ଜଳସେଚନ ବଦଳରେ ଜଳବନ୍ଦୀ ଜୀବନ

କେନ୍ଦ୍ରାପଡ଼ା ଅଫିସ, ୨୫ା୮: ଓଡ଼ିଶାର ଦ୍ୱିତୀୟ ବୃହତମ ଜଳପଥ କେନ୍ଦ୍ରାପଡ଼ା ଜିଲାରେ ଅଛି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାରେ ଜଳପଥ ଉପକାରରେ ଲାଗିବା କଥା।  ତେବେ ଗତ ଲଘୁଚାପଜନିତ ଲଗାଣ ବର୍ଷା ଓ ନଦୀରେ ଆସିଥିବା ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଜିଲାର ୪୧ ପଞ୍ଚାୟତବାସୀ ଏହି ବର୍ଷା ଓ ବନ୍ୟା ଦ୍ୱାରା ଜଳବନ୍ଦୀ ହୋଇଛନ୍ତି । କ୍ଷେତରେ ୨ ସପ୍ତାହ ଧରି ଜମି ରହିଥିବା ବନ୍ୟାଜଳ ନିଷ୍କାସନ ହୋଇପାରିନାହିଁ । ଫଳରେ ଚଳିତ ବର୍ଷ ଜିଲାରେ ପୂର୍ବାପେକ୍ଷା ୪୦ ପ୍ରତିଶତ ଖରିଫ ଧାନ ଉପତ୍ାଦନ କମ ରହିବ ବୋଲି ଆଶଙ୍କା କରାଯାଉଛି । ଜଳ ନିଷ୍କାସନ ପ୍ରତି ଜିଲା ପ୍ରଶାସନର କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ । ଗତାନୁଗତିକ ଭାବେ ଅର୍ଥବ୍ୟୟ ହେଉଥିଲେ ମଧ୍ୟ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉ ନାହିଁ ।

ଚାଷୀ ଋଣ ଶୁଝିବା ଚିନ୍ତାରେ ଅଛନ୍ତି । ଏପରି କି କ୍ଷେତକୁ ଜଳସେଚନ ବଦଳରେ ଜଳବନ୍ଦୀ ଜୀବନ କାଟିବାକୁ ପଡୁଛି ବୋଲି ବନ୍ୟାବିପନ୍ନମାନେ କହିଛନ୍ତି । ଏ ସମ୍ପର୍କରେ ଓଳାଭରର ଶ୍ରୀକାନ୍ତ ଦାସ, ମାର୍ଶାଘାଇର ଉତ୍ତମ ସ୍ବାଇଁ, ଅଳପୁଆର ନରେନ୍ଦ୍ର ଧଳ, ଡେରାବିଶର ହଳଧର ଦାଶ ପ୍ରମୁଖ କହିଛନ୍ତି, କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ ଓ ଜଳ ବହୁଳେ ସୃଷ୍ଟି ନାଶ । ଏହି କଥାକୁ ୨ ଜିଲାର ଉପାନ୍ତ ଅଞ୍ଚଳବାସୀ ପ୍ରତ୍ୟକ୍ଷ ଅନୁଭବ କରୁଛନ୍ତି । ରାଜକନିକା, ଆଳି ଓ ରାଜନଗର ବ୍ଲକ ଅଞ୍ଚଳରେ କେନାଲ ନାହିଁ । ଏଥିପାଇଁ ଚାଷ ସମୟରେ ଅଧିକାଂଶ ଜମି ଶୁଖିଲା ରହୁଛି । ଉଠା ଜଳସେଚନ ପଏଣ୍ଟଗୁଡ଼ିକ ବିଭିନ୍ନ କାରଣରୁ ଅଚଳ ହୋଇପଡିଛି । ଏପରି ଜମିରେ ଖରିଫ ଚାଷ ପାଇଁ ସ୍ଥାନୀୟ ଜଳ ଉତ୍ସରୁ ମୋଟର ପମ୍ପ ଯୋଗେ ପାଣି ଉଠାଯାଉଛି । ଖର୍ଚ୍ଚ ଅଧିକ ହେଲେ ମଧ୍ୟ ଚାଷରୁ ଲାଭ ଆଶା ରଖି ଚାଷୀ ଋଣ କରୁଛି । ଚଳିତ ବର୍ଷ ଲଗାଣ ବର୍ଷା ଓ ଲୁଣା, କରାଣ୍ଡିଆ, ଚିତ୍ରୋପତ୍ଳା, ପାଇକା, ମହାନ୍ଦୀ, ବିରୂପା, ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟା ଆସି ଏହି ଅଞ୍ଚଳର କ୍ଷେତକୁ ୭ ଦିନରୁ ୧୫ ଦିନ ପର୍ଯ୍ୟନ୍ତ ବୁଡାଇ ରଖିଛିି । ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇ ନ ପାରିବାରୁ ଖରିଫ ଚାଷ ଓ ପନିପରିବା ନଷ୍ଟ ହେଉଛି ।
ଲୋକଙ୍କୁ ଜଳବନ୍ଦୀ ଜୀବନ କାଟିବାକୁ ପଡୁଥିବା ବେଳେ ଚାଷ କ୍ଷତିର ଭରଣା କରିବା ସମ୍ଭବ ହେଉନାହିଁ । ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକ ମଧ୍ୟରେ ଥିବା ଧୋୟା ଅଞ୍ଚଳରେ ଚଳିତ ବର୍ଷର ପାଣି ବିପତ୍ାତ ସବୁ ବର୍ଷର ରେକର୍ଡ ଭାଙ୍ଗିଛି । ପୂର୍ବରୁ ୧୫ ଦିନ ମଧ୍ୟରେ ଚାଷ ଜମିର ଜଳସ୍ତର କମି ଯାଉଥିବା ବେଳେ ଏଥର ଜଳ ନିଷ୍କାସନ ପାଇଁ ପ୍ରାୟ ୨୫ରୁ ୩୦ ଦିନ ଲାଗିବ । ଏହି ସମୟରେ ଧାନ ତଳି ପଚି ନଷ୍ଟ ହୋଇଥିବା ବେଳେ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସେହିପରି ମାର୍ଶାଘାଇର ଗହଗା ପାଟ, କେନ୍ଦ୍ରାପଡା ବ୍ଲକ୍‌ ଅଞ୍ଚଳର ବିଲିପାଟ ସମେତ ମହାକାଳପଡ଼ା, ଡେରାବିଶ, ଗରଦପୁର ବ୍ଲକ୍‌ ଅଧୀନ ବହୁ ପାଟ ଅଞ୍ଚଳରେ ଖରିଫ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।

ସମୟ ଗଡ଼ି ଯାଇଥିବାରୁ ପାଟ ଅଞ୍ଚଳରେ ଖରିଫ ଚାଷ ସମ୍ଭବ ହେଉନାହିଁ । ଜିଲାର ୪୦ ପ୍ରତିଶତ ଖରିଫ ଧାନ ଉପତ୍ାଦନ କମ ରହିବ । କ୍ଷତି ଭରଣା ପାଇଁ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି । ପୂର୍ବବର୍ଷମାନଙ୍କର ଅନୁଭବକୁ ନେଲେ କ୍ଷତିପୂରଣ ମିଳିବା ଆଶା କ୍ଷୀଣ । ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ବିଭାଗ ପକ୍ଷରୁ କରା ଯାଉ ନ ଥିବା ବେଳେ ବିଭିନ୍ନ ନଦୀ ଓ କେନାଲରେ ଦଳ ଭର୍ତ୍ତି ହୋଇ ନିଷ୍କାସନ ପଥକୁ ଅବରୋଧ କରୁଛି । ଏପରିକି କେତେକ ଦୁର୍ବୃତ୍ତ ଜଳ ନିଷ୍କାସନ ପଥ ଉପରେ ଘର ନିର୍ମାଣ କରୁଛନ୍ତି । ଏହାର ନିରାକରଣ ପରିବର୍ତ୍ତେ ବିଭାଗ ପକ୍ଷରୁ ନଦୀ ଓ କେନାଲର ଉନ୍ନତୀକରଣ ନାମରେ ଅର୍ଥବ୍ୟୟ କରାଯାଉଛି । ତୁରନ୍ତ କ୍ଷତି ଭରଣା ନ ହେଲେ ଯୁବବର୍ଗ ଓ ଉତ୍ସାହୀ ଚାଷୀ ଦାଦନ ଖଟିବାକୁ ଜିଲା ବାହାରକୁ ଯିବେ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଉମେଶ କୁମାର ସେଠୀ କହିଛନ୍ତି, ଜଳ ନିଷ୍କାସନ ସମସ୍ୟାକୁ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏନେଇ କାମ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଜଳ ନିଷ୍କାସନ ସମସ୍ୟାର ସମାଧାନ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ. ସେଠୀ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri