କାଣୀ ନଦୀବନ୍ଧରେ ଶହେ ଫୁଟର ଘାଇ

ଯାଜପୁର ଅଫିସ/ଦଶରଥପୁର/ଝୁମ୍ପୁରୀ,୧୭ା୮(ଡି.ଏନ.ଏ.): ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଏହାର ଶାଖା ନଦୀ କାଣୀରେ ୧ଶହ ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହୋଇଛି। ଏଥିରେ ଯାଜପୁର ଜିଲା ଦଶରଥପୁର ବ୍ଲକର ୧୦ ପଞ୍ଚାୟତର ୨୪ ଗ୍ରାମର ପ୍ରାୟ ୧୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବର୍ଷେ ନ ପୂରୁଣୁ ବୈତରଣୀ ନଦୀବନ୍ଧରେ ପୁଣି ଘାଇ ସୃଷ୍ଟି ହେବା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଛି। ପ୍ରଭାବିତ ଅଞ୍ଚଳକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ା ବନ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡ଼ିକୁ ମଙ୍ଗଳବାର ଓ ବୁଧବାର ଛୁଟି ଘୋଷଣା କରାଯାଇଛି। ଗୁରୁବାର ଜନ୍ମାଷ୍ଟମୀ ପାଇଁ ସ୍କୁଲ ବନ୍ଦ ରହିବ ା
ଜିଲାର ଦଶରଥପୁର ବ୍ଲକ କସପା, ମଲ୍ଲିକାପୁର, ଦୁଦୁରାଅଣ୍ଟା, ଦତ୍ତପୁର, ନିଜାମପୁର, କୟାଁ, କମାରଡିହ, ଖାନନଗର, ଥାଲକୁଡ଼ି, ସୁସୁଆ, ମଙ୍ଗଳପୁର ଆଦି ପଞ୍ଚାୟତର ବହୁ ଗ୍ରାମରେ ବନ୍ୟା ପାଣି ପଶିଛି। ବିଶେଷ ଭାବେ ଘାଇ ମୁହଁରେ ଥିବା କସପା ପଞ୍ଚାୟତର ପଞ୍ଚୁପଡ଼ା, ନୂଆଶାସନ, ବ୍ରହ୍ମଚାରୀପାଟଣା, କମାଳପୁର, ପଲ୍ଲାସାହି, ଦୁଦୁରାଅଣ୍ଟା ପଞ୍ଚାୟତର କୁଅଁରସାହି, ଆଖୁଆସାହି, ଅର୍ଦ୍ଦାଳୁଆ, ମଲ୍ଲିକାପୁର ପଞ୍ଚାୟତର ମଲ୍ଲିକାପୁର, ମହାନ୍ତିପାଟଣା, କୟଁା ପଞ୍ଚାୟତର ବଳରାମପୁର, ଇଚ୍ଛାପୁର, ଗୁଣ୍ଠୁଣିପଡ଼ା, ଧରମପୁର, ଗହୀରାପାଳ, ଦୁବକଣ, ଦରବା, କମାରଡିହ ପଞ୍ଚାୟତର ଶହେମାଡ଼, ଲକ୍ଷ୍ମୀପୁର, ଇଟାପଡ଼ା, କେଳାଙ୍ଗ ପ୍ରଭୃତି ଗ୍ରାମ ସମ୍ପୂର୍ଣ୍ଣରୂପେ ବନ୍ୟା ଘେରରେ ରହିଛି ା ସେହିପରି ଜୟନ୍ତରା ପଞ୍ଚାୟତର ମହାପାତ୍ର ସାହି ଓ କଟିକଟା ପଞ୍ଚାୟତର କାପୁଡ଼ିଆ ସାହି, ମାଝି ସାହି ସମ୍ପୂର୍ଣ୍ଣରୂପେ ବନ୍ୟାପାଣିରେ ବୁଡ଼ି ରହିଛି। ଏହି ଘାଇ ଫଳରେ ମଲ୍ଲିକାପୁର-ପଲ୍ଲାସାହି, ବୈଷପାନ-ଦତ୍ତପୁର, ଦତ୍ତପୁର-ମଙ୍ଗଳପୁର, କୟାଁ-ବଳରାମପୁର, କମାରଡିହ-ଇଟାପଡ଼ା, କମାରଡିହ-ଦରବା, ଦୁବକଣ-ଗରବନ୍ଧ ପ୍ରଭୃତି ମୁଖ୍ୟ ରାସ୍ତାରେ ବନ୍ୟା ଜଳ ଚାଲିଛି। ଏଥିସହ ୯୩୦.୭୫ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡ଼ିଯାଇଥିବାବେଳେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଛି। କେବଳ କସପା ପଞ୍ଚାୟତର ବନ୍ୟା ବିପନ୍ନଙ୍କ ପାଇଁ ଚୁଡ଼ା,ଗୁଡ଼ ଓ ପାଣି ପାଉଚ ଯୋଗାଇ ଦିଆଯାଇଛି ବୋଲି ଦଶରଥପୁର ତହସିଲ ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ଓ ମଙ୍ଗଳବାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପରିଦର୍ଶନ କରିଛନ୍ତି। ପରେ କସପା ପଞ୍ଚାୟତ ଅଫିସ୍‌ଠାରେ ଉଚ୍ଚପଦସ୍ଥ ଅଫିସରମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରି ବନ୍ୟା ବିପନ୍ନମାନଙ୍କୁ ତୁରନ୍ତ ସରକାରୀ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବନ୍ୟା ପ୍ରଭାବିତ କସପା ଓ ମଲ୍ଲିକାପୁର ପଞ୍ଚାୟତ ବୁଲିବା ସହ ଘାଇ ମୁହଁକୁ ଯାଇ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ା ୨୪ ଘଣ୍ଟା ମଧ୍ୟରେ ଉକ୍ତ ଘାଇକୁ ବନ୍ଦ କରିବା ନିମନ୍ତେ ପ୍ରୟାସ କରିବାକୁ ଜଳସମ୍ପଦ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା ମନ୍ତ୍ରୀ ଓ ବିଧାୟକଙ୍କ ଏହି ଗସ୍ତ ସମୟରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଧନେଶ୍ୱର ସାମଲ, ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡ଼ାଇ, ଜିଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ, ବିଧାୟିକାଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀ, ଜିଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ପ୍ରମୁଖ ସାମିଲ ଥିଲୋ ତେବେ ଏହି ଘାଇ ସୃଷ୍ଟି ହେବାର ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ୍‌ ପହଞ୍ଚି ପାରିନାହିଁ ବୋଲି ଅଭିଯୋଗ ହୋଇଛି ା
ବୈତରଣୀ ନଦୀର ଉପରମୁଣ୍ଡ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁ ଶନିବାର ୮ଟା ସମୟରେ ବୈତରଣୀ ନଦୀର ଆନନ୍ଦପୁରଠାରେ ଜଳପତ୍ତନ ବିପଦସଙ୍କେତ ୩୮.୩୬ ମିଟରକୁ ୩୬.୪୨ ମିଟର ଉଚ୍ଚରେ ରହିଥିଲା। ଆଖୁଆପଦାଠାରେ ଜଳପତ୍ତନ ବିପଦସଙ୍କେତ ୧୭.୮୩ ମିଟର ସ୍ଥଳେ ୧୮.୦୪ ମିଟରରେ ବନ୍ୟାଜଳ ପ୍ରଭାବିତ ହୋଇଥିଲା। ଏହାବାଦ୍‌ ଦଶରଥପୁରଠାରେ ଜଳପତ୍ତନ ବିପଦସଙ୍କେତ ୯.୫୨ ମିଟର ସ୍ଥଳେ ସେଠାରେ ଜଳପତ୍ତନ ୯.୪୦ ମିଟର ରହିଥିଲା। ଦୁର୍ବଳ ନଦୀବନ୍ଧ ଏବଂ ତାହାର ମରାମତି, ପୁନରୁଦ୍ଧାର ସହ ସୁଦୃଢୀକରଣ ଉପରେ ରାଜ୍ୟ ଜଳ ସମ୍ପଦ ବିଭାଗ ଗୁରୁତ୍ୱ ଦେଇ ଆସୁଛି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା ା ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଏହାର ପରିଚାଳନା କରିବାକୁ ପୂର୍ବରୁ କୁହାଯାଇଥିଲା। ଏହାପରେ ବି ସୋମବାରର ବନ୍ୟାଜଳ ସବୁ ବ୍ୟବସ୍ଥାକୁ ଭାଙ୍ଗି ଦେଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri