଡ଼ିଆ ସାହି, ମାଝି ସାହି ସମ୍ପୂର୍ଣ୍ଣରୂପେ ବନ୍ୟାପାଣିରେ ବୁଡ଼ି ରହିଛି। ଏହି ଘାଇ ଫଳରେ ମଲ୍ଲିକାପୁର-ପଲ୍ଲାସାହି, ବୈଷପାନ-ଦତ୍ତପୁର, ଦତ୍ତପୁର-ମଙ୍ଗଳପୁର, କୟାଁ-ବଳରାମପୁର, କମାରଡିହ-ଇଟାପଡ଼ା, କମାରଡିହ-ଦରବା, ଦୁବକଣ-ଗରବନ୍ଧ ପ୍ରଭୃତି ମୁଖ୍ୟ ରାସ୍ତାରେ ବନ୍ୟା ଜଳ ଚାଲିଛି। ଏଥିସହ ୯୩୦.୭୫ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡ଼ିଯାଇଥିବାବେଳେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଛି। କେବଳ କସପା ପଞ୍ଚାୟତର ବନ୍ୟା ବିପନ୍ନଙ୍କ ପାଇଁ ଚୁଡ଼ା,ଗୁଡ଼ ଓ ପାଣି ପାଉଚ ଯୋଗାଇ ଦିଆଯାଇଛି ବୋଲି ଦଶରଥପୁର ତହସିଲ ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ଓ ମଙ୍ଗଳବାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପରିଦର୍ଶନ କରିଛନ୍ତି। ପରେ କସପା ପଞ୍ଚାୟତ ଅଫିସ୍‌ଠାରେ ଉଚ୍ଚପଦସ୍ଥ ଅଫିସରମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରି ବନ୍ୟା ବିପନ୍ନମାନଙ୍କୁ ତୁରନ୍ତ ସରକାରୀ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବନ୍ୟା ପ୍ରଭାବିତ କସପା ଓ ମଲ୍ଲିକାପୁର ପଞ୍ଚାୟତ ବୁଲିବା ସହ ଘାଇ ମୁହଁକୁ ଯାଇ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ା ୨୪ ଘଣ୍ଟା ମଧ୍ୟରେ ଉକ୍ତ ଘାଇକୁ ବନ୍ଦ କରିବା ନିମନ୍ତେ ପ୍ରୟାସ କରିବାକୁ ଜଳସମ୍ପଦ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା ମନ୍ତ୍ରୀ ଓ ବିଧାୟକଙ୍କ ଏହି ଗସ୍ତ ସମୟରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଧନେଶ୍ୱର ସାମଲ, ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡ଼ାଇ, ଜିଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ, ବିଧାୟିକାଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀ, ଜିଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ପ୍ରମୁଖ ସାମିଲ ଥିଲୋ ତେବେ ଏହି ଘାଇ ସୃଷ୍ଟି ହେବାର ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ୍‌ ପହଞ୍ଚି ପାରିନାହିଁ ବୋଲି ଅଭିଯୋଗ ହୋଇଛି ା
ବୈତରଣୀ ନଦୀର ଉପରମୁଣ୍ଡ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁ ଶନିବାର ୮ଟା ସମୟରେ ବୈତରଣୀ ନଦୀର ଆନନ୍ଦପୁରଠାରେ ଜଳପତ୍ତନ ବିପଦସଙ୍କେତ ୩୮.୩୬ ମିଟରକୁ ୩୬.୪୨ ମିଟର ଉଚ୍ଚରେ ରହିଥିଲା। ଆଖୁଆପଦାଠାରେ ଜଳପତ୍ତନ ବିପଦସଙ୍କେତ ୧୭.୮୩ ମିଟର ସ୍ଥଳେ ୧୮.୦୪ ମିଟରରେ ବନ୍ୟାଜଳ ପ୍ରଭାବିତ ହୋଇଥିଲା। ଏହାବାଦ୍‌ ଦଶରଥପୁରଠାରେ ଜଳପତ୍ତନ ବିପଦସଙ୍କେତ ୯.୫୨ ମିଟର ସ୍ଥଳେ ସେଠାରେ ଜଳପତ୍ତନ ୯.୪୦ ମିଟର ରହିଥିଲା। ଦୁର୍ବଳ ନଦୀବନ୍ଧ ଏବଂ ତାହାର ମରାମତି, ପୁନରୁଦ୍ଧାର ସହ ସୁଦୃଢୀକରଣ ଉପରେ ରାଜ୍ୟ ଜଳ ସମ୍ପଦ ବିଭାଗ ଗୁରୁତ୍ୱ ଦେଇ ଆସୁଛି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା ା ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଏହାର ପରିଚାଳନା କରିବାକୁ ପୂର୍ବରୁ କୁହାଯାଇଥିଲା। ଏହାପରେ ବି ସୋମବାରର ବନ୍ୟାଜଳ ସବୁ ବ୍ୟବସ୍ଥାକୁ ଭାଙ୍ଗି ଦେଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?