ମହାନଦୀରେ ବନ୍ୟା: ବହୁ ଗ୍ରାମ ଜଳବନ୍ଦୀ

ବାଙ୍କୀ/ଆଠଗଡ଼/ବଡ଼ମ୍ବା/ତିଗିରିଆ, ୧୭ା୮(ସ୍ବ.ପ୍ର./ଡି.ଏନ୍‌.ଏ): ମହାନଦୀରେ ବନ୍ୟା ଯୋଗୁ କଟକ ଜିଲାର ବିଭିନ୍ନ ଗ୍ରାମ ଜଳାର୍ଣ୍ଣବ ହୋଇଯାଇଛି। ବହୁ ଗ୍ରାମରେ ଯାତାୟାତ ଠପ୍‌ ହୋଇଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମରେ ସହାୟତା ଯୋଗାଇ ଦିଆଯାଉଛି। ବାଙ୍କୀ-କଟକ ମୁଖ୍ୟ ରାସ୍ତାର କଇଁମୁଣ୍ଡି ଠାରୁ ପାଥପୁର ପର୍ଯ୍ୟନ୍ତ ପ୍ରାୟ ୨କି.ମି. ବନ୍ୟାଜଳ ୩ ଫୁଟ ଉଚ୍ଚତାରେ ପ୍ରବାହିତ ହେଉଛି। ସେହିପରି ବାଙ୍କୀ-କଳାପଥର ଭାୟା ଚନ୍ଦ୍ରପା ସେତୁ ଉପରେ ୭ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି। ପଶ୍ଚିମ ବାଙ୍କୀ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବାଙ୍କୀ-ଖୋର୍ଦ୍ଧା ରାସ୍ତାର ତୁଳସୀପୁର ଗଙ୍ଗା ପୋଲଠାରେ ବନ୍ୟାଜଳ ପ୍ରବାହତ ହେଉଛି। ସରଣ୍ଡା ଅଞ୍ଚଳର ହୁଳାହୁଳା ସେତୁ ଉପରେ ପ୍ରବଳ ପାଣି ଚାଲୁଥିବାରୁ ଯାତାୟତ ବନ୍ଦ ହୋଇଯାଇଛି। ବାଙ୍କୀ ଉପଖଣ୍ଡର ଅଧିକାଂଶ ଚାଷଜମିରେ ବନ୍ୟାଜଳ ମାଡିଯିବା ଫଳରେ ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିପନ୍ନମାନଙ୍କୁ ବାଙ୍କୀ ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ଭିତିରେ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନା ପ୍ରକାଶ କରିଛନ୍ତି । ବାଙ୍କୀ ବ୍ଲକର ୯ ପଞ୍ଚାୟତର ୨୯ ଗ୍ରାମର ୩୦ ହଜାର ୮୪୧ଲୋକ ଜଳବନ୍ଦୀ ହୋଇଯାଇଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଇଛି । ଡମପଡ଼ା ବ୍ଲକର ୧୭ ପଞ୍ଚାୟତର ୩୪ ଗ୍ରାମର ୧୯ହଜାର ୭୦୦ଲୋକ ଜଳବନ୍ଦୀ ହୋଇଛନ୍ତି। ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବାଙ୍କୀ ମୁଖ୍ୟ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତ ରାୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ବାଙ୍କୀରେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏନଡିଆରଏଫ୍‌ର ଗୋଟିଏ ଟିମ ସହ ୪ବୋଟ, ଓଡ୍ରାପ୍ଟ ୨ଟିମ ସହ ୨ବୋଟ., ଅଗ୍ନିଶମ ବିଭାଗର ୨ଟି ବୋଟ, ଏସଆରସି ୪ ବୋଟ, ଦେଶୀ ଡଙ୍ଗା ୬ଟି ବିଭିନ୍ନ ଜାଗାରେ ମହଜୁଦ ରଖାଯାଇଛି । ବାଙ୍କୀରେ ବିପଦ ସଙ୍କେତ ଉପରେ ଜଳସ୍ତର ରହିଛି। ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଡଙ୍ଗାରେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ , ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜିଲାପରିଷଦ ସଭ୍ୟ ଆଶିଷ କୁମାର ସାହୁ, ବାଙ୍କୀ -କଟକ ରାସ୍ତାର କଇଁମୁଣ୍ଡି ଠାରେ ପହଞ୍ଚତ୍ ବନ୍ୟାଜଳ ସମ୍ପର୍କରେ ଅନୁଧ୍ୟାନ କରି ଫେରିଯାଇଛନ୍ତି ।
ଆଠଗଡ଼ର ବ୍ଲକର ୧୬ ପଞ୍ଚାୟତର ୫୦ଗ୍ରାମ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। କଟକିଆ ସାହି, ମଞ୍ଚେଶ୍ୱର, ଧୁରୁଷିଆ, ଅନନ୍ତପୁର,ଛଅ ଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମ ଜଳବନ୍ଦୀ ହୋଇଯାଇଛି। ଏହି ସମସ୍ତ ଗ୍ରାମର ୪,୮୩୮ ଜଣଙ୍କୁ ପ୍ରଶାସନ ପକ୍ଷରୁ ୮ ଆଶ୍ରୟସ୍ଥଳୀକୁ ବିସ୍ଥାପିତ କରାଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପୀଡିତଙ୍କୁ ଭେଟିଛନ୍ତି। ଏହାଛଡା ରାଜନଗର, ବେଣ୍ଟପଦା,ମେଘା, କଟକିଆସାହି, ମହାକାଳବସ୍ତ ,ଧୁରୁଷିଆ, ଅନନ୍ତପୁର,ମଞ୍ଚେଶ୍ୱର, କନ୍ଦରପୁର, କୁଲାଇଲୋ, ତରଡିଙ୍ଗ,
ଯୋରନ୍ଦା, ଡାଳଭାଗ, କଣ୍ଡରେଇ, ଖୁଣ୍ଟୁଣୀ, ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଷ ଜମି ପାଣିରେ ବୁଡି ରହିଛି। ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ସାପୁଆ, କଣ୍ଟିଆ, ଫିଙ୍ଗା ଆଦି ଛୋଟ ନଦୀଗୁଡ଼ିକରୁ ଜଳ ନିଷ୍କାସନ ହୋଇ ପାରୁ ନାହିଁ, ଫଳରେ ପରିବା ଚାଷ ପାଣି ବୁଡି ନଷ୍ଟ ହୋଇଯାଇଛି। ଆଠଗଡ ଦେଇ ଯାଇଥିବା କଟକ-ସମ୍ବଲପୁର ରାସ୍ତାର ମାଧପୁରସ୍ଥିତ ଢାଉରଙ୍ଗ ପୋଲନିକଟରେ କଣ୍ଟିଆ ନଦୀର ପାଣି ରାସ୍ତା ଉଫରେ ୫ଫୁଟ ଉପରେ ଚାଲିଛି। ଘଣ୍ଟିଖାଲ ଗଡା ରେ ମହାନଦୀର ପଛୁଆ ଜଳ ରାସ୍ତା ଉପରେ ଚାଲିବା ଫଳରେ ଏ ରାସ୍ତା ଦେଇ ଗମନାଗମନ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ତରଫରୁ ବନ୍ୟା ଘେରରେ ଥିବା ଲୋକଙ୍କୁ ରନ୍ଧାଖାଦ୍ୟ,ପାନୀୟ ଜଳ, ମହମବତୀ ଆଦି ଯୋଗାଇ ଦିଆଯାଇଛି। ମନ୍ତ୍ରୀ ସ୍ବାଇଁ ଆଠଗଡ଼ ବ୍ଲକ ସଭାଗୃହରେ ଏହାର ସମୀକ୍ଷା କରିଛନ୍ତି।
ବଡମ୍ବାର ଗୋପୀନାଥପୁର ଗ୍ରାମ ନିକଟସ୍ଥ ମହାନଦୀ ମଧ୍ୟ ଭାଗରେ ଥିବା ପ୍ରଭୁ ସିଂହନାଥ ଦେବଙ୍କ ମନ୍ଦିରକୁ ମହାନଦୀ ବନ୍ୟା ଜଳ ପ୍ରବେଶ କରିଛି. ଫଳରେ ସିଂଘନାଥଙ୍କ ବିଗ୍ରହକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପୂଜାର୍ଚ୍ଚନା କରା ଯାଉଛି। ମହାନଦୀ ର ଜଳସ୍ତର ବୃଦ୍ଧି ପାଉ ଥିବାରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ନ ଯିବା ପାଇଁ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
ତିଗିରିଆ ବ୍ଲକର ବଡ଼ନାଉପୁଟ, ହାଟମାଳ ଏବଂ ଗଦାଧରପୁର ସହ ପୁରୁଣାତିଗିରିଆ ପଞ୍ଚାୟତର ଚଷାଆଁରା ଗ୍ରାମରେ ବନ୍ୟାଜଳ ପଶିବା ଯୋଗୁ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ୩ ଦିନ ହେବ ଚଷାଆଁରା ଗ୍ରାମର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ପ୍ରଶାସନ ପକ୍ଷରୁ ମଙ୍ଗଳବାର ୪ଟି ପଞ୍ଚାୟତର ୯ଟି ଗ୍ରାମରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ ପ୍ରଣବ କୁମାର ବେହେରା ସୂଚନା ଦେଇଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ୩ଟି ବୋଟ ବ୍ୟବସ୍ଥା କରାଯାଇଛି।
ବଡ଼ନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଏବଂ ଉକ୍ତ ଗ୍ରାମର ସାଇ କଲୋନୀରେ ପ୍ରାୟ ୫ଫୁଟରୁ ଉର୍ଦ୍ଧ୍ୱ ଉଚ୍ଚରେ ବ୍ଯଯାଜଳର ଲହଡ଼ି ମାରୁଛି। ସେହି ପଞ୍ଚାୟତର ଶାଳିଜଙ୍ଗା, ବଉଳାଙ୍ଗ ଏବଂ ବଡ଼ନାଉପୁଟରେ ବନ୍ୟାଜଳ ଲୋକଙ୍କ ଘରେ ପ୍ରବେଶ କରିଛି। ସେହିପରି ହାଟମାଳ ପଞ୍ଚାୟତର ବିଷ୍ଣୁପୁର, ହାଟମାଳ, ଶୁଣ୍ଠିପାଳ, ନନ୍ଦପୁର ଏବଂ ସାମପୁର ବନ୍ୟାଜଳ ଘେରରେ ରହିଛି। ଗଦାଧରପୁର ପଞ୍ଚାୟତର ଗଦାଧରପୁର, ରଘୁରାମପୁର, କଳିବିର ମୁଣ୍ଡିଆ ସାହି, କଣ୍ଠିପୁର ଆଦି ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦିନତମାମ ବୁଲି ସ୍ଥିତି ତଦାରଖ କରିଛନ୍ତି। ସେ ଲୋକଙ୍କ ଅଭିଯୋଗ ମୁତାବକ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଦେଖି ତୁରନ୍ତ ସେସବୁ ସ୍ଥାନରେ ଦୃଷ୍ଟି ରଖିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri