Posted inଫୁରସତ

ବିମାନରେ ସ୍ପିକର ଦେଇ ଗୀତ ଗାଇଲେ ଏୟାରହୋଷ୍ଟେସ୍‌, ଯାତ୍ରୀ କହିଲେ…

ସାଧାରଣତଃ ବିମାନ ଯାତ୍ରା ବହୁ ଶାନ୍ତିଦାୟକ ବୋଲି କୁହାଯାଏ। ବସ୍‌ କିମ୍ବା ଟ୍ରେନରେ ଯାତ୍ରା କରିବା ସମୟରେ ଅଧିକ କୋଳାହଳ ଶୁଣିବାକୁ ମିଳିଥାଏ। ବସ୍‌ ଏବଂ ଟ୍ରେନ୍‌ରେ ଅନେକ ପ୍ରକାରର ଲୋକ ବିଭିନ୍ନ ସାମଗ୍ରୀ ବିକ୍ରୟ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ବିମାନରେ ଏସବୁ ଦେଖିବାକୁ ମିଳେନାହିଁ। ଏଥିରେ ଯାତ୍ରା କରିବା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ। ମାତ୍ର ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ବିମାନରେ ଜଣେ ଏୟାରହୋଷ୍ଟେସ୍‌ ସ୍ପିକର ଦେଇ ଖୁବ୍‌ ଜୋର୍‌ରେ ଗୀତ ଗାଉଛନ୍ତି। ଫଳରେ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ ସହ ହୋ-ହଲ୍ଲା କରୁଛନ୍ତି।

ଦକ୍ଷିଣ ପଶ୍ଚିମ ଏୟାରଲାଇନ୍ସର ଏକ ବିମାନରେ ଏପରି ଘଟଣା ଘଟିଛି। ସକାଳ ୬ଟାରେ ସ୍ପିକରରେ ଏକ ଗୀତ ଗାଇ ଏୟାରହୋଷ୍ଟେସ୍‌ ଯାତ୍ରୀମାନଙ୍କ ନିଦ ଭାଙ୍ଗି ଦେଇଥିଲେ। ଯଦିଓ ଏୟାରହୋଷ୍ଟେସ ଆଶା କରିଥିଲେ ଯେ, ଲୋକମାନେ ତାଙ୍କ ଏହି ଗୀତକୁ ପସନ୍ଦ କରିବେ, କିନ୍ତୁ ଏହା ଠିକ୍‌ ବିପରୀତ ହେଲା।

ଲୋକେ ଖୁସି ହେବା ପରିବର୍ତ୍ତେ କ୍ରୋଧିତ ଉଠିଲେ। ବିମାନ କର୍ମଚାରୀ ହଟ୍‌ନି ହ୍ୟୁଷ୍ଟନ ସକାଳେ ସ୍ପିକରରେ ଗୀତ ଗାଇଥିଲେ। ସେ ଭାବିଥିଲେ ଲୋକମାନେ ସକାଳୁ ଉଠିବା ପାଇଁ ଏହି ଉପାୟକୁ ପସନ୍ଦ କରିବେ। ମାତ୍ର ତାଙ୍କର ବେସୁରା ସ୍ବର ଶୁଣି ଅନେକ ଲୋକ ରାଗି ଯାଇଥିଲେ।

କେହି ଜଣେ ଯାତ୍ରୀ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଭିଡିଓରେ କ୍ୟାପଶନ ଲେଖାଯାଇଛି, ଯେତେବେଳେ ସକାଳ ୬ଟାରେ ବିମାନ କର୍ମଚାରୀ ଏପରି କରିବାକୁ ନିଷ୍ପତ୍ତି ନିଅନ୍ତି। ଅନେକ ଲୋକ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ବିମାନ କର୍ମଚାରୀ ସ୍ବରରେ ମାଧୁର୍ଯ୍ୟ ନାହିଁ। ଅନେକ ଲୋକ ଲେଖିଛନ୍ତି, ଏହା ଶୁଣିବା ଅପେକ୍ଷା ବିମାନରୁ ଡେଇଁ ପଡ଼ିବା ଭଲ। ଅଧିକାଂଶ ଏହାକୁ ବିରୋଧ କରି ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?