ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଏକ କଟରା ,କାତି, ୧ ଲକ୍ଷ ଟଙ୍କା,୫ ମୋବାଇଲ ସହିତ ଏକ XUV-5୦୦ ଗାଡ଼ି ଜବତ ହୋଇଛି। ଏ ନେଇ ରବିବାର ସନ୍ଧ୍ୟାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼ ଜିଲାର ଲାଠିକଟା ଥାନାର ଠିକାଦାର ବିଜୟ କୁମାର ମିଶ୍ର ଓ ତାଙ୍କ ଡ୍ରାଇଭର ନିଜର କାରରେ ଗତ ଶନିବାର ବିଳମ୍ବିତ ରାତ୍ରିରେ ବାଲିଗୁଡ଼ାରୁ ଭବାନୀପାଟଣାକୁ ଯାଉଥିବା ବେଳେ ତାଙ୍କୁ ବାଲିଗୁଡ଼ାରୁ ଗାଡ଼ିରେ ଉକ୍ତ ୫ ଡକାୟତ ପିଛା କରିଥିଲେ । ଜଲେଶପଟ୍ଟା ରାଉଳ ନଦୀ ପୋଲ ଉପରେ ସେମାନେ ଠିକାଦାରଙ୍କ ଗାଡିକୁ ଅଟକାଇ ମୁଣ୍ଡରେ ବନ୍ଧୁକ ରଖି ଗାଡ଼ି, ଆଇଫୋନ ଏବଂ ୧ ଲକ୍ଷ ଟଙ୍କା ଲୁଟିନେଇଥିଲେ। ଏପରିକି ସେମାନେ ଉଭୟ ଠିକାଦାର ଓ ଡ୍ରାଇଭରଙ୍କୁ ନିର୍ଧୂମ ମାଡ଼ ମାରି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ରାତ୍ରିକାଳୀନ ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ସଶସ୍ତ୍ର ଡକାୟତ ଦଳକୁ କାବୁ କରିଥିଲା। ଗିରଫ ଡକାୟତମାନେ ହେଲେ ସାରଙ୍ଗଗଡ ଥାନା ଗାନ୍ଦ୍ରି ଗାଁ ଗ୍ରାମର ରଞ୍ଜନ ପ୍ରଧାନ(୨୫),ବାଲିଗୁଡ଼ା ଥାନା ନୂଆ ସାହି ଗ୍ରାମର ସୁଧାଂଶୁ ବାଗ(୨୩), ପ୍ରତୀକ ହଂସ(୨୨), ସଂଗ୍ରାମ ପାତ୍ର(୨୧) ଓ ବାଲିଗୁଡ଼ା ଥାନା ତଗା କିଆ(ବାରଖମା)ଗୌର ଗଉଡ଼(୨୦)। ଏହି ୫ ଜଣିଆ ସଶସ୍ତ୍ର ଡକାୟତଙ୍କ ନାମରେ ୪୯/୨୦୨୫ରେ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚାଲାଣ ପଡ଼ିଲା ମହଙ୍ଗା

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ଖାରିଗୁଡ଼ା ଟୋଲ୍‌ ଗେଟ ନିକଟରୁ ବେଆଇନ ଭାବେ ମଇଁଷି ଚାଲାଣ କରୁଥିବା ଅଭିଯୋଗରେ ୪ଜଣ ଯୁବକଙ୍କୁ...

ରାଜୀବ ଗାନ୍ଧୀଙ୍କ ନୀତି, ଆଦର୍ଶକୁ ଅନୁସରଣ କରାଯାଉ

କେସିଙ୍ଗା,୨୨ା୫(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା କଂଗ୍ରେସ ଭବନରେ ଗୁରୁବାର ଟାଉନ ସଭାପତି ସୁଭାଷ ଜୈନଙ୍କ ସଭାପତିତ୍ୱରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସୃତିଚାରଣ ସଭା ଅନୁଷ୍ଠିତ...

ଜେଲ ଗଲେ କୁଖ୍ୟାତ ଅପରାଧୀ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣାଶୁଣା କୁଖ୍ୟାତ ଜଣେ ପେସାଦାର ଅପରାଧୀଙ୍କୁ ଦିଗପହଣ୍ଡି ପୋଲିସ ପୁଣି ଗିରଫ କରି ଗୁରୁବାର କୋର୍ଟ...

୧୧୫୦୦୦ କୋଟି ଟଙ୍କାର ୨୪ ଶିଳ୍ପ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୩୬୦୦୦ ନିଯୁକ୍ତି ସୁଯୋଗ…

ଭୁବନେଶ୍ୱର, ୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁରର କଳିଙ୍ଗନଗର ଠାରେ ୧,୧୫,୦୦୦ କୋଟି ଟଙ୍କାର ମୋଟ ୨୪ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଏବଂ...

କୋର୍ଟରେ ମିଳିଲା ସାଂଘାତିକ ପ୍ରମାଣ! ପ୍ରିୟଙ୍କାଙ୍କ ସହ ଜ୍ୟୋତି ପୁରୀରେ…

ପୁରୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ଓଡ଼ିଆ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପୁରୀ ପୋଲିସ ଜେରା କରିଛି। ଜେରା ସମୟରେ ପ୍ରିୟଙ୍କା କହିଛନ୍ତି ଯେ ଜ୍ୟୋତି...

ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମର ରିତୁ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଥାନାରେ ଅଟକ ଥିବା ରିତୁଙ୍କ ସ୍ବାମୀ...

MGNREGA କାମରେ ମହା ଦୁର୍ନୀତି: ୪ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା,୨୨।୫(ଆଶିଷ ରଞ୍ଜନ ପଣ୍ଡା:): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୋଖରୀ ଖନନ ନାଁରେ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଳଛାୟା ମିଶନ ଓ ମୃତ୍ତିକା...

ଚିଲିକାରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଉପର ଆଲପୁର ନିକଟ ଚିଲିକା ମଝିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri