ତିନି ବର୍ଷ ହେବ ଶୁଖିଲା ପଡିଥିବା ଇଥିଓପିଆ-ସୋମାଲିଆରେ ବନ୍ୟା, ଲକ୍ଷ ଲକ୍ଷ ଲୋକେ ଛାଡୁଛନ୍ତି ଦେଶ

ଆଦିସ ଅବାବା/ମୋଗାଦିସୁ,୧୩।୫: ଏବେ ଇଥିଓପିଆ ଏବଂ ସୋମାଲିଆରେ ବନ୍ୟା ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରବଳ ବର୍ଷା ହେତୁ ଅଚାନକ ଆସିଥିବା ବନ୍ୟାରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ତିନି ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। କୁହାଯାଉଛି କି ଏଠାରେ ପ୍ରାୟ ତିନି ବର୍ଷ ଧରି ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। କ୍ରପ ମନିଟର ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ପ୍ରଥମ ୨୫ ଦିନରେ ଇଥିଓପିଆର କିଛି ଅଞ୍ଚଳରେ ୫ରୁ ୧୦ସେଣ୍ଟିମିଟର(୨ ରୁ ୪ ଇଞ୍ଚ) ବର୍ଷା ରେକର୍ଡ କରାଯାଇଥିଲା। ସୂଚନାଯୋଗ୍ୟ, ଏଠାରେ ଏଥର ସାମାନ୍ୟରୁ ଅଧିକ ବର୍ଷା ହୋଇଛି।
ଜଳବାୟୁ ବିଶେଷଜ୍ଞ କହିଛନ୍ତି, କେନିଆରେ ବର୍ଷା ସାଧାରଣତ ଠାରୁ ଅଧିକ ସମୟ ରହିଥାଏ। ପରେ ଇଥିଓପିଆ ଏବଂ ସୋମାଲିଆରେ ବର୍ଷା ହୁଏ। ହେଲେ ଚଳିତ ବର୍ଷ ବର୍ଷା ଏକାସାଙ୍ଗରେ ଆରମ୍ଭ ହୋଇଥିଲା । ମାର୍ଚ୍ଚର ଶେଷ ଦୁଇ ସପ୍ତାହରେ, ଏହି ତିନୋଟି ଦେଶରେ ଏତେ ବର୍ଷା ହୋଇଥିଲା ଯେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଇଥିଓପିଆରେ ପ୍ରବଳ ବର୍ଷା ହେତୁ ଶାବଲେ ଏବଂ ଜୁବା ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥିଲା। ମିଳିତ ଜାତିସଂଘ କାର୍ଯ୍ୟାଳୟର ସମନ୍ବୟ କାର୍ଯ୍ୟାଳୟ (UN OCHA) ଅନୁଯାୟୀ ଦକ୍ଷିଣ ସୋମାଲିଆ ଏବଂ ପୂର୍ବ ଇଥିଓପିଆର ଦୁଇଟି ନଦୀ ବନ୍ଧ ଭାଙ୍ଗିବା ପରେ ଘର, ବିଦ୍ୟାଳୟ ଏବଂ ସ୍ବାସ୍ଥ୍ୟ ସୁବିଧା ନଷ୍ଟ ହୋଇଯାଇଥିଲା।
ଆଫ୍ରିକାର ହର୍ନରେ ପ୍ରାୟ ତିନିବର୍ଷର ଇତିହାସରେ ସବୁଠାରୁ ଖରାପ ମରୁଡ଼ି ପରିସ୍ଥିତି ଦେଖାଯାଇଛି। ୨୦୨୦ରୁ ଗତ ବର୍ଷ ପର୍ଯ୍ୟନ୍ତ ଇଥିଓପିଆ ଏବଂ ସୋମାଲିଆରେ ବର୍ଷା ହୋଇ ନ ଥିଲା । ଏହି କାରଣରୁ ପ୍ରାୟ ୧.୪ନିୟୁତ ଲୋକ ସୋମାଲିଆ ଛାଡିଥିବାବେଳେ ମରୁଡ଼ି କାରଣରୁ ୩.୮ ନିୟୁତ ପ୍ରାଣୀଙ୍କର ମତ୍ୟୁ ହୋଇଥିଲା।୧୯୮୧ ପରଠାରୁ ଶାବଲେ-ଜୁବା ନଦୀ ଅବବାହିକାରେ ଚଳିତ ବର୍ଷ ସର୍ବନିମ୍ନ ବୃଷ୍ଟିପାତ ରେକର୍ଡ କରାଯାଇଛି।
ସୂଚନା ଅନୁଯାୟୀ, ଇଥିଓପିଆ ଏବଂ ସୋମାଲିଆରେ ବର୍ଷା ହେତୁ ୧୦୦୦ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଯାଇଥିଲା। କୃଷି ହେଉଛି ଏହି ଦେଶର ଲୋକଙ୍କ ମୁଖ୍ୟ ବୃତ୍ତି । ଏହି ଅଞ୍ଚଳର ଅଧିକାଂଶ ଫସଲ ବର୍ଷା ଯୋଗୁ ନଷ୍ଟ ହୋଇଯାଇଛି। ଫଳରେ ଏବେ ଲୋକେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ…

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri