୯ ପଞ୍ଚାୟତରେ ବନ୍ୟା ପରିସ୍ଥିତି, ହରିପୁର ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

କୁଜଙ୍ଗ,୪।୮(ମନୋଜ ପ୍ରଧାନ): ମହାନଦୀରେ ପ୍ରଥମ ବନ୍ୟାଜଳ ଆସିବା ଫଳରେ କୁଜଙ୍ଗ ବ୍ଲକର ୯ଟି ପଞ୍ଚାୟତରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଧୋଇଆ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଗୁରୁବାର କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତର ହରିପୁର ଗ୍ରାମକୁ ବନ୍ୟାଜଳ ପ୍ରବେଶ କରି ନ ଥିଲେ ମଧ୍ୟ ଗ୍ରାମ୍ୟ ରାସ୍ତା ଧୋଇ ହୋଇ ଯାଇଛି। ଫଳରେ ଗ୍ରାମଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାତିରେ ଜିଲାପାଳ ପାରୁଲ ପଟାୱରି, ଉପଜିଲାପାଳ ପ୍ରଦୀପ ସାହୁ ଓ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ହରିପୁରରେ ପହଞ୍ଚତ୍ ବନ୍ୟା ପରିସ୍ଥିତି ବୁଲି ଦେଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସକାଳେ ବନ୍ୟାଜଳ ନଦୀ ଅତଡ଼ା ଖାଉଥିବା ବେଳେ ସନ୍ଧ୍ୟା ବେଳକୁ ପ୍ରାୟ ୪ଫୁଟ ବନ୍ୟାଜଳ ବଢ଼ି କୂଳ ଲଂଘିବା ଆରମ୍ଭ କରିଛି। ଏବେ ପରିବା ଦର ଆକାଶ ଛୁଆଁ ହୋଇଥିବାବେଳେ ବନ୍ୟା ଯଦି ଉଗ୍ର ରୂପ ଧାରଣ କରେ ଧୋଇଆ ଅଞ୍ଚଳର ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯିବ। ଏନେଇ ଚାଷୀ ଓ ଖାଉଟି ଆତଙ୍କିତ ହୋଇଯାଇଛନ୍ତି।
ଏହି ବ୍ଲକର ଜିଲାନାସି, ବଡ଼ବାଲିକଣି, ହଂସୁରା, କାଠକୋଟ ପଞ୍ଚାୟତ ସମ୍ପୂର୍ଣ୍ଣ ବନ୍ୟାଞ୍ଚଳ ହୋଇଥିବାବେଳେ, ସାଇଲୋ ପଞ୍ଚାୟତର ହରିପୁର ଗ୍ରାମ, ମହ୍ଲାସାହି ପଞ୍ଚାୟତର ମଧୁପୁର ଗ୍ରାମ, କୁଜଙ୍ଗ ପଞ୍ଚାୟତର ଭଣ୍ଡୁଆ ଓ ଭୂତମୁଣ୍ଡାଇ ପଞ୍ଚାୟତର ଫୁଲବେଲାରି ଗ୍ରାମ ବନ୍ୟାଞ୍ଚଳ ରୂପେ ପରିଗଣିତ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ହୋଇ ଉଠିଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କୁଜଙ୍ଗ ବ୍ଲକରେ ଗଚ୍ଛିତ ଥିବା ୩ଟି ବୋଟ ମଧ୍ୟରୁ ବ୍ଲକ ପ୍ରଶାସନ ହରିପୁର ଗାଁକୁ ୧ଟି ପଠାଇ ସାରିଛି। ବ୍ଲକର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନଙ୍କୁ ରାତିସାରା ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଉପରେ ନିଘା ରଖିବାପାଇଁ ବ୍ଲକ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଚାରଣ ଭୂଇଁରେ ପାଣି ମାଡ଼ିଯିବାରୁ ଗୋଖାଦ୍ୟ ପାଇଁ ବ୍ଲକ ପ୍ରଶାସନ ଜିଲା ପ୍ରଶାସନ ନିକଟକୁ ପ୍ରସ୍ତାବ (ଇଣ୍ଡେଟ) ପଠାଇଛି। ଶୁକ୍ରବାର ସକାଳୁ ପ୍ରଥମେ ସବୁଜଘାସ ଯୋଗାଇଦେବାପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ରାତିରେ ବନ୍ୟାପ୍ରଭାବିତ ଅଞ୍ଚଳର ଲୋକେ ଅନ୍ଧାରର ସମ୍ମୁଖୀନ ନ ହେବା ପାଇଁ ଆସ୍କା ଲାଇଟର ବ୍ୟବସ୍ଥା କରାଯାଇଛି। କୁଜଙ୍ଗ ବ୍ଲକରେ ୧୩ ଆସ୍କା ଲାଇଟ ମହଜୁଦ ଥିବାବେଳେ, ବାଲିକୁଦା ବ୍ଲକରୁ ୬ଟି ଓ ନାଉଗାଁ ବ୍ଲକରୁ ୧ଟି ଆସ୍କା ଲାଇଟ ଅଣାଯାଇ ମୋଟ ୨୦ଟି ଆସ୍କା ଲାଇଟ୍‌ ପ୍ରସ୍ତୁତ ରଖାଯାଇଛି। ପ୍ରାଥମିକ ଅବସ୍ଥାରେ ୩୦ କୁଇଣ୍ଟାଲ ଚୁଡ଼ା ଓ ୧୦ କୁଇଣ୍ଟାଲ ଗୁଡ଼ ଯୋଗାଇ ଦେବାପାଇଁ ବ୍ଲକ ପ୍ରଶାସନ ତରଫରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି ବିଡିଓ ସୋମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି। ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ସମ୍ଭାବ୍ୟ ବନ୍ୟା ସମ୍ପର୍କରେ କହିଛନ୍ତି, ଜନସାଧାରଣଙ୍କୁ ସତର୍କ ରହିବାପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ଆରମ୍ଭରୁ ବିଭ୍ରାଟ

ଖଇରା,୧୫।୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଓ ଔପଦା ୨ ବ୍ଲକକୁ ସଂଯୋଗ କରୁଥିବା ଖଇରା-ଭଞ୍ଜପଦା ଗ୍ରାମ୍ୟ ଉନ୍ନୟନ ରାସ୍ତା କାମ ଆରମ୍ଭ ହୋଇଛି  ।...

ଘର ଘର ବୁଲି ପ୍ରଚାର କରୁଛନ୍ତି ନିରଞ୍ଜନ

ବନ୍ତ,୧୫।୫(ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଘର ଘର ବୁଲି ପ୍ରଚାର ଜୋରଦାର କରିଛନ୍ତି।...

୧୦୫ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ତିହିଡ଼ି,୧୫।୫ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୦୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ବିଭିନ୍ନ କାରଣ ନେଇ...

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ

ବିଷମ କଟକ,୧୫।୫(ବିଭୂତି ଭୂଷଣ ନାୟକ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯...

ଭାଜପା ପ୍ରାର୍ଥୀଙ୍କଠାରୁ ୫ ଲକ୍ଷ ଦାବିକଲେ ୨ ଯୁବକ

ଖୋର୍ଦ୍ଧା,୧୫ା୫(ପ୍ରଭାତ ପାଣିଗ୍ରାହୀ):ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ଭାଜପା ପ୍ରାର୍ଥୀଙ୍କ ବାଇକ୍‌ ଶୋଭାଯାତ୍ରା ଚାଲିଥିବା ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ରଜରାଜପୁର...

୧୫ ଲକ୍ଷ ଭଳି ମହିଳାଙ୍କ ନିକଟକୁ ୫୦ ହଜାର ଟଙ୍କାର ଭାଉଚର ଆସିବ

ଅନୁଗୋଳ,୧୫।୫(ଅମିତ କୁମାର ସାମଲ):ଅନୁଗୋଳ ଗସ୍ତରେ ଆସିଥିବା ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଶୈଳଶ୍ରୀକ୍ଷେତ୍ରରେ ଜଗନ୍ନାଥ ଓ ଏହାପରେ ମା’...

ସ୍ତ୍ରୀଙ୍କୁ ହତ୍ୟା କରି ବସ୍ତାରେ ପୁରାଇ ରଖିଥିଲେ ସ୍ବାମୀ, ଝିଅ ଖୋଜିବା ପରେ…

କେନ୍ଦୁଝର,୧୪ା୫(ନରେଶ ଚନ୍ଦ୍ର ପଟ୍ଟନାୟକ)- କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ଷଡ଼ଙ୍ଗୀ ଗ୍ରାମରେ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ବସ୍ତାରେ ପୂରାଇ ଘରେ ଲୁଚାଇ ରଖିବା ଘଟଣା...

ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାଶ ଜେଲ ଗଲେ, ପାଲଟା ଅଭିଯୋଗ ଆଣିଲେ ସ୍ତ୍ରୀ

ବ୍ରହ୍ମପୁର,୧୪ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଓରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri