୯ ପଞ୍ଚାୟତରେ ବନ୍ୟା ପରିସ୍ଥିତି, ହରିପୁର ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

କୁଜଙ୍ଗ,୪।୮(ମନୋଜ ପ୍ରଧାନ): ମହାନଦୀରେ ପ୍ରଥମ ବନ୍ୟାଜଳ ଆସିବା ଫଳରେ କୁଜଙ୍ଗ ବ୍ଲକର ୯ଟି ପଞ୍ଚାୟତରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଧୋଇଆ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଗୁରୁବାର କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତର ହରିପୁର ଗ୍ରାମକୁ ବନ୍ୟାଜଳ ପ୍ରବେଶ କରି ନ ଥିଲେ ମଧ୍ୟ ଗ୍ରାମ୍ୟ ରାସ୍ତା ଧୋଇ ହୋଇ ଯାଇଛି। ଫଳରେ ଗ୍ରାମଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାତିରେ ଜିଲାପାଳ ପାରୁଲ ପଟାୱରି, ଉପଜିଲାପାଳ ପ୍ରଦୀପ ସାହୁ ଓ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ହରିପୁରରେ ପହଞ୍ଚତ୍ ବନ୍ୟା ପରିସ୍ଥିତି ବୁଲି ଦେଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସକାଳେ ବନ୍ୟାଜଳ ନଦୀ ଅତଡ଼ା ଖାଉଥିବା ବେଳେ ସନ୍ଧ୍ୟା ବେଳକୁ ପ୍ରାୟ ୪ଫୁଟ ବନ୍ୟାଜଳ ବଢ଼ି କୂଳ ଲଂଘିବା ଆରମ୍ଭ କରିଛି। ଏବେ ପରିବା ଦର ଆକାଶ ଛୁଆଁ ହୋଇଥିବାବେଳେ ବନ୍ୟା ଯଦି ଉଗ୍ର ରୂପ ଧାରଣ କରେ ଧୋଇଆ ଅଞ୍ଚଳର ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯିବ। ଏନେଇ ଚାଷୀ ଓ ଖାଉଟି ଆତଙ୍କିତ ହୋଇଯାଇଛନ୍ତି।
ଏହି ବ୍ଲକର ଜିଲାନାସି, ବଡ଼ବାଲିକଣି, ହଂସୁରା, କାଠକୋଟ ପଞ୍ଚାୟତ ସମ୍ପୂର୍ଣ୍ଣ ବନ୍ୟାଞ୍ଚଳ ହୋଇଥିବାବେଳେ, ସାଇଲୋ ପଞ୍ଚାୟତର ହରିପୁର ଗ୍ରାମ, ମହ୍ଲାସାହି ପଞ୍ଚାୟତର ମଧୁପୁର ଗ୍ରାମ, କୁଜଙ୍ଗ ପଞ୍ଚାୟତର ଭଣ୍ଡୁଆ ଓ ଭୂତମୁଣ୍ଡାଇ ପଞ୍ଚାୟତର ଫୁଲବେଲାରି ଗ୍ରାମ ବନ୍ୟାଞ୍ଚଳ ରୂପେ ପରିଗଣିତ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ହୋଇ ଉଠିଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କୁଜଙ୍ଗ ବ୍ଲକରେ ଗଚ୍ଛିତ ଥିବା ୩ଟି ବୋଟ ମଧ୍ୟରୁ ବ୍ଲକ ପ୍ରଶାସନ ହରିପୁର ଗାଁକୁ ୧ଟି ପଠାଇ ସାରିଛି। ବ୍ଲକର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନଙ୍କୁ ରାତିସାରା ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଉପରେ ନିଘା ରଖିବାପାଇଁ ବ୍ଲକ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଚାରଣ ଭୂଇଁରେ ପାଣି ମାଡ଼ିଯିବାରୁ ଗୋଖାଦ୍ୟ ପାଇଁ ବ୍ଲକ ପ୍ରଶାସନ ଜିଲା ପ୍ରଶାସନ ନିକଟକୁ ପ୍ରସ୍ତାବ (ଇଣ୍ଡେଟ) ପଠାଇଛି। ଶୁକ୍ରବାର ସକାଳୁ ପ୍ରଥମେ ସବୁଜଘାସ ଯୋଗାଇଦେବାପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ରାତିରେ ବନ୍ୟାପ୍ରଭାବିତ ଅଞ୍ଚଳର ଲୋକେ ଅନ୍ଧାରର ସମ୍ମୁଖୀନ ନ ହେବା ପାଇଁ ଆସ୍କା ଲାଇଟର ବ୍ୟବସ୍ଥା କରାଯାଇଛି। କୁଜଙ୍ଗ ବ୍ଲକରେ ୧୩ ଆସ୍କା ଲାଇଟ ମହଜୁଦ ଥିବାବେଳେ, ବାଲିକୁଦା ବ୍ଲକରୁ ୬ଟି ଓ ନାଉଗାଁ ବ୍ଲକରୁ ୧ଟି ଆସ୍କା ଲାଇଟ ଅଣାଯାଇ ମୋଟ ୨୦ଟି ଆସ୍କା ଲାଇଟ୍‌ ପ୍ରସ୍ତୁତ ରଖାଯାଇଛି। ପ୍ରାଥମିକ ଅବସ୍ଥାରେ ୩୦ କୁଇଣ୍ଟାଲ ଚୁଡ଼ା ଓ ୧୦ କୁଇଣ୍ଟାଲ ଗୁଡ଼ ଯୋଗାଇ ଦେବାପାଇଁ ବ୍ଲକ ପ୍ରଶାସନ ତରଫରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି ବିଡିଓ ସୋମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି। ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ସମ୍ଭାବ୍ୟ ବନ୍ୟା ସମ୍ପର୍କରେ କହିଛନ୍ତି, ଜନସାଧାରଣଙ୍କୁ ସତର୍କ ରହିବାପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?