ଡେରାବିଶ ବ୍ଲକ୍‌ରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅର୍ଥ ହଡ଼ପ: ସିନିୟର ଆସିଷ୍ଟାଣ୍ଟଙ୍କ ନାଁରେ ଅଭିଯୋଗ, ତଦନ୍ତ ପାଇଁ…

ଡେରାବିଶ, ୨୮।୧୦(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ରେ ଏକ ବଡ଼ଧରଣର ସରକାରୀ ଅର୍ଥ ହେରଫେର ଓ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ବ୍ଲକ୍‌ରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ ଶଶିକାନ୍ତ ରଣା ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଜିଲା  ଟ୍ରେଜେରୀ ଅଧିକାରୀ ତଦନ୍ତ ସୁପାରିଶ କରିଛନ୍ତି।

ଜିଲା ଟ୍ରେଜେରୀ ଅଧିକାରୀ ସଚ୍ଚିକାନ୍ତ ବେହେରା କେନ୍ଦ୍ରାପଡ଼ାରେ ନୂଆ କରି ଦାୟିତ୍ୱ ଗ୍ରହଣ କରିବା ପରେ ପୂର୍ବରୁ ଥିବା ଏକ ଅନିୟମିତତା ରିପୋର୍ଟର ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ସମୟରେ ଡେରାବିଶ ବ୍ଲକ୍ ସିନିୟର ଆସିଷ୍ଟାଣ୍ଟ ଶଶିକାନ୍ତ ରଣା ନିଜ ପଦବୀର ଦୁରୁପଯୋଗ କରି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅର୍ଥ ଜାଲିଆତି କରି ଉଠାଇ ନେଇଥିବା ଜଣାପଡ଼ିଥିଲା।

ତଦନ୍ତ ସୂଚନା ଅନୁଯାୟୀ, ହଡ଼ପ ହୋଇଥିବା ମୋଟ ଅର୍ଥ ୩ ଜଣ ବ୍ୟକ୍ତିଙ୍କ ଜମାଖାତାକୁ ପଠାଯାଇଛି। ସିନିୟର ଆସିଷ୍ଟାଣ୍ଟ ଶଶିକାନ୍ତ ରଣା ନିଜ ଆକାଉଣ୍ଟକୁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର କରିଥିବା ବେଳେ ଅବସରପ୍ରାପ୍ତ ପିଇଓ ମନ୍ମଥ ମାହୁନ୍ତ ଓ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଅବଶିଷ୍ଟ ଟଙ୍କା ଯାଇଥିବା ଚିହ୍ନଟ ହୋଇଛି।

ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କଠାରୁ ତୁରନ୍ତ ଟଙ୍କା ଆଦାୟ କରିବା ପାଇଁ ଟ୍ରେଜେରୀ ଅଧିକାରୀ ଶ୍ରୀ ବେହେରା, ଡେରାବିଶ ବିଡ଼ିଓଙ୍କୁ ଚିଠି ଲେଖି ଜଣାଇବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଏହି ସମ୍ପର୍କରେ ଡେରାବିଶ ବିଡ଼ିଓ ନମିତା ବାରିକଙ୍କୁ ପଚାରିବାରୁ, ସେ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ଶୀଘ୍ର ରିପୋର୍ଟ ପ୍ରଦାନ କରିବା ପାଇଁ ବ୍ଲକ୍‌ର ଏକାଉଣ୍ଟସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅତି ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଜିଲାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ଭବାନୀପାଟଣା, ୨୮।୧୦(ଉତ୍ତମ କୁମାର ଦାଶ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ଏହି ପୂର୍ବାନୁମାନକୁ ଦୃଷ୍ଟିରେ…

ବୁଡ଼ିଲା ଜଳ ଯୋଗାଣ ଗୃହ: ୮୦୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ଆକୁଳ, ଚିନ୍ତାରେ ମୋହନାବାସୀ

ମୋହନା, ୨୮।୧୦(ମନ୍ମଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରକୋପରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ଗଜପତି ଜିଲା ମୋହନା ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ…

ଘୁଞ୍ଚିଲା ଆନ୍ଧ୍ର ନିର୍ବାଚନ: ପରିବର୍ତ୍ତନ ହେଲା ଭୋଟ୍-ଗଣନା ତାରିଖ, କୋଟିଆ ପଞ୍ଚାୟତରୁ ପ୍ରାର୍ଥୀ ହେଲେ ୨

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଜିଲ୍ଲା ପରିଷଦ (ZPTC) ଏବଂ ସମିତି ସଭ୍ୟ (MPTC)…

ତପ୍ତପାଣି ଘାଟି ରାସ୍ତାରେ ପାହାଡ଼ି ଝରଣା ପାଣି: ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ, ଶହ ଶହ…

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ପାଳୁଖୋଳା ଗାଁ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ସକାଳୁ ପାହାଡ଼ି ଝରଣା ପାଣି…

୪ ଲେନ୍ ହେବ କନ୍ଦରପୁର-ପାରାଦ୍ବୀପ ରାଜ୍ୟ ରାଜପଥ, ସର୍ଭେ କାର୍ଯ୍ୟ ଆରମ୍ଭ

କଟକ ସଦର, ୨୮।୧୦(ସୁଶାନ୍ତ କୁମାର ଜେନା): ଜଗତସିଂହପୁର ପୂର୍ତ୍ତ ଡିଭିଜନ ଅନ୍ତର୍ଗତ କନ୍ଦରପୁର-ପାରାଦ୍ବୀପ ୧୨ ନମ୍ବର ରାଜ୍ୟ ରାଜପଥର ପ୍ରଶସ୍ତୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବର୍ଷା-ପବନ: ଧାନ ଗଛ ମାଟିରେ ଲୋଟିଲା, ଚାଷୀଙ୍କ ଚିନ୍ତା ବଢ଼ିଲା

ଛତ୍ରପୁର,୨୮।୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ବିଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ…

ଘୋଡ଼ାହାଡ଼ ନଦୀରେ ବନ୍ୟା: ପଳାଶପୁର ବ୍ରିଜ୍‌ ଉପରେ ୪ ଫୁଟ୍‌ର ପାଣି, ଆସିକା-ଦିଗପହଣ୍ଡି-ପାଟପୁର ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି ୨୮।୧୦, ଅଶେଷ ନାଥ ମିଶ୍ର: ଗଞ୍ଜାମ ଜିଲାର ଘୋଡ଼ାହାଡ଼ ନଦୀରେ ସୃଷ୍ଟି ହୋଇଛି ଗମ୍ଭୀର ବନ୍ୟା ପରିସ୍ଥିତି। ନଦୀର ଉପରମୁଣ୍ଡ ଗଜପତି ଜିଲାରେ ପ୍ରବଳ ବର୍ଷା…

ବାତ୍ୟା ‘ଅର୍ଣ୍ଣବ’: ଦାରିଙ୍ଗବାଡ଼ି ଗସ୍ତ କରି ସ୍ଥିତି ପରଖିଲେ ମନ୍ତ୍ରୀ, ସିଲ୍‌ କରାଯାଇଥିବା ଗାଜଲବାଡ଼ି ଘାଟିର…

ଦାରିଙ୍ଗବାଡ଼ି,୨୮।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲୋକଙ୍କ ସୁରକ୍ଷା ଦିଗର ତଦାରଖ କରିବା ପାଇଁ ଓଡ଼ିଶାର ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?