ଭାସିଗଲା ଅସ୍ଥାୟୀ ପୋଲ

ଲଙ୍ଗଳେଶ୍ୱର, ୨୬ା୮(ଡି.ଏନ.ଏ.): ବନ୍ୟାକୁ ୫ ଦିନ ବିତିଯାଇଥିବା ବେଳେ ଜଳସ୍ତର କମୁଥିବାରୁ ଲୋକମାନେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଛନ୍ତି। ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ତାଳପଦା ଗ୍ରାମକୁ କୋଷ୍ଟକେନାଲ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ବୁଧବାର ରାତିରେ ବନ୍ୟାର ପ୍ରଖରସ୍ରୋତରେ ଭାସିଯାଇଛି। ତାଳପଦା ଗ୍ରାମକୁ ସ୍ଥାୟୀ ଭାବେ ସବୁଦିନିଆ ରାସ୍ତା ନ ଥିବା ବେଳେ ସେଠାକାର ଗ୍ରାମବାସୀ ଯାତାୟାତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ କୁହ୍ଲାଚଡ ଗ୍ରାମରୁ ତାଳପଦାକୁ ସଂଯୋଗ କରିବା ପାଇଁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଏକ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଚାଲୁୁରହିଥିବା ବେଳେ ଲୋକମାନଙ୍କର ଯାତାୟାତ ପାଇଁ ସେଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ବନ୍ୟା ସମୟରେ ପାୱାର ବୋଟ ସାହାଯ୍ୟରେ ତାଳପଦା ଗ୍ରାମକୁ ଯୋଗାଯୋଗ କରାଯାଉଥିଲା।
ମାତ୍ର ନଦୀର ଜଳସ୍ତର କମିବା ଫଳରେ ଏବେ ବୋଟ ସାହାଯ୍ୟରେ ଯିବା ଏବେ ଅସମ୍ଭବ ହୋଇପଡିଛି। ଗ୍ରାମକୁ ଯାତାୟାତ କରିବା ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଭାଙ୍ଗିଯାଇଥିବା ଅସ୍ଥାୟୀ ପୋଲକୁୁ ଯଥାଶୀଘ୍ର ମରାମତି କରି ଯାତାୟାତ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ଡ୍ରାଇଭର ମୃତ, ୨ଆହତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ...

ଓଡ଼ିଶୀ, ଭାରତନାଟ୍ୟମରେ ଶିବ ଆରାଧନା

କୋଣାର୍କ,୨।୧୨(ଡି.ଏନ୍‌.ଏ.): ଓଡ଼ିଶା ପର୍ଯ୍ୟଟନ ବିଭାଗର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ୨୦୨୦ ମଙ୍ଗଳବାର...

ଚିଲିକାରୁ ୧୨ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ଖଲ୍ଲିକୋଟ,୯ା୬(ଡି.ଏନ.ଏ.): ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ଚିଲିକା ମଧ୍ୟରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରିକୁ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି। ଭେଜିପୁଟ ଆର୍‌ଆଇ ସର୍କଲ ଅଧୀନରେ ଥିବା...

୩୫ ହଜାର ଟଙ୍କା ପାଇଁ ଧରା ପଡ଼ିଲେ

ଲୋଇସିଂହା,୧।୪(ଡି. ଏନ. ଏ ): ୩୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବଲାଙ୍ଗୀର ଜିଲା ଆଗଲପୁର ତହସିଲ ମୁଖ୍ୟ କିରାଣୀ କିଶୋରୀ ଖରସେଲ।...

ଖୋଲିଲା ଆଉ ୬ ଗେଟ୍‌

ସମ୍ବଲପୁର, ୧୨।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ହୀରାକୁଦରେ ଆଉ ୬ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ୨୦ଟି ଗେଟ୍‌ ଦେଇ...

ଅପରେଶନ ‘ସ୍ୟାଣ୍ଡ ଷ୍ଟର୍ମ’

ବାଲେଶ୍ୱର ଅଫିସ, ୫।୨: ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିରାମ ଚଭନଙ୍କୁ ଆକ୍ରମଣ ପରେ ବାଲି ଚୋରା ଚାଲାଣକାରୀଙ୍କୁ ସାବାଡ୍‌ କରିବା ଲାଗି ଆକ୍ସନ ମୁଡ୍‌ରେ ଉଭୟ...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହାୟତା ପାଇଁ ସ୍ମାରକପତ୍ର ପ୍ରଦାନ କଲା ପାଚିକା ସଂଘ

ନିଶ୍ଚିନ୍ତକୋଇଲି,୩୦ା୫: ସମ୍ପ୍ରତି ବିଶ୍ୱରେ କରୋନା ମହାମାରୀ ଭୟାନକ ରୂପ ଧାରଣ କରିଛି। ସରକାର ଏନେଇ ଲକ୍‌ଡଉନ ଜାରି କରିଛନ୍ତି। ଫଳରେ ବହୁ ଲୋକ ଜୀବନ ଜୀବିକା...

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ  ରବିବାର ଗୁଳିମାଡ଼ ହୋଇଛି। ବ୍ରଜରାଜନଗର ଗାନ୍ଧୀ ଛକରେ ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌ ଏବଂ ଭାଇସ୍‌ ଚେୟାରମ୍ୟାନଙ୍କ ଏକ କାର୍ଯ୍ୟାଳୟ ଉଦ୍‌ଘାଟନ...

Advertisement
Archives

Model This Week