କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି ଯାଇଥିବାରୁ ଅନେକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି l ବ୍ଲକର ପୌରକେଲା ପଂଚାୟତ ର କୁନ୍ଦେଇପାଲି, ତେରେକେଲା ଗ୍ରାମ ନିକଟକୁ ବନ୍ୟା ଜଳ ଆସିଥିବା ବେଳେ ଶହେରୁ ଅଧିକ ଏକର ଧାନ ଚାଷ ହୋଇଥିବା ଜମିରେ ପାଣି ଜମି ରହିଛି।
ସେହିପରି ସ.ମାଲପଡ଼ା ପଞ୍ଚାୟତର ସର୍ଗୁଲ, ମାଲପଡା, ପୁଟିଗାଁ ପ୍ରଭୁତି ଗାଁର ୫ଶହ ରୁ ଉର୍ଦ୍ଧ୍ୱ ଚାଷ ଜମିରେ ପ୍ରାୟ ୧୦ ଫୁଟ ପାଣି ରହିଥିବା ଗୁରୁବାର ଦେଖିବାକୁ ମିଳିଛି। ଅନ୍ୟ ପଟେ ପୌରକେଲା, ଖରଝୁରା, ବୁଢୀପଦାର, ତେରେସିଙ୍ଗା, ବିନ୍ଧାଣି,ରିଞ୍ଜ।, ଦେଓଗାଁ , ଏକାତରା ଚାଷ କ୍ଷତିଗସ୍ତ ହୋଇଛି l ଖବର ପାଇ ତହସିଲଦାର ଅରୁଣ ବର୍ଗେ ଓ ତାଙ୍କ ଟିମ ଅଞ୍ଚଳ ପରିଦର୍ଶନ କରିଛନ୍ତି l ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକା ସଦଳବଳେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ନଦୀକୁ ନ ଯିବା ପାଇଁ ସତର୍କ କରାଇଛନ୍ତି।
Dharitri – Odisha’s No.1 Odia Daily

