ଘୁଞ୍ଚିଲା ଆନ୍ଧ୍ର ନିର୍ବାଚନ: ପରିବର୍ତ୍ତନ ହେଲା ଭୋଟ୍-ଗଣନା ତାରିଖ, କୋଟିଆ ପଞ୍ଚାୟତରୁ ପ୍ରାର୍ଥୀ ହେଲେ ୨

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଜିଲ୍ଲା ପରିଷଦ (ZPTC) ଏବଂ ସମିତି ସଭ୍ୟ (MPTC) ନିର୍ବାଚନର ମତଦାନ ଓ ଗଣନା ତାରିଖରେ ପରିବର୍ତ୍ତନ କରାଯାଇଛି। ସେହିପରି ଅନ୍ୟପଟେ ଓଡ଼ିଶା ସୀମାନ୍ତ କୋଟିଆ ପଞ୍ଚାୟତର ଦୁଇଜଣ ବ୍ୟକ୍ତି ଉକ୍ତ ଆନ୍ଧ୍ର ନିର୍ବାଚନ ପାଇଁ ମନୋନୀତ ହୋଇ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଅଧିକାରୀ ଅନିଲ୍ ଚନ୍ଦ୍ର ପୁନେଥାଙ୍କ ଦ୍ୱାରା ଜାରି ନୋଟିଫିକେସନ୍ (ଚିଠି ନଂ: ୯୦୫/ଏସଇସି-ବି୧/୨୦୨୬) ଅନୁସାରେ, ପୂର୍ବରୁ ନଭେମ୍ବର ୩ ତାରିଖରେ ହେବାକୁ ଥିବା ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନକୁ ଘୁଞ୍ଚାଯାଇ ନଭେମ୍ବର ୫ ତାରିଖରେ କରାଯିବ। ସେହିପରି ପୂର୍ବ ନିର୍ଦ୍ଧାରିତ ଭୋଟ୍ ଗଣତି ତାରିଖକୁ ନଭେମ୍ବର ୫ ବଦଳରେ ୭ ତାରିଖକୁ ଘୁଞ୍ଚାଯାଇଛି।

ପୌର ନିର୍ବାଚନର ଭୋଟ୍ ଗଣନା ନଭେମ୍ବର ୩ ତାରିଖରେ ହେଉଥିବାରୁ, ସେହି ଦିନ ଗୋଟିଏ ସମୟରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରିବା ସମ୍ଭବ ନ ଥିଲା। ଏହି ପରିଚାଳନାଗତ ସମସ୍ୟାକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ଘୁଞ୍ଚାଯାଇଥିବା ନୋଟିଫିକେସନ୍‌ରୁ ସ୍ପଷ୍ଟ ହୋଇଛି।

ଆନ୍ଧ୍ର ନିର୍ବାଚନ ପାଇଁ ଗତ ଅକ୍ଟୋବର ୨୧ରୁ ୨୩ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଏଥିମଧ୍ୟରୁ ଓଡ଼ିଶାର କୋଟିଆ ପଞ୍ଚାୟତର ଦୁଇଜଣ ବ୍ୟକ୍ତି ମନୋନୀତ ହୋଇଛନ୍ତି:

  • ଚିରଞ୍ଜିବୀ ତଡାଙ୍ଗୀ (ଉପରସେମ୍ବି ଗ୍ରାମ): ତେଲୁଗୁ ଦେଶମ୍ ପାର୍ଟି (TDP) ପ୍ରାର୍ଥୀ ଭାବେ ‘ସାଇକେଲ’ ଚିହ୍ନ ପାଇଛନ୍ତି।

  • କାନ୍ ପୁରୀ ମାଝୀ (ନେରିଡିବାଲସା ଗ୍ରାମ): YSR କଂଗ୍ରେସ ପାର୍ଟି (YSRCP) ପ୍ରାର୍ଥୀ ଭାବେ ‘ପଙ୍ଖା’ ଚିହ୍ନ ପାଇଛନ୍ତି।

ଆନ୍ଧ୍ରର ଏହି ନିର୍ବାଚନୀ ଗତିବିଧିକୁ ନେଇ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ଚଳଚଞ୍ଚଳତା ପ୍ରକାଶ ପାଇଛି। କୋଟିଆ ପଞ୍ଚାୟତରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ପ୍ରତିଦିନ ସରକାରୀ ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳମାନଙ୍କର ନେତାମାନେ ଗସ୍ତ ଜାରି ରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେରାବିଶ ବ୍ଲକ୍‌ରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅର୍ଥ ହଡ଼ପ: ସିନିୟର ଆସିଷ୍ଟାଣ୍ଟଙ୍କ ନାଁରେ ଅଭିଯୋଗ, ତଦନ୍ତ ପାଇଁ…

ଡେରାବିଶ, ୨୮।୧୦(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ରେ ଏକ ବଡ଼ଧରଣର ସରକାରୀ ଅର୍ଥ ହେରଫେର ଓ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ବ୍ଲକ୍‌ରେ କାର୍ଯ୍ୟରତ ସିନିୟର…

ତପ୍ତପାଣି ଘାଟି ରାସ୍ତାରେ ପାହାଡ଼ି ଝରଣା ପାଣି: ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ, ଶହ ଶହ…

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ପାଳୁଖୋଳା ଗାଁ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ସକାଳୁ ପାହାଡ଼ି ଝରଣା ପାଣି…

୪ ଲେନ୍ ହେବ କନ୍ଦରପୁର-ପାରାଦ୍ବୀପ ରାଜ୍ୟ ରାଜପଥ, ସର୍ଭେ କାର୍ଯ୍ୟ ଆରମ୍ଭ

କଟକ ସଦର, ୨୮।୧୦(ସୁଶାନ୍ତ କୁମାର ଜେନା): ଜଗତସିଂହପୁର ପୂର୍ତ୍ତ ଡିଭିଜନ ଅନ୍ତର୍ଗତ କନ୍ଦରପୁର-ପାରାଦ୍ବୀପ ୧୨ ନମ୍ବର ରାଜ୍ୟ ରାଜପଥର ପ୍ରଶସ୍ତୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବର୍ଷା-ପବନ: ଧାନ ଗଛ ମାଟିରେ ଲୋଟିଲା, ଚାଷୀଙ୍କ ଚିନ୍ତା ବଢ଼ିଲା

ଛତ୍ରପୁର,୨୮।୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ବିଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ…

ଘୋଡ଼ାହାଡ଼ ନଦୀରେ ବନ୍ୟା: ପଳାଶପୁର ବ୍ରିଜ୍‌ ଉପରେ ୪ ଫୁଟ୍‌ର ପାଣି, ଆସିକା-ଦିଗପହଣ୍ଡି-ପାଟପୁର ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି ୨୮।୧୦, ଅଶେଷ ନାଥ ମିଶ୍ର: ଗଞ୍ଜାମ ଜିଲାର ଘୋଡ଼ାହାଡ଼ ନଦୀରେ ସୃଷ୍ଟି ହୋଇଛି ଗମ୍ଭୀର ବନ୍ୟା ପରିସ୍ଥିତି। ନଦୀର ଉପରମୁଣ୍ଡ ଗଜପତି ଜିଲାରେ ପ୍ରବଳ ବର୍ଷା…

ବାତ୍ୟା ‘ଅର୍ଣ୍ଣବ’: ଦାରିଙ୍ଗବାଡ଼ି ଗସ୍ତ କରି ସ୍ଥିତି ପରଖିଲେ ମନ୍ତ୍ରୀ, ସିଲ୍‌ କରାଯାଇଥିବା ଗାଜଲବାଡ଼ି ଘାଟିର…

ଦାରିଙ୍ଗବାଡ଼ି,୨୮।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲୋକଙ୍କ ସୁରକ୍ଷା ଦିଗର ତଦାରଖ କରିବା ପାଇଁ ଓଡ଼ିଶାର ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଜୟ ଅମୃତ କୁଲାଙ୍ଗେ, ୬ ବର୍ଷର ସମ୍ପର୍କକୁ ମନେ ପକାଇ…

ପୁରୁଷୋତ୍ତମପୁର,୨୮ା୧୦(ସବିତା ମିଶ୍ର): ଗଞ୍ଜାମ ମାଟି ସହ ପୁଣି ଯୋଡ଼ିହେଲା ପୁରୁଣା ସମ୍ପର୍କ। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇଏଏସ୍‌…

ଜେଜେ ମା’ଙ୍କ ଶବ ସତ୍କାର କରି ତୁଠରେ ଗାଧୋଉଥିବାବେଳେ ଚାଲିଗଲା ନାତିଙ୍କ ଜୀବନ, ଲୁହରେ ଭିଜିଲା ପୂରା ଗାଁ

ଜଗନ୍ନାଥପ୍ରସାଦ,୨୮ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜେଜେ ମା’ଙ୍କ ମୃତ୍ୟୁ ପରେ ଶବ ସତ୍କାର ସାରି ତୁଠରେ ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?