Posted inଫୁରସତ

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ସଫଳ ଘୁଷୁରି ଚାଷୀ

ଶାଙ୍ଘାଇ: ଚାଇନାର ୨୭ ବର୍ଷୀୟା ପୂର୍ବତନ ବିମାନ କର୍ମଚାରୀ ୟାଙ୍ଗ୍‌ ୟାଙ୍ଗ୍‌ସି ସମ୍ପ୍ରତି ବିମାନ ସେବା ଛାଡି କୃଷି ଜଗତରେ ପାଦ ଥାପିଛନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବା ପରେ ସେ ମାତ୍ର ୨ ମାସ ମଧ୍ୟରେ ପ୍ରାୟ ୨୨.୮ ଲକ୍ଷ ଟଙ୍କା (୨ ଲକ୍ଷ ୟୁଆନ୍‌) ରୋଜଗାର କରି ସମସ୍ତଙ୍କୁ ଚକିତ କରିଛନ୍ତି।
ପ୍ରଦେଶର ଏକ ଗ୍ରାମୀଣ ପରିବାରରେ ଜନ୍ମିତ ୟାଙ୍ଗ୍‌, ଶାଂଘାଇର ଏକ ଏୟାରଲାଇନ୍ସରେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଭାବରେ ୫ ବର୍ଷ ଧରି କାର୍ଯ୍ୟ କରିଥିଲେ। ତେବେ ବିଭିନ୍ନ ବିପରୀତ ପରିସ୍ଥିତି ଯୋଗୁ ୟାଙ୍ଗ୍‌ଙ୍କର ଦରମା ପ୍ରାୟ ୩୨ ହଜାର ଟଙ୍କା (୨୮୦୦ ୟୁଆନ୍‌)କୁ ଖସି ଆସିଥିଲା। ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବାରୁ ସେ ଅଧିକାଂଶ ସମୟ ନିଜ ମା’ବାପାଙ୍କ ପାଖରେ ରହିପାରୁ ନ ଥିଲେ। ସେ ବିଶେଷ ଦରମା ମଧ୍ୟ ପାଉ ନ ଥିବାରୁ ତାଙ୍କୁ ଅନେକ ସମୟରେ ବାପା ଓ ମା’ଙ୍କଠାରୁ ଆର୍ଥିକ ସହାୟତା ନେବାକୁ ପଡ଼ୁଥିଲା। ତେବେ ତାଙ୍କ ଆବଶ୍ୟକତାକୁ ପୂରା କରିବା ପାଇଁ, ବାପା ଓ ମା’ ଋଣ ନେଇ ତାଙ୍କୁ ଅର୍ଥ ପଠାଇଥିଲେ ବୋଲି ୟାଙ୍ଗ୍‌ ଜାଣିବାକୁ ପାଇଥିଲେ। ଏହା ତାଙ୍କୁ ବେଶ୍‌ ଦୁଃଖ ଦେଇଥିଲା। ୨୦୨୨ ଅକ୍ଟୋବରରେ ମା’ଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ୟାଙ୍ଗ୍‌ ଚାକିରି ଛାଡ଼ି ଘରେ ରହି ମା’ଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ।
ଏପ୍ରିଲ୍‌ ସୁଦ୍ଧା ୟାଙ୍ଗ୍‌ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘୁଷୁରି ଫାର୍ମକୁ ସମ୍ଭାଳିବା ଆରମ୍ଭ କରିଦେଇଥିଲେ। ସେ ଘୁଷୁରି ଫାର୍ମରେ ନିଜ ଅନୁଭୂତିକୁ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରନ୍ତି। ୟାଙ୍ଗ୍‌ ଘୁଷୁରିଙ୍କ ଖାଇବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ସେମାନଙ୍କର ଯତ୍ନ ନେଉଥିବା ଆଦି ନିଜ ଭିଡିଓରେ ଶେୟାର କରିଥାନ୍ତି। ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଅପେକ୍ଷା ଘୁଷୁରି ଚାଷରେ ବେଶୀ ଶାରୀରିକ ପରିଶ୍ରମ ଆବଶ୍ୟକ ବୋଲି ୟାଙ୍ଗ୍‌ କହିଛନ୍ତି। ନିଜ ପରିବାରର ଉନ୍ନତି ପାଇଁ ୟାଙ୍ଗ୍‌ ପ୍ରତିଦିନ ଘୁଷୁରି ଚାଷରେ ନିଜକୁ ଉତ୍ସର୍ଗ କରନ୍ତି ଓ କୁହନ୍ତି, ଏହି କାର୍ଯ୍ୟ କରି ସେ ଖୁବ୍‌ ଖୁସି ଅଛନ୍ତି। ଏବେ ସେ ତାଙ୍କ ଅଭିଭାବକଙ୍କ ସହ ରହି ପାରୁଛନ୍ତି। ଘୁଷୁରି ଚାଷ, ପଶୁପାଳନ ବିକ୍ରୟ ଓ ସୋସିଆଲ ମିଡିଆ ପରିଚାଳନାରେ ୟାଙ୍ଗ୍‌ ନିଜର ନିରନ୍ତର ଉଦ୍ୟମ ଯୋଗୁ ଗତ ୨ ମାସ ମଧ୍ୟରେ ୨୨.୮ ଲକ୍ଷ (୨ ଲକ୍ଷ ୟୁଆନ୍‌)ରୁ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ସେ ନିଜର ଏହି ଚାଷକୁ ସମ୍ପ୍ରସାରଣ କରିବା ସହ ନିଜର ଏକ ସ୍ବତନ୍ତ୍ର ଷ୍ଟୋର ଖୋଲିବା ପାଇଁ ଯୋଜନା ରଖିଛନ୍ତି। ସେହିପରି ଭବିଷ୍ୟତରେ ଏକ ହୋଟେଲ ମଧ୍ୟ ପ୍ରତିଷ୍ଠା କରିବାକୁ ୟାଙ୍ଗ୍‌ଙ୍କର ଇଚ୍ଛା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri