ଗଙ୍ଗାହାର ନଦୀରେ ବନ୍ୟା

କୁଆମରା, ୧୫।୯(ଡି.ଏନ.ଏ.)-କ୍ରମାଗତ ତିନି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ନଦୀର ବନ୍ୟାଜଳ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଲୋକଙ୍କ ଚିନ୍ତା ବଢିଯାଇଛି। ତେବେ ତିନି ଦିନରେ ମୋଟ ୧୧୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତୁହାକୁ ତୁହା ବର୍ଷା ଲାଗି ରହିବାରୁ ମଙ୍ଗଳବାର ସକାଳେ ଗଙ୍ଗାହାର ନଦୀରେ ବନ୍ୟାଜଳ ଦେଖାଦେଇଛି। ଫଳରେ ଖଡିକାପଦା କଲଭର୍ଟ ଉପରେ ୨ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବା ଯୋଗୁ କୁଆମରା-ବଡସାହି ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ନଦୀକୂଳରେ ଥିବା ଚାଷ ଜମିଗୁଡିକ ଜଳମଗ୍ନ ହୋଇଛି। ଅପରାହ୍ନ ସୁଦ୍ଧା ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଦୋମୁହାଣି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ନାଲୁହା ନଦୀରେ ମଧ୍ୟାହ୍ନ ସୁଦ୍ଧା ବନ୍ୟାଜଳ ଦୁଇ କୂଳ ଲଂଘୁଥୁବା ବେଳେ କୁଆମରା ପଞ୍ଚାୟତର କସିବଣୀ ଓ ପଶୁଦା ପଞ୍ଚାୟତ ଭୋଳପଦା ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହିପରି ସୋନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀ ଫୁଲୁଥିବା ଦେଖିବାକୁ ମିଳୁଛି। ନଦୀର ବନ୍ୟା ଜଳ ଚାଷ ଜମି ଉପରେ ମାଡିଯାଉଛି। ସେହିପରି ଦେଓ ନଦୀର ଜଳପତ୍ତନ ବୃଦ୍ଧି ଯୋଗୁ କଇଁସାରୀ ନିକଟସ୍ଥ ଜାମଘାଟ ପୋଲ ଉପରେ ୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଟଙ୍ଗଣା ନଦୀ କଲଭର୍ଟ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଉଦଳା, ଗୋପବନ୍ଧୁନଗର, ଜୟପୁର ତଥା ବରହମପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍: ନିଷ୍କାସିତ ହେଲା ବର୍ଷାଜଳ

ଲମତାପୁଟ, ୪।୭: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ହୋଇପାରୁନି ସରକାର-ଡାକ୍ତରଙ୍କ ସହ ବୁଝାମଣା: ୪ PHC ସମ୍ପୂର୍ଣ୍ଣ ଠପ୍‌, CHC ଭରସା ମାତ୍ର ଜଣେ ଡାକ୍ତର

ଜଗନ୍ନାଥ ପ୍ରସାଦ ,୪।୭(ବିଭୁ ପ୍ରସାଦ ପଟ୍ଟନାୟକ): ରାଜ୍ୟରେ ସରକାର ଏବଂ ଆନ୍ଦୋଳନରତ ଡାକ୍ତରମାନଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ…

ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ: ମୃତକଙ୍କ ପରିଚୟ ମିଳୁନି

ବାଲିଗୁଡା,୪।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ…

ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ):ଲଘୁଚାପଜନିତ ବର୍ଷା ଶୁକ୍ରବାରଠାରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଚାଷୀକୁଳ l ଯେହେତୁ ଗତ କିଛି ଦିନ ତଳେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ…

ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗ: ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

ଦାରିଙ୍ଗବାଡି, ୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ର କାରିପାଙ୍ଗା ସାହିର ଏକ ୱାଟର ସର୍ଭିସ ସେଣ୍ଟରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ।…

ପ୍ରଥମ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ: ଘରକୁ ପଶିଲା, ରାସ୍ତାରେ ବୋହିଲା

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ):ବିକଶିତ ବରଗଡ଼ର ନାରାବାଜି ଦିଆଯାଉଛି। ହେଲେ ଏଠାରେ ବିକାଶ ବାଟବଣା ହୋଇ ପଡ଼ିଛି। ପାଣି ନିଷ୍କାସନ ଅର୍ଥାତ୍‌ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri