ମହାନଦୀରେ ବନ୍ୟା: ବହୁ ଗ୍ରାମ ଜଳବନ୍ଦୀ

ବାଙ୍କୀ/ଆଠଗଡ଼/ବଡ଼ମ୍ବା/ତିଗିରିଆ, ୧୭ା୮(ସ୍ବ.ପ୍ର./ଡି.ଏନ୍‌.ଏ): ମହାନଦୀରେ ବନ୍ୟା ଯୋଗୁ କଟକ ଜିଲାର ବିଭିନ୍ନ ଗ୍ରାମ ଜଳାର୍ଣ୍ଣବ ହୋଇଯାଇଛି। ବହୁ ଗ୍ରାମରେ ଯାତାୟାତ ଠପ୍‌ ହୋଇଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମରେ ସହାୟତା ଯୋଗାଇ ଦିଆଯାଉଛି। ବାଙ୍କୀ-କଟକ ମୁଖ୍ୟ ରାସ୍ତାର କଇଁମୁଣ୍ଡି ଠାରୁ ପାଥପୁର ପର୍ଯ୍ୟନ୍ତ ପ୍ରାୟ ୨କି.ମି. ବନ୍ୟାଜଳ ୩ ଫୁଟ ଉଚ୍ଚତାରେ ପ୍ରବାହିତ ହେଉଛି। ସେହିପରି ବାଙ୍କୀ-କଳାପଥର ଭାୟା ଚନ୍ଦ୍ରପା ସେତୁ ଉପରେ ୭ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି। ପଶ୍ଚିମ ବାଙ୍କୀ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବାଙ୍କୀ-ଖୋର୍ଦ୍ଧା ରାସ୍ତାର ତୁଳସୀପୁର ଗଙ୍ଗା ପୋଲଠାରେ ବନ୍ୟାଜଳ ପ୍ରବାହତ ହେଉଛି। ସରଣ୍ଡା ଅଞ୍ଚଳର ହୁଳାହୁଳା ସେତୁ ଉପରେ ପ୍ରବଳ ପାଣି ଚାଲୁଥିବାରୁ ଯାତାୟତ ବନ୍ଦ ହୋଇଯାଇଛି। ବାଙ୍କୀ ଉପଖଣ୍ଡର ଅଧିକାଂଶ ଚାଷଜମିରେ ବନ୍ୟାଜଳ ମାଡିଯିବା ଫଳରେ ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିପନ୍ନମାନଙ୍କୁ ବାଙ୍କୀ ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ଭିତିରେ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନା ପ୍ରକାଶ କରିଛନ୍ତି । ବାଙ୍କୀ ବ୍ଲକର ୯ ପଞ୍ଚାୟତର ୨୯ ଗ୍ରାମର ୩୦ ହଜାର ୮୪୧ଲୋକ ଜଳବନ୍ଦୀ ହୋଇଯାଇଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଇଛି । ଡମପଡ଼ା ବ୍ଲକର ୧୭ ପଞ୍ଚାୟତର ୩୪ ଗ୍ରାମର ୧୯ହଜାର ୭୦୦ଲୋକ ଜଳବନ୍ଦୀ ହୋଇଛନ୍ତି। ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବାଙ୍କୀ ମୁଖ୍ୟ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତ ରାୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ବାଙ୍କୀରେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏନଡିଆରଏଫ୍‌ର ଗୋଟିଏ ଟିମ ସହ ୪ବୋଟ, ଓଡ୍ରାପ୍ଟ ୨ଟିମ ସହ ୨ବୋଟ., ଅଗ୍ନିଶମ ବିଭାଗର ୨ଟି ବୋଟ, ଏସଆରସି ୪ ବୋଟ, ଦେଶୀ ଡଙ୍ଗା ୬ଟି ବିଭିନ୍ନ ଜାଗାରେ ମହଜୁଦ ରଖାଯାଇଛି । ବାଙ୍କୀରେ ବିପଦ ସଙ୍କେତ ଉପରେ ଜଳସ୍ତର ରହିଛି। ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଡଙ୍ଗାରେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ , ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜିଲାପରିଷଦ ସଭ୍ୟ ଆଶିଷ କୁମାର ସାହୁ, ବାଙ୍କୀ -କଟକ ରାସ୍ତାର କଇଁମୁଣ୍ଡି ଠାରେ ପହଞ୍ଚତ୍ ବନ୍ୟାଜଳ ସମ୍ପର୍କରେ ଅନୁଧ୍ୟାନ କରି ଫେରିଯାଇଛନ୍ତି ।
ଆଠଗଡ଼ର ବ୍ଲକର ୧୬ ପଞ୍ଚାୟତର ୫୦ଗ୍ରାମ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। କଟକିଆ ସାହି, ମଞ୍ଚେଶ୍ୱର, ଧୁରୁଷିଆ, ଅନନ୍ତପୁର,ଛଅ ଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମ ଜଳବନ୍ଦୀ ହୋଇଯାଇଛି। ଏହି ସମସ୍ତ ଗ୍ରାମର ୪,୮୩୮ ଜଣଙ୍କୁ ପ୍ରଶାସନ ପକ୍ଷରୁ ୮ ଆଶ୍ରୟସ୍ଥଳୀକୁ ବିସ୍ଥାପିତ କରାଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପୀଡିତଙ୍କୁ ଭେଟିଛନ୍ତି। ଏହାଛଡା ରାଜନଗର, ବେଣ୍ଟପଦା,ମେଘା, କଟକିଆସାହି, ମହାକାଳବସ୍ତ ,ଧୁରୁଷିଆ, ଅନନ୍ତପୁର,ମଞ୍ଚେଶ୍ୱର, କନ୍ଦରପୁର, କୁଲାଇଲୋ, ତରଡିଙ୍ଗ,
ଯୋରନ୍ଦା, ଡାଳଭାଗ, କଣ୍ଡରେଇ, ଖୁଣ୍ଟୁଣୀ, ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଷ ଜମି ପାଣିରେ ବୁଡି ରହିଛି। ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ସାପୁଆ, କଣ୍ଟିଆ, ଫିଙ୍ଗା ଆଦି ଛୋଟ ନଦୀଗୁଡ଼ିକରୁ ଜଳ ନିଷ୍କାସନ ହୋଇ ପାରୁ ନାହିଁ, ଫଳରେ ପରିବା ଚାଷ ପାଣି ବୁଡି ନଷ୍ଟ ହୋଇଯାଇଛି। ଆଠଗଡ ଦେଇ ଯାଇଥିବା କଟକ-ସମ୍ବଲପୁର ରାସ୍ତାର ମାଧପୁରସ୍ଥିତ ଢାଉରଙ୍ଗ ପୋଲନିକଟରେ କଣ୍ଟିଆ ନଦୀର ପାଣି ରାସ୍ତା ଉଫରେ ୫ଫୁଟ ଉପରେ ଚାଲିଛି। ଘଣ୍ଟିଖାଲ ଗଡା ରେ ମହାନଦୀର ପଛୁଆ ଜଳ ରାସ୍ତା ଉପରେ ଚାଲିବା ଫଳରେ ଏ ରାସ୍ତା ଦେଇ ଗମନାଗମନ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ତରଫରୁ ବନ୍ୟା ଘେରରେ ଥିବା ଲୋକଙ୍କୁ ରନ୍ଧାଖାଦ୍ୟ,ପାନୀୟ ଜଳ, ମହମବତୀ ଆଦି ଯୋଗାଇ ଦିଆଯାଇଛି। ମନ୍ତ୍ରୀ ସ୍ବାଇଁ ଆଠଗଡ଼ ବ୍ଲକ ସଭାଗୃହରେ ଏହାର ସମୀକ୍ଷା କରିଛନ୍ତି।
ବଡମ୍ବାର ଗୋପୀନାଥପୁର ଗ୍ରାମ ନିକଟସ୍ଥ ମହାନଦୀ ମଧ୍ୟ ଭାଗରେ ଥିବା ପ୍ରଭୁ ସିଂହନାଥ ଦେବଙ୍କ ମନ୍ଦିରକୁ ମହାନଦୀ ବନ୍ୟା ଜଳ ପ୍ରବେଶ କରିଛି. ଫଳରେ ସିଂଘନାଥଙ୍କ ବିଗ୍ରହକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପୂଜାର୍ଚ୍ଚନା କରା ଯାଉଛି। ମହାନଦୀ ର ଜଳସ୍ତର ବୃଦ୍ଧି ପାଉ ଥିବାରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ନ ଯିବା ପାଇଁ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
ତିଗିରିଆ ବ୍ଲକର ବଡ଼ନାଉପୁଟ, ହାଟମାଳ ଏବଂ ଗଦାଧରପୁର ସହ ପୁରୁଣାତିଗିରିଆ ପଞ୍ଚାୟତର ଚଷାଆଁରା ଗ୍ରାମରେ ବନ୍ୟାଜଳ ପଶିବା ଯୋଗୁ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ୩ ଦିନ ହେବ ଚଷାଆଁରା ଗ୍ରାମର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ପ୍ରଶାସନ ପକ୍ଷରୁ ମଙ୍ଗଳବାର ୪ଟି ପଞ୍ଚାୟତର ୯ଟି ଗ୍ରାମରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ ପ୍ରଣବ କୁମାର ବେହେରା ସୂଚନା ଦେଇଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ୩ଟି ବୋଟ ବ୍ୟବସ୍ଥା କରାଯାଇଛି।
ବଡ଼ନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଏବଂ ଉକ୍ତ ଗ୍ରାମର ସାଇ କଲୋନୀରେ ପ୍ରାୟ ୫ଫୁଟରୁ ଉର୍ଦ୍ଧ୍ୱ ଉଚ୍ଚରେ ବ୍ଯଯାଜଳର ଲହଡ଼ି ମାରୁଛି। ସେହି ପଞ୍ଚାୟତର ଶାଳିଜଙ୍ଗା, ବଉଳାଙ୍ଗ ଏବଂ ବଡ଼ନାଉପୁଟରେ ବନ୍ୟାଜଳ ଲୋକଙ୍କ ଘରେ ପ୍ରବେଶ କରିଛି। ସେହିପରି ହାଟମାଳ ପଞ୍ଚାୟତର ବିଷ୍ଣୁପୁର, ହାଟମାଳ, ଶୁଣ୍ଠିପାଳ, ନନ୍ଦପୁର ଏବଂ ସାମପୁର ବନ୍ୟାଜଳ ଘେରରେ ରହିଛି। ଗଦାଧରପୁର ପଞ୍ଚାୟତର ଗଦାଧରପୁର, ରଘୁରାମପୁର, କଳିବିର ମୁଣ୍ଡିଆ ସାହି, କଣ୍ଠିପୁର ଆଦି ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦିନତମାମ ବୁଲି ସ୍ଥିତି ତଦାରଖ କରିଛନ୍ତି। ସେ ଲୋକଙ୍କ ଅଭିଯୋଗ ମୁତାବକ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଦେଖି ତୁରନ୍ତ ସେସବୁ ସ୍ଥାନରେ ଦୃଷ୍ଟି ରଖିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri